Posted inଖେଳ

ବକ୍ସିଂ ଡେ ଟେଷ୍ଟ: ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ, ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ମେଲବୋର୍ନ, ୨୯।୧୨ (ଏଏଫ୍‌ପି)- ନାଥନ ଲିୟନ ଓ ଜେମ୍ସ ପାଟିନସନଙ୍କ ମିଳିତ ବୋଲିଂ ସଫଳତା ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୨୪୭ ରନର ବୃହତ୍‌ ରନ୍‌ ବ୍ୟବଧାନରେ ପରାସ୍ତ କରିଛି। ଘରୋଇ ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୪୮୮ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ଓପନର୍‌ ଟମ୍‌ ବଣ୍ଡେଲଙ୍କ ଶତକ ସତ୍ତ୍ୱେ ମ୍ୟାଚ୍‌ର ୪ର୍ଥ ଦିବସରେ ରବିବାର ୨୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୨୯୬ ରନରେ ଜିତିଥିଲା। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଜାନୁୟାରୀ ୩ରୁ ସିଡ୍‌ନୀରେ ଖେଳାଯିବ।
ଡେ ଅବସରରେ ଖେଳାଯାଇଥିବା ଏହି ଟେଷ୍ଟରେ ୪୮୮ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ରବିବାର ନ୍ୟୁଜିଲାଣ୍ଡ ପ୍ରାରମ୍ଭରୁ ୩୫ ରନରେ ଟମ୍‌ ଲଥାମ୍‌ (୮), ଅଧିନାୟକ କେନ୍‌ ଓ୍ବିଲିୟମ୍ସ (୦) ଓ ରସ୍‌ ଟେଲର (୨)ଙ୍କ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ମଧ୍ୟକ୍ରମରେ ହେନରୀ ନିକୋଲାସ (୩୩ ରନ), ବିଜେ ଓ୍ବାଟ୍‌ଲିଂ (୨୨) ଓ ମିଚେଲ ସାଣ୍ଟନର (୨୭) କିଛିଟା ସଂଘର୍ଷ କରିଥିଲେ ମଧ୍ୟ କିଓ୍ବି ଦଳ ୭୧ ଓଭରରେ ୨୪୦ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଓପନର୍‌ ଟମ୍‌ ବଣ୍ଡେଲ ୧୨୧ ରନ (୨୧୦ ବଲ୍‌, ୧୫ ଚୌକା)ର ସଂଘର୍ଷପୂର୍ଣ୍ଣ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଏହା ବୃଥା ଯାଇଥିଲା। ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ବଣ୍ଡେଲଙ୍କୁ ଆଉଟ୍‌ କରି ମାର୍ନସ ଲାବୁସେନ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଥିଲେ। ଅନ୍ୟ ଅଷ୍ଟ୍ରେଲୀୟ ବୋଲରଙ୍କ ମଧ୍ୟରେ ଅଫ୍‌ସ୍ପିନର ଲିୟନ ୪, ପାଟିନସନ ୩ଟି ଉଇକେଟ୍‌ ନେଇଥିଲେ। ଆଘାତ ଲାଗି ଟ୍ରେଣ୍ଟ ବୋଲ୍ଟ ବ୍ୟାଟିଂ କରିବାକୁ ଆସି ନ ଥିଲେ।
ଟ୍ରାଭିସ ହେଡ୍‌ (୧୧୪)ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୭ ରନ କରିଥିଲା। ଜବାବରେ ପ୍ୟାଟ୍‌ କୁମିନ୍ସ (୫ ଉଇକେଟ୍‌)ଙ୍କ ବୋଲିଂକୁ ସାମ୍ନା କରି ନ ପାରି ନ୍ୟୁଜିଲାଣ୍ଡ ୧୪୮ ରନରେ ସୀମିତ ରହିଥିଲା। ୩୧୯ ରନର ଅଗ୍ରଣୀ ଥାଇ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୫ ଉଇକେଟ୍‌ରେ ୧୬୮ ରନ କରିବା ସହ ଇନିଂସ ଘୋଷଣା କରିଥିଲା। ଟ୍ରାଭିସ ହେଡ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୪୬୭/୧୦
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ- ୧୪୮/୧୦
ଅଷ୍ଟ୍ରେଲିଆ ୨ୟ ଇନିଂସ- ୧୬୮/୫ ଘୋଷଣା
ନ୍ୟୁଜିଲାଣ୍ଡ ୨ୟ ଇନିଂସ- ୨୪୦/୧୦ (କଲିନ ଡି ଗ୍ରାଣ୍ଡହୋମ ୯, ଟିମ୍‌ ସୌଦୀ ୨, ବଣ୍ଡେଲ ୧୨୧, ଲିୟନ ୪/୮୧)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?