ଫଳ ବିକ୍ରେତା କହିଲେ: ମୋତେ ମିଳିବ ପଦ୍ମଶ୍ରୀ, ସ୍ବପ୍ନରେ ବି ଭାବି ନ ଥିଲି

କେନ୍ଦ୍ର ସରକାର ସାଧାରଣତନ୍ତ୍ର ଦିବସ ପୂର୍ବରୁ ୨୦୨୦ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତବର୍ଷ ୭ଜଣଙ୍କୁ ପଦ୍ମ ବିଭୂଷଣ, ୧୬ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏଥର ପଦ୍ମଶ୍ରୀ ପୁରସ୍କାର ପାଇଁ ଅନେକ ସାଧାରଣ ବ୍ୟକ୍ତି ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଫଳ ବିକ୍ରେତା ସାମିଲ ଅଛନ୍ତି। କର୍ନାଟକର ଦକ୍ଷିଣ କନ୍ନଡ ଜିଲାର ୬୮ବର୍ଷୀୟ ଫଳ ବିକ୍ରେତା ହରେକାଲା ହଜାବା ଏକ ଛୋଟ ଦୋକାନରେ ଫଳ ବିକି ଗାଁରେ ଏକ ପ୍ରାଥମିକ ଏବଂ ମାଧ୍ୟମିକ ସ୍କୁଲ ତିଆରି କରିଛନ୍ତି। ଏବେ ସେ ଏକ ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ସବୁଠୁ ରୋଚକ କଥା ହେଉଛି ହଜାବା ଆଦୌ ପାଠ ପଢିନାହାନ୍ତି। ଥରେ ଜଣେ ବିଦେଶୀ ଦମ୍ପତି ତାଙ୍କ ଦୋକାନକୁ କମଳା କିଣିବା ପାଇଁ ଆସିଥିଲେ। ସେମାନେ କମଳାର ମୂଲ୍ୟ ପଚାରିଥିଲେ। କିନ୍ତୁ ହଜାବା ତାହା ବୁଝିପାରି ନ ଥିଲେ। ସେମାନେ କମଳା ନ କିଣି ସେଠାରୁ ପଳାଇ ଥିଲେ। ସ୍ଥାନୀୟ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଶିଖି ନ ଥିବାରୁ ସେଦିନ ତାଙ୍କୁ ବହୁତ ଖରାପ ଲାଗିଥିଲା। ତାଙ୍କ ଭଳି ଅନ୍ୟ କେହି ଯେମିତି ଏଭଳି ପରିସ୍ଥିତି ଦେଇ ଗତି ନ କରୁ, ସେବେଠୁ ଗାଁରେ ଏକ ପ୍ରାଥମିକ ସ୍କୁଲ ଖୋଲିବା କଥା ଚିନ୍ତା କରିଥିଲେ ବୋଲି ହଜାବା କହିଛନ୍ତି। ତେବେ ତାଙ୍କୁ ପଦ୍ମଶ୍ରୀ ମିଳିବା ନେଇ ଘୋଷଣା ହେବାପରେ ସେ କହିଛନ୍ତି, ମୋର ବିଶ୍ୱାସ ହେଉ ନାହିଁ। ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି ମୋତେ ପଦ୍ମଶ୍ରୀ ପୁରସ୍କାର ଦିଆଯିବ। ଶୁଣିକି ଖୁସି ହେଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ

କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…

ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି

କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…

ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ…

ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ

ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…

ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍‌ ସିଙ୍ଗର୍‌, ସଙ୍ଗୀତରୁ…

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…

NDA Vs INDIA : ଏବେ ନିର୍ବାଚନ ହେଲେ କିଏ ଗଢିବ ସରକାର? ସାମ୍ନାକୁ ଆସିଲା ଚମକାଇଦେଲା ଭଳି ନମ୍ବର

ନୂଆଦିଲ୍ଲୀ,୨୮।୮: ଆଜି ଯଦି ଦେଶରେ ଲୋକ ସଭା ନିର୍ବାଚନ ହୁଏ, ତେବେ କେନ୍ଦ୍ରରେ ପୁଣି ଥରେ NDA ସରକାର ଗଠନ କରିପାରେ ବୋଲି MOTN ସର୍ଭେରେ ଆକଳନ…

ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦

କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…

ନେପାଳ ବନ୍ୟା ବିଭୀଷିକା: ବରଗଡ଼ର ମା’-ଝିଅ ନିଖୋଜ, ସ୍ବାମୀ ସୁରକ୍ଷିତ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ବରଗଡ଼ ଜିଲାର ମା’ ଓ ଝିଅ ନିଖୋଜ ହୋଇ ଯାଇଥିବା ସୂଚନ ମିଳିଛି। ସେମାନେ ହେଲେ, ବରଗଡ଼ ବ୍ଲକ ଜାମପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri