ଫୁଡ୍‌ ଡେଲିଭରି ସେବା ଯୋଗାଇବ ଆମାଜନ

ନୂଆଦିଲ୍ଲୀ,୨୨।୫: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନ ପକ୍ଷରୁ ବର୍ତ୍ତମାନ ଏହାର ଗ୍ରାହକଙ୍କୁ ଫୁଡ୍‌ ଡେଲିଭରି ସେବା ପ୍ରଦାନ କରିବା ପାଇଁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ ସହରରେ ପରୀକ୍ଷାମୂଳକ ଭାବରେ ଏହି ସେବା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଦେଶରେ ଦେଖାଦେଇଥିବା କୋଭିଡ୍‌-୧୯ ମହାମାରୀ ସମୟରେ ସରକାର କେବଳ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ପ୍ରଦାନ ସେବାକୁ ଛାଡି ଆଉ ସବୁଥିରେ କଟକଣା ଲାଗୁ କରିଥିଲେ। ମହାମାରୀ ସମୟରେ ଗ୍ରାହକମାନେ ମଧ୍ୟ କମ୍ପାନୀକୁ ଫୁଡ୍‌ ଡେଲିଭରି ସେବା ବିଷୟରେ ନାନା ପ୍ରଶ୍ନ ଓ ପ୍ରସ୍ତାବ ଦେଇଥିଲେ। କମ୍ପାନୀ ଗ୍ରାହକଙ୍କ ଆଗ୍ରହକୁ ନଜରରେ ରଖି ଏହି ସେବା ପ୍ରଦାନ କରିବାକୁ ସ୍ଥିର କରିଛି। ଦେଶର ପ୍ରମୁଖ ଫୁଡ୍‌ ଡେଲିଭରି ସଂସ୍ଥା ଜମାଟୋ ଓ ସ୍ବିଗି ଏହି କ୍ଷେତ୍ରରେ ଭଲ ରାଜସ୍ବ ସହ ବ୍ୟବସାୟରେ ମଧ୍ୟ ନିଜକୁ ପ୍ରତିଷ୍ଠିିତ କରି ସାରିଛନ୍ତି। ପରୀକ୍ଷଣ ଭିତ୍ତିରେ ସେବା ପ୍ରଦାନ ସଫଳ ହେଲେ ତାହା ଆମାଜନ ପାଇଁ ନୂଆ ଉପଲବ୍ଧି ହେବ। ସାରା ଦେଶରେ ଯେକୌଣସି ପରିସ୍ଥିତି ପଡିଲେ ମଧ୍ୟ ସରକାର ଅତ୍ୟାବଶ୍ୟକ ସେବା ଯୋଗାଇବେ, ଯାହା କୋଭିଡ୍‌-୧୯ ମହାମାରୀ ସମୟରେ ଦେଖିବାକୁ ମିଳିଲା । କମ୍ପାନୀ ଯେକୌଣସି ସମୟରେ ପ୍ରଥମ ଦଫାରେ ବେଙ୍ଗାଲୁରୁ ସହରରୁ ଏହି ସେବାର ଶୁଭାରମ୍ଭ କରିବ। ଫୁଡ୍‌ ଡେଲିଭରି ସେବାର ପ୍ରମୁଖ ଅଂଶ ହେଉଛି ସ୍ବଚ୍ଛତା ଓ ଶୁଦ୍ଧତା। ଏଭଳି ପ୍ରସଙ୍ଗଗୁଡିକୁ ପ୍ରାଥମିକତା ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri