Posted inଖେଳ

ବଜରଙ୍ଗ ପୁନିଆ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୭ା୧୧ (ପି.ଟି.): ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ୍‌ ଏଜେନ୍ସି (ନାଡା) ରେସଲର ବଜରଙ୍ଗ ପୁନିଆଙ୍କୁ ୪ବର୍ଷ ବାସନ୍ଦ କରିଛି। ମାର୍ଚ୍ଚ ୧୦ରେ ଜାତୀୟ ଦଳ ପାଇଁ ଚୟନ ବେଳେ ହୋଇଥିବା ଡୋପ୍‌ ଟେଷ୍ଟ ପାଇଁ ସେ ନମୁନା ଦେବାକୁ ମନା କରିଦେଇଥିଲେ। ଟୋକିଓ ଗେମ୍ସ ବ୍ରୋଞ୍ଜ ପଦକ ବିଜେତାଙ୍କୁ ନାଡା ପ୍ରଥମେ ଏପ୍ରିଲ ୨୩ରେ ସସ୍‌ପେଣ୍ଡ କରିଥିଲା। ଓ୍ବାଲର୍‌ଡ ଗଭର୍ନିଂ ବଡି ୟୁଡବ୍ଲ୍ୟୁଡବ୍ଲୁୃ୍ୟ ମଧ୍ୟ ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରିଥିଲା। ବଜରଙ୍ଗ ସାମୟିକ ସସ୍‌ପେଣ୍ଡ ବିରୋଧରେ ଅପିଲ କରିଥିଲେ। ନାଡାର ଆଣ୍ଟି ଡିସିପ୍ଲିନାରୀ ଡୋପିଙ୍ଗ୍‌ ପ୍ୟାନେଲ କିନ୍ତୁ ନାଡା ଆଗତ ଅଭିଯୋଗ ଉପରେ ନୋଟିସ ଜାରି କରିବା ପର୍ଯ୍ୟନ୍ତ ଅର୍ଥାତ ମେ ୧୧ ପର୍ଯ୍ୟନ୍ତ ଏହାର ରଦ୍ଦ କରିଥିଲା। ନାଡା ପରେ ଜୁନ୍‌ ୨୩ରେ ଏହି ରେସ୍‌ଲରଙ୍କ ବିରୋଧରେ ନୋଟିସ ଜାରି କରିଥିଲା। ବଜରଙ୍ଗ ପରେ ତାଙ୍କ ସାଥୀ ରେସଲର ଭିନେଶ ଫୋଗଟଙ୍କ ସହ ଇତିମଧ୍ୟରେ ସର୍ବଭାରତୀୟ କଂଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କୁ ଅଲ୍‌ ଇଣ୍ଡିଆ କିଷାନ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଇଛି। ବଜରଙ୍ଗ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ନେଇ ଜୁଲାଇ ୧୧ରେ ଲିଖିତଭାବେ ଜବାବ ଉପସ୍ଥାପନ କରିଥିଲେ। ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇଥିଲା। ନାଡାର ଆଣ୍ଟି ଡୋପିଙ୍ଗ୍‌ ପ୍ୟାନେଲ ତାଙ୍କ ରାୟରେ କହିଥିଲେ ଯେ, ଆଥ୍‌ଲେଟ ଜଣକୁ ଅନୁଚ୍ଛେଦ ୧୦.୩.୧ ନିୟମର ଉଲ୍ଲଂଘନ କରିଛନ୍ତି। ତଦନ୍‌ୁସାରେ ତାଙ୍କୁ ୪ବର୍ଷ ପାଇଁ ସସ୍‌ପେଣ୍ଡ କରାଯାଇପାରିବ। ସସ୍‌ପେଣ୍ଡ ହେବା ଦ୍ୱାରା ବଜରଙ୍ଗ ପ୍ରତିଯୋଗିତାମୂଳକ ରେସ୍‌ଲିଂକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ କିମ୍ବା ସେ ବିଦେଶରେ କୋଚିଂ ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ। ବଜରଙ୍ଗଙ୍କୁ ଯେବେ ନୋଟିସ ଜାରି କରାଯାଇଥିଲା ସେହିଦିନଠାରୁ ସସ୍‌ପେଣ୍ଡ ଆଦେଶ କାର୍ଯ୍ୟକାରୀ ହେବ। ସୂଚନାଯୋଗ୍ୟ, ବଜରଙ୍ଗ ତାଙ୍କ ଜବାବରେ ନିଜକୁ ନିର୍ଦ୍ଦୋଷ ବୋଲି ପୁନର୍ବାର ଦୋହରାଇଥିଲେ। ୨୦୨୩ ଡିସେମ୍ବରରେ ତାଙ୍କଠାରୁ ଏକ୍ସପାୟର କିଟ୍‌ରେ ମୂତ୍ର ନମୁନା ସଂଗ୍ରହକୁ ସେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?