ବଜାରରୁ ହଜିଗଲା ଟାଟା ସୁମୋ

ନୂଆଦିଲ୍ଲୀ,୧୯-୯: ଆଜିଠାରୁ କିଛି ବର୍ଷ ପୂର୍ବେ ପର୍ଯ୍ୟନ୍ତ ଟାଟା ସୁମୋର ଭାରତୀୟ ବଜାରରେ ରାଜତ୍ୱ ଥିଲା। ସହର ମୁକାବିଲାରେ ଅର୍ଦ୍ଧ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହାର ବେଶ୍‌ ଆଦର ଥିଲା। ଏବେ ଭାରତୀୟ ବଜାରରୁ ଏହି ମଡେଲ ଗାଡ଼ି ଚୁପ୍‌ଚାପ୍‌ ବିଦାୟ ନେଇସାରିଛି। ତେବେ କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ଦୀର୍ଘ ୨୫ ବର୍ଷ ଧରି ଦେଶର ଗାଡ଼ି ବଜାରରେ ରାଜତ୍ୱ କରିଥିବା ବେଳେ ୧୯୯୪ରେ ଏହା ପ୍ରଥମଥର ଭାରତୀୟ ବଜାରରେ ପ୍ରବେଶ କରିଥିଲା। ୨୫ ବର୍ଷର ଦୀର୍ଘ ଯାତ୍ରା ପରେ ଚଳିତବର୍ଷ ଏପ୍ରିଲରୁ କମ୍ପାନୀ ଏହାର ଉତ୍ପାଦନ ବନ୍ଦ କରିଦେଇଛି। ଏବେ ବିକ୍ରି ଲାଗି ଟାଟା ଡିଲରଶିପ୍‌ ନିକଟରେ ମଧ୍ୟ ଟାଟା ସୁମୋ ଗାଡ଼ି ନାହିଁ। ଏହାର ପ୍ରଦର୍ଶନ ସମ୍ପର୍କରେ ଉଲ୍ଲେଖ କଲେ ଏତିକି କୁହାଯାଇପାରେ ଯେ, ଏଥିରେ ୩.୦ ଲିଟରର ଡିଜେଲ ଇଞ୍ଜିନ ଲାଗିଥିଲା। ଏହାର ଇଞ୍ଜିନ ୮୫ପିଏସ୍‌ର ମ୍ୟାକ୍ସିମମ୍‌ ପାଓ୍ବାର ଓ ୨୫୦ଏନ୍‌ଏମ୍‌ ପିକ୍‌ ଟର୍କ ଜେନେରେଟ କରୁଥିଲା। ଏହାଛଡ଼ା ଏହାର ଇଞ୍ଜିନ ୫-ସ୍ପିଡ ମାନୁଆଲ ଗିୟରବକ୍ସଯୁକ୍ତ ରହିଥିଲା। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ନୂଆ ଏଆଇଏସ୍‌ ୧୪୫ ସୁରକ୍ଷା ମାନକ ଏବଂ ବିଏସ୍‌-୬ ନିୟମକୁ ଦୃଷ୍ଟିରେ ରଖି ଏହି ଗାଡ଼ିର ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। କମ୍ପାନୀ ପକ୍ଷରୁ ଏଥିରେ କୌଣସି ପରିବର୍ତ୍ତନ କରା ନ ଯିବାରୁ ଏହା ଉକ୍ତ ମାନଦଣ୍ଡ ଅତିକ୍ରମ କରିବା ସହଜ ହେଉ ନ ଥିବାରୁ ଏହାର ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସୂଚନାଥାଉ କି, ଏଥିପୂର୍ବରୁ ମାରୁତି ସୁଜୁକି ପକ୍ଷରୁ ଏହାର ମାରୁତି ଓମ୍‌ନୀ ଓ ମାରୁତି ଜିପ୍‌ସୀର ଉତ୍ପାଦନକୁ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri