ଫସଲ ବଞ୍ଚାଇବାକୁ ଜୀବନ ବାଜି: ମଞ୍ଚାରେ ବିତୁଛି ମାସ ପରେ ମାସ

ବନ୍ତଳା, ୧୪।୧୨ (ଦିନେଶ ଦେହୁରୀ) – ପରିବାର ପ୍ରତିପୋଷଣ ପାଇଁ ସେମିତି କିଛି ଆୟ ନାହିଁ। ଯେଉଁ ଅଳ୍ପ କିଛି ଜମି ଅଛି ସେଥିରେ ଦିନରାତି ପରିଶ୍ରମ କରି ଚାଷ କରୁଛନ୍ତି। ହେଲେ ସମସ୍ତ ଫସଲ ଯେ ଅମଳ ହୋଇ ଘରକୁ ଆସିବ ସେ ନେଇ ଶତପ୍ରତିଶତ ନିଶ୍ଚିତ ନୁହନ୍ତି ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ୭ ପଞ୍ଚାୟତର ଚାଷୀ। ତେଣୁ ଜୀବନକୁ ବାଜି ଲଗାଇ ସେମାନେ ମାସ ମାସ ଧରି ମଞ୍ଚା ବାନ୍ଧି ଫସଲ ଜଗୁଛନ୍ତି। ବନ୍ୟପ୍ରାଣୀ ମୁହଁରୁ ଯାହା କିଛି ବଳୁଛି ତାହାକୁ ଘରକୁ ଆଣୁଛନ୍ତି। କେତେବେଳେ ହାତୀ, ବର୍‌ହା ଆକ୍ରମଣରେ ମୃତାହତ ମଧ୍ୟ ହେଉଛନ୍ତି। ବର୍ଷ ବର୍ଷ ଧରି ଏପରି ଫସଲ କ୍ଷତିର ସମ୍ମୁଖୀନ ହେଉଥିଲେ ବି ବନ ବିଭାଗ ଉପଯୁକ୍ତ କ୍ଷତିପୂରଣ ଦେଉନାହିଁ। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ଏକର ପିଛା ସହାୟତା ଦେବାକୁ ସେମାନେ ଦାବି କରିଛନ୍ତି।
ପ୍ରକାଶ ଯେ, ଅଭୟାରଣ୍ୟ ମଧ୍ୟରେ ଥିବା ଅନୁଗୋଳ ଜିଲାର ଟିକରପଡ଼ା, ପୁରୁଣାକୋଟ, ଜଗନ୍ନାଥପୁର, ବଲଙ୍ଗ, ଟାଇଁସି, ଅନ୍ତୁଳିଆ ଓ କୋଠଭୂଇଁ ପଞ୍ଚାୟତର ଚାଷୀମାନେ ବର୍ଷ ତମାମ ବିଭିନ୍ନ ଫସଲ କରିଥାନ୍ତି। ଧାନ, ମୁଗ, ବିରି, ବାଦାମ, ହରଡ଼, କନ୍ଦମୂଳ ଆଦି ଚାଷ କରିବା ସହ ତାହାକୁ ବନ୍ୟପ୍ରାଣୀଙ୍କ ମୁହଁରୁ ରକ୍ଷା କରିବାକୁ ଜଗି ରହିଥାନ୍ତି। ଦିନକୁ ଦିନ ଏଠାର ହାତୀ, ବାର୍‌ହା ଉପଦ୍ରବ ବଢ଼ୁଥିବାରୁ ଚାଷୀମାନେ ଆଉ ପୂର୍ବପରି ଅଧିକ ଜମିରେ ଚାଷ କରିପାରୁ ନାହାନ୍ତି। କାରଣ ବନ ବିଭାଗର ସହାୟତା ବିନା ଏତେ ଫସଲକୁ ସୁରକ୍ଷା ଦେବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଅଳ୍ପ ଜମିରେ କରୁଥିବା ଫସଲକୁ ମଞ୍ଚା ବାନ୍ଧି ସେମାନେ ଜଗି ବସୁଛନ୍ତି। ହାତୀ ପଲ ଆସିଲେ ଘଉଡ଼ାଇବାକୁ ବନ ବିଭାଗ କେବଳ କିଛି ବାଣ ଯୋଗାଉଥିବାବେଳେ ଚାଷୀମାନେ ରାତିରେ ନିଅଁାହୁଳା ଓ ଦିନରେ ଟିଣ ବାଜା ବଜାଇ ବନ୍ୟଜନ୍ତୁଙ୍କୁ ଦୂରେଇବାକୁ ଉଦ୍ୟମ କରୁଛନ୍ତି। ସେହିପରି ନଷ୍ଟ ହେଉଥିବା ଫସଲର କ୍ଷତିପୂରଣ ବାବଦରେ ବନ ବିଭାଗ କେବଳ କିଛି ଅନୁକମ୍ପାମୂଳକ ସହାୟତା ପ୍ରଦାନ କରୁଛି, ଯେଉଁଥିରେ କ୍ଷତିଭରଣା ସମ୍ଭବ ନୁହେଁ ବୋଲି ଚାଷୀମାନେ କହିଛନ୍ତି। ଏ ନେଇ ସାତକୋଶିଆ ଅଧିବାସୀମାନେ ବାରମ୍ବାର ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା କହିଛନ୍ତି। ଟିକରପଡ଼ା ପଞ୍ଚାୟତ ହାତିବାରୀ ଗ୍ରାମର ରମେଶ ସାହୁ, କଇରା ସାହୁ, ଧୀର ବେହେରା, ବିଜୁ ନାଏକ, ନୀଳକଣ୍ଠ ସାହୁ, ଧୁବେଇ ସାହୁଙ୍କ ସମେତ ଗ୍ରାମର ଚାଷୀମାନେ ଜମିରେ ୩୦ଟି ମଞ୍ଚା କରି ଫସଲକୁ ସୁରକ୍ଷା ଦେଉଛନ୍ତି। ସେହିପରି ଟିକରପଡ଼ା ଗଁାର ଚାଷୀ ୧୫ଟି ମଞ୍ଚା, ବେହେରାସାହିର ଚାଷୀ ୩୦ଟି, କଟରଙ୍ଗରେ ୩୫, କୁଶଖଳିରେ ୧୦, କରଡ଼ାପଡ଼ାରେ ୨୫ଟିକୁ ମିଶାଇ ଏହି ପଞ୍ଚାୟତର ଚାଷୀମାନେ ମୋଟ୍‌ ୧୪୮ଟି ମଞ୍ଚାରେ ଜୀବନକୁ ବାଜି ଲଗାଇ ଫସଲକୁ ସୁରକ୍ଷା ଦେଉଛନ୍ତି। ସେହିପରି ପୁରୁଣାକୋଟ ପଞ୍ଚାୟତ ପୁରୁଣାକୋଟ ଗ୍ରାମର ବିଜି ବିଶୋଇ, ପ୍ରଫୁଲ୍ଲ ବିଶୋଇ, ଗୋକୁଳ ବିଶୋଇ, ନୀର ବିଶୋଇ ପ୍ରମୁଖ ୩୫ଟି ମଞ୍ଚା କରିଛନ୍ତି। ଗୋପାଳପୁର ଗ୍ରାମର ନୀର ପଧାନ, ଅଦେଇ ମହାରଥୀ, ବସନ୍ତ ନାଏକ, କ୍ଷେତ୍ର ନାଏକ, କୁମୁଦ ଦାସ, ଶରତ ଦାସ ପ୍ରମୁଖ ୧୨ଟି ମଞ୍ଚା କରିଛନ୍ତି। ଛୋଟକେଇରେ ୨୫ଟି, ଟୁଲୁକାରେ ୩୦, ସାଲରରେ ୨୦, ଭ୍ରୁକୁଣ୍ଡିରେ ୩୨, ବଡ଼କ୍ଷେତାରେ ୧୩ଟିକୁ ନେଇ ପୁରୁଣାକୋଟ ପଞ୍ଚାୟତରେ ୧୩୭ଟି ମଞ୍ଚା କରାଯାଇଛି। ଜଗନ୍ନାଥପୁର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମରେ ୨୫ଟି, ବୃତ୍ତିରେ ୨୦, ଟାକରିସିଂହାରେ ୩୨, ହିଂସିରିଡ଼ାରେ ୧୦, କୁଲାଙ୍ଗୀରେ ୨୫, ତରଭାରେ ୨୦, ଅଶନବାହାଳରେ ୨୪ଟିକୁ ନେଇ ମୋଟ୍‌ ୧୩୪ଟି ମଞ୍ଚା ଜଗନ୍ନାଥପୁର ପଞ୍ଚାୟତର ଚାଷୀମାନେ କରିଛନ୍ତି। ଟାଇଁସିରେ ୧୪୧ଟି ମଞ୍ଚା, କୋଠଭୂଇଁରେ ୧୨୩, ଅନ୍ତୁଳିଆରେ ୧୧୭, ବଲଙ୍ଗ ପଞ୍ଚାୟତରେ ୧୨୦ଟି ମଞ୍ଚାରେ ଚାଷୀ ଫସଲ ଜଗୁଛନ୍ତି। ଏପରି ଭାବେ ଅଭୟାରଣ୍ୟ ମଧ୍ୟରେ ଥିବା ୭ଟି ପଞ୍ଚାୟତରେ ମୋଟ୍‌ ୯୨୦ଟି ମଞ୍ଚା କରାଯାଇଥିବା ସୂଚନା ମିଳିଛି। ହାତୀବାରିର ଚାଷୀ ମୀନତି ସାହୁ ଓ ସୋମନାଥ ଗଡ଼ତିଆ କୁହନ୍ତି, ଧାନ ବିଲ ହୁଡ଼ାରେ ମଞ୍ଚା କରି ୪୫ ଦିନ ଜଗି ରହୁଛୁ। ତଥାପି ବାର୍‌ହା ଓ ହାତୀ ଆସି ଫସଲ ନଷ୍ଟ କରୁଛି। ସାତକୋଶିଆବାସୀଙ୍କ ଏପରି କ୍ଷୟକ୍ଷତିର ଉପଯୁକ୍ତ ତଦନ୍ତ କରି ବନ ବିଭାଗ ଏକର ପିଛା କ୍ଷତିପୂରଣ ସହ ବନ୍ୟଜନ୍ତୁ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଓ ଜଣକୁ ଚାକିରି, ଗଁା ଚାରିପଟେ ଟ୍ରେଞ୍ଚ ଖୋଳୁ ବୋଲି ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତି ସଭାପତି ଜନାର୍ଦ୍ଦନ ସାହୁ, ସମ୍ପାଦକ ବିରାଜ ଜାନି, ପୁରୁଣାକୋଟ ସରପଞ୍ଚ ଅନନ୍ତ ବାସୁଦେବ ମହାନ୍ତି, ଆଇନଜୀବୀ ବୀରେନ୍‌ ନାଏକ, ଟିକରପଡ଼ା ସରପଞ୍ଚ ସୁମତି ଦଳବେହେରା, ସମିତି ସଭ୍ୟ ବିଦ୍ୟାଧର ପଧାନ, ଜଗନ୍ନାଥପୁର ସରପଞ୍ଚ ବିନୋଦ ସାହୁ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?