ଫେଲ୍‌ ଏଟିଏମ୍‌-ଡିଜିଟାଲ ଟ୍ରାଞ୍ଜାକ୍‌ଶନ;ବ୍ୟାଙ୍କ-ପେମେଣ୍ଟ ଓ୍ବାଲେଟ କମ୍ପାନୀ ଗଣିବେ ଦୈନିକ ୧୦୦ ଟଙ୍କା

ମୁମ୍ବାଇ,୨୨-୯: ଅନ୍‌ଲାଇନରେ ଡିଜିଟାଲ ଟ୍ରାଞ୍ଜାକସନ ବିଫଳ ହେଲେ ଏବଂ ଗୋଟିଏ ଦିନ ଭିତରେ ବିବାଦର ସମାଧାନ କରା ନ ଗଲେ ସମ୍ପୃକ୍ତ ବ୍ୟାଙ୍କ/ପେମେଣ୍ଟ ଓ୍ବାଲେଟ କମ୍ପାନୀ ନିଜ ଗ୍ରାହକଙ୍କୁ ଦୈନିକ ୧୦୦ ଟଙ୍କା ଲେଖାଏ ଜରିିମାନା ବାବଦରେ ଫେରାଇବେ।
ନୂଆ ନିୟମ ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ୍‌(ୟୁପିଆଇ), ଇମିଡିଏଟ ପେମେଣ୍ଟ ସିଷ୍ଟମ(ଆଇଏମ୍‌ପିଏସ୍‌), ଇ-ଓ୍ବାଲେଟ୍ସ, କାର୍ଡ ଟୁ କାର୍ଡ ପେମେଣ୍ଟ, ନ୍ୟାଶନାଲ ଅଟୋମେଟେଡ କ୍ଲିୟରାନ୍ସ ହାଉସ(ଏନ୍‌ଏସିଏଚ୍‌) ଉପରେ ଲାଗୁ ହେବ। ଆର୍‌ବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କ, ଅପରେଟର ଓ ଅଧିକୃତ ପେମେଣ୍ଟ ସିଷ୍ଟମ୍ସକୁ ସର୍କୁଲାର ଜାରି କରି କୁହାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଷ୍ଟେକ୍‌ହୋଲ୍ଡର୍ସଙ୍କ ସହ ଆଲୋଚନା କରାଯିବା ପରେ ବିଫଳ ଟ୍ରାଞ୍ଜାକ୍‌ଶନର ଟଙ୍କା ଆକାଉଣ୍ଟଧାରୀଙ୍କ ଖାତାରେ ନ ପହଞ୍ଚତ୍ବା ନେଇ ଏକ ନିର୍ଦ୍ଦିଷ୍ଟ ସମୟସୀମା ଓ ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ପଦକ୍ଷେପ ଯୋଗୁ ଗ୍ରାହକଙ୍କର ବ୍ୟାଙ୍କ ଉପରେ ଭରସା ବଢ଼ିବ। ଏଥିସହିତ ବିଫଳ ନେଣଦେଣର ପ୍ରକ୍ରିୟାକୁ ଏକୀକରଣ କରାଯାଇପାରିବ। ତେବେ ବିଫଳ ନେଣଦେଣ କାହାକୁ କୁହାଯିବ, ତାହା ମଧ୍ୟ ଆର୍‌ବିଆଇ ସର୍କୁଲାରରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଯୋଗାଯୋଗ ସଂଯୋଗ, ଏଟିଏମ୍‌ରେ ନଗଦ ଅଭାବ, ଟାଇମ୍‌ ଆଉଟ୍‌ ସେସନ୍ସ, ହିତାଧିକାରୀଙ୍କ ଆକାଉଣ୍ଟକୁ କ୍ରେଡିଟ ନ ଯିବା ଆଦିକୁ ବିଫଳତା ବୋଲି ଧରାଯିବ।
ସେହିପରି ଡିଜିଟାଲ ନେଣଦେଣ ବ୍ୟତୀତ ଆର୍‌ବିଆଇ ଅଣ ଡିଜିଟାଲ କାରବାର ଲାଗି ମଧ୍ୟ ସମୟସୀମା ଧାର୍ଯ୍ୟ କରିଛି। ଏଟିଏମ୍‌ ଓ ମାଇକ୍ରୋ ଏଟିଏମ୍‌ରେ ଟ୍ରାଞ୍ଜାକଶନ ଫେଲ୍‌ ହେଲେ ବିବାଦର ସମାଧାନ ପାଇଁ ସମ୍ପୃକ୍ତ ବ୍ୟାଙ୍କକୁ ୫ ଦିନ ସମୟ ମିଳିବ। ନିର୍ଦ୍ଧାରିତ ସମୟ ଭିତରେ ସମାଧାନ ନ ହେଲେ ସମ୍ପୃକ୍ତ ବ୍ୟାଙ୍କ ଦୈନିକ ୧୦୦ ଟଙ୍କା ଲେଖାଏ ଜରିମାନା ଭରଣା କରିବେ। ସେହିପରି ପଏଣ୍ଟ ଅଫ୍‌ ସେଲ୍ସ(କାର୍ଡ ସ୍ବାଇପ୍‌ ମେଶିନ) ଏବଂ ଅନ୍‌ଲାଇନ ପେମେଣ୍ଟସ କ୍ଷେତ୍ରରେ ମଧ୍ୟ ୫ ଦିନର ସମୟସୀମା ଧାର୍ଯ୍ୟ କରାଯାଇଛି। ଗ୍ରାହକଙ୍କୁ ଆର୍ଥିକ କ୍ଷତିପୂରଣ ଯଥାଶୀଘ୍ର ମିଳିଯିବା ଉଚିତ୍‌। ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ଆର୍‌ବିଆଇ ଦର୍ଶାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ବିବାଦର ସମାଧାନ ହୋଇ ନ ପାରିଲେ ସମ୍ପୃକ୍ତ ଗ୍ରାହକ ଆର୍‌ବିଆଇର ବ୍ୟାଙ୍କିଙ୍ଗ୍‌ ଅମ୍ବୁସମ୍ୟାନଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ସର୍କୁଲାରରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri