Posted inଖେଳ

ଫ୍ରିଡମ୍‌ ଟ୍ରଫି ପାଇଁ ଲଢ଼େଇ

ଫ୍ରିଡମ୍‌ ଟ୍ରଫି ଟେଷ୍ଟ ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଫାଫ ଡୁପ୍ଲେସିସ୍‌ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସୁଛି। ଗତବର୍ଷ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିଲା। ଏହି ଗସ୍ତରେ ଯାଇ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୩ଟି ଟେଷ୍ଟ ମ୍ୟାଚ ଖେଳିବା ସହିତ ୩ଟି ଏକଦିବସୀୟ ମ୍ୟାଚ ଏବଂ ୩ଟି ଟି୨୦ ମ୍ୟାଚ ଖେଳିଥିଲା। ଟେଷ୍ଟ ସିରିଜରେ ୨-୧ରେ ବିଜୟୀ ହେବା ପରେ ଦକ୍ଷିଣ ଆଫ୍ରିକା ଫ୍ରିଡମ୍‌ ଟ୍ରଫିର ଅଧିକାରୀ ହୋଇଥିଲା। ଦିନିକିଆ ବିଶ୍ୱକପରେ ଦୁର୍ବଳ ପ୍ରଦର୍ଶନ କରିବା ପରେ ବେଶ୍‌ ସମାଲୋଚିତ ହେବାକୁ ପଡିଛି ଦକ୍ଷିଣ ଆଫ୍ରିକା ଦଳକୁ। ପୁନର୍ଗଠନ ପ୍ରକ୍ରିୟା ମାଧ୍ୟମରେ ଦଳକୁ ଶକ୍ତିଶାଳୀ କରିବା ପାଇଁ ଯୁବ ଖେଳାଳିମାନଙ୍କୁ ଅଧିକ ସୁଯୋଗ ଦେଇଛି ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ। ହାସିମ ଅମଲା, ଜେପି ଡୁମିନି, ଏବି ଡିଭିଲିର୍ସ, କ୍ରିସ୍‌ ମୋରିସ୍‌, ଡେଲ୍‌ ଷ୍ଟେଇନ, ମର୍ନ ମୋର୍କେଲଙ୍କ ପରି ଅଭିଜ୍ଞ ଖେଳାଳିମାନେ ଅବସର ନେବା କିମ୍ବା ଆହତ ହେବା କାରଣରୁ ଏହି ଗସ୍ତରୁ ଓହରିଯିବା ଫଳରେ ବେଶ୍‌ ଦୁର୍ବଳ ହୋଇପଡିଛି ଦକ୍ଷିଣ ଆଫ୍ରିକା ଦଳ। ଟେଷ୍ଟ ମ୍ୟାଚ ଆରମ୍ଭ ପୂର୍ବରୁ ଦଳ ୩ଟି ଟି୨୦ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି। ପ୍ରଥମ ଟି୨୦ ମ୍ୟାଚ ସେପ୍ଟେମ୍ବର ୧୫ତାରିଖରେ ଧର୍ମଶାଳାଠାରେ, ଦ୍ୱିତୀୟ ଟି୨୦ ମ୍ୟାଚ୍‌ ସେପ୍ଟେମ୍ବର ୧୮ତାରିଖରେ ମୋହାଲିଠାରେ ଏବଂ ୩ୟ ଟି୨୦ ମ୍ୟାଚ୍‌ ସେପ୍ଟେମ୍ବର ୨୨ତାରିଖରେ ବେଙ୍ଗାଲୁରୁଠାରେ ଖେଳାଯିବ। ଉଭୟ ଦଳରେ ଯୁବ ଖେଳାଳିମାନଙ୍କୁ ବେଶ୍‌ ପ୍ରାଧାନ୍ୟ ଦିଆଯାଇଛି। ଦକ୍ଷିଣ ଆଫ୍ରିକା ଦଳରେ ଟେମ୍ବା ବଭୁମା, ଡି ବ୍ରୁଏନ୍‌, ଡିନ୍‌ ଏଲଗାର, ଯୁବେର ହାମଜା, ହେନେରିଚ୍‌ କ୍ଳାସେନ୍‌, କେଶବ ମହାରାଜ, ଏସ୍‌. ମୁଥୁସାମି, ଡେନ୍‌ ପେଟ୍‌ଙ୍କ ପରି ଯୁବ ଖେଳାଳିରହିଥିବା ବେଳେ ଫାଫ୍‌ ଡୁପ୍ଲେସି, କ୍ୱିଣ୍ଟନ ଡିକକ୍‌, ଲୁଙ୍ଗି ଏନ୍‌ଗିଡି, କାଗିସୋ ରାବାଡା, ଭର୍ନନ ଫିଲାଣ୍ଡରଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି।
ଖଲିଲ ଅହମ୍ମଦ, ଦୀପକ ଚହର, ରାହୁଲ ଚହର, ଶ୍ରେୟାସ ଆୟାର, ନବଦୀପ ସଇନି ଏବଂ ୱାଶିଂଟନ ସୁନ୍ଦରଙ୍କୁ ଟି୨୦ ପାଇଁ ସୁଯୋଗ ମିଳିବ। ହ୍ବାଇଟ ବଲ୍‌ ସ୍ପେଶିଆଲିଷ୍ଟ ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଆଇପିଏଲ୍‌ ଷ୍ଟାର କ୍ରୁନାଲ ପାଣ୍ଡ୍ୟା ଏବଂ ଷ୍ଟାଇଲିସ୍‌ ଓପନର ଶିଖର ଧାଓ୍ବନ, ବିଚକ୍ଷଣ ଅଧିନାୟକ ବିରାଟ କୋହଲି ଏବଂ ବିଶ୍ୱର ଶ୍ରେଷ୍ଠ ଉଇକେଟକିପର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଥିବା ଯୁବ ଉଇକେଟକିପର ରିଷଭ ପନ୍ତଙ୍କ ଉପରେ ସିଲେକଶନ୍‌ କମିଟି ଆସ୍ଥା ପ୍ରକଟ କରିଛି।
ଗତ ଶୃଙ୍ଖଳାରେ ଭାରତ ୨-୧ରେ ଟି୨୦ ସିରିଜରେ ବିଜୟୀ ହୋଇଥିଲା। ପ୍ରଥମ ଟି୨୦ ମ୍ୟାଚରେ ଭାରତ ୨୦୩ ରନ୍‌ କରିଥିବା ବେଳେ ଶିଖର ଧାୱନ ସର୍ବାଧିକ ୭୩ ରନ୍‌ କରି ଅପରାଜିତ ରହିଥିଲେ। ଭୁବନେଶ୍ୱର କୁମାର ୨୪ ରନ୍‌ ଦେଇ ୫ଟି ଉଇକେଟ ନେଇ ଭାରତକୁ ବିଜୟୀ କରାଇଥିଲେ। ସେହି ଦ୍ୱିତୀୟ ଟି୨୦ ମ୍ୟାଚରେ ୧୮୮ରନ୍‌ର ଟାର୍ଗେଟକୁ ଦକ୍ଷିଣ ଆଫ୍ରିକା ଶେଷ ଓଭରରେ ହାସଲ କରିଥିଲା ଏବଂ ରୋମାଞ୍ଚକର ୩ୟ ଟି୨୦ ମ୍ୟାଚରେ ଭାରତ ୧୭୨ ରନ୍‌ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୬୫ ରନ୍‌ରେ ସୀମିତ ରହିଥିଲା।
୨୦୦୬ରୁ ୨୦୧୮ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ଖେଳାଯାଇଥିବା ୧୩ଟି ଟି୨୦ ମ୍ୟାଚ ମଧ୍ୟରୁ ୮ଟିରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ୫ଟିରେ ବିଜୟୀ ହୋଇ ପଛରେ ରହିଛି। ଫ୍ରିଡମ ଟ୍ରଫି ପାଇଁ ଲଢେଇ ଜୋରଦାର ହେବ। ଘରୋଇ ମାଟିରେ ଖେଳାଯିବାକୁ ଥିବା ଏହି ସିରିଜରେ ଟିମ୍‌ ଇଣ୍ଡିଆର ପଲା ଭାରି ରହିବ। ଘରୋଇ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇବା ଏତେ ସହଜ ହେବ ନାହିଁ। କାରିବିୟାନ ଟୁର୍‌ର ସଫଳତା ଘରୋଇ ଦଳକୁ ବେଶ୍‌ ଉସତ୍ାହିତ କରିଛି। ଯଦିଓ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଓପନର ସମସ୍ୟା ମଧ୍ୟ ଦେଇ ଗତି କରୁଛି ତଥାପି ଘରୋଇ କ୍ରିକେଟ୍‌ରେ ବେଶ୍‌ ସଫଳତା ପାଇଥିବା ପୃଥୀ ଶ, ମୟଙ୍କ ଅଗ୍ରୱାଲ, ହନୁମା ବିହାରୀ ଏବଂ ବେଙ୍ଗଲର ସଫଳ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ଉପରେ ନଜର ରହିବ।
ଟେଷ୍ଟ ରେକର୍ଡକୁ ଦେଖିବାକୁ ଗଲେ ଉଭୟ ଦେଶ ମଧ୍ୟରେ ୧୯୯୨ରୁ ୨୦୧୮ ମଧ୍ୟରେ ମୋଟ ୩୬ଟି ଟେଷ୍ଟ ମ୍ୟାଚ୍‌ ମୋଟ ୧୩ଟି ସିରିଜ ମାଧ୍ୟମରେ ଖେଳାଯାଇଛି। ଏଥି ମଧ୍ୟରୁ ୧୧ଟି ଟେଷ୍ଟ ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୫ଟି ଟେଷ୍ଟ ମ୍ୟାଚ୍‌ ଜିତିଛି ଏବଂ ୧୦ଟି ଟେଷ୍ଟ ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ୭ଟି ଟେଷ୍ଟ ସିରିଜରେ ବିଜୟୀ ହୋଇଛି ଏବଂ ଭାରତ ୩ଟି ଜିତିଥିବା ବେଳେ ୩ଟି ସିରିଜ ଡ୍ର ରେ ସମାପ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆର ସର୍ବାଧିକ ଟେଷ୍ଟ ସ୍କୋର ୬୪୩ ରନ୍‌ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ସର୍ବାଧିକ ସ୍କୋର ୬୨୦ ରନ୍‌ ରହିଛି। ଉଭୟ ଦଳ ୯ଥର ୫ଶହରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୫ଥର ଏବଂ ଭାରତ ୨ଥର ଏହି ଅଙ୍କ ଛୁଇଁଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆର ସର୍ବନିମ୍ନ ସ୍କୋର ୬୬ ରନ୍‌ ୧୯୯୬ରେ ଡର୍ବାନ ଟେଷ୍ଟରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକାର ଭାରତ ବିପକ୍ଷରେ ୨୦୧୫ରେ ନାଗପୁର ଟେଷ୍ଟରେ ୭୯ ରନ୍‌ ରହିଛି।
ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଉଭୟ ଦେଶ ମଧ୍ୟରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୭୫୮ ରନ୍‌ ସଂଗ୍ରହ କରିଥିବା ବେଳେ ତାଙ୍କର ସର୍ବାଧିକ ସ୍କୋର ୧୫୩ ରହିଛି ଏବଂ ଏଥିମଧ୍ୟରେ ୨ଟି ଶତକ ଏବଂ ୩ଟି ଅର୍ଦ୍ଧଶତକ ରହିଛି। ସେହିପରି ଚେତେଶ୍ୱର ପୂଜାରା ୧୧ଟି ମ୍ୟାଚରୁ ୬୧୩ ରନ୍‌ (୧ଟି ଶତକ/୩ଟି ଅର୍ଦ୍ଧଶତକ), ଅଜିଙ୍କ୍ୟ ରାହାନେ ୭ଟି ଟେଷ୍ଟ ମ୍ୟାଚରୁ ୫୩୨ ରନ୍‌ (୨ଟି ଶତକ/୨ଟି ଅର୍ଦ୍ଧଶତକ) ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁପ୍ଲେସି ୭ଟି ମ୍ୟାଚରୁ ୩୪୪ ରନ୍‌ (୨ଟି ଅର୍ଦ୍ଧଶତକ) କରି ସଫଳ ରହିଛନ୍ତି। ବୋଲିଂରେ ଇଶାନ୍ତ ଶର୍ମା ୧୩ଟି ମ୍ୟାଚରେ ୨୯ଟି ଉଇକେଟ୍‌, ମହମ୍ମଦ ସାମି ୫ଟି ମ୍ୟାଚରୁ ୨୧ଟି, ଯଶପ୍ରୀତ ବୁମରା ୩ଟି ମ୍ୟାଚରୁ ୧୪ଟି, ଭୁବନେଶ୍ୱର କୁମାର ୨ଟି ମ୍ୟାଚରୁ ୧୦ଟି ଉଇକେଟ ଏବଂ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କେ. ରାବାଡା ୬ଟି ମ୍ୟାଚରୁ ୧୭ଟି ଉଇକେଟ୍‌ ଭି.ଡି ଫିଲେଣ୍ଡର ୬ଟି ମ୍ୟାଚରୁ ୨୮ଟି ଉଇକେଟ ନେଇଛନ୍ତି। ଏବଂ ଏଲ୍‌ ଲୁଙ୍ଗିଡ ୨ଟି ମ୍ୟାଚରୁ ୯ଟି ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

ଆଇପିଏଲ୍‌ ନିୟମରେ ପରିବର୍ତ୍ତନ କରିବାକୁ ତେନ୍ଦୁଲକରଙ୍କ ବଡ଼ ପ୍ରସ୍ତାବ

ମୁମ୍ବାଇ,୩୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ପ୍ରଚଳିତ ଇମ୍ପାକ୍ଟ ପ୍ଲେୟାର ନିୟମକୁ ହଟାଇବାକୁ ଚାହୁଁଛନ୍ତି ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକର। ଏଥିସହିତ ସେ ଲିଗ୍‌ରେ ବଲ ଓ ବ୍ୟାଟ…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

IPL-2026 ଫାଇନାଲ୍‌ରେ ଟସ୍‌ ଜିତିଲା RCB

ଅହମଦାବାଦ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୬ର ଫାଇନାଲ ମ୍ୟାଚ୍‌ ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଟସ୍‌…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

ଯୁବକଙ୍କ ଉପରେ ଚଢ଼ିଗଲା ହାଇଓ୍ବା; ଯୁବକ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବାଙ୍କୀ,୩୧ା୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ବୈଦେସ୍ଵର ଥାନା ଅନ୍ତର୍ଗତ ଖଳିପଲ୍ଲୀ ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ଶନିବାର ବିଳମ୍ବିତ ରାତିରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri