ଫନୀରେ ଓଡ଼ିଶା ସହ ଛିଡ଼ାହେବାକୁ କହିଥିଲେ ସୁଶାନ୍ତ

ଭୁବନେଶ୍ୱର,୧୫।୬(ବ୍ୟୁରୋ): ‘ଏମ୍‌.ଏସ୍‌. ଧୋନୀ’ ଫିଲ୍ମରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ହେଲେ ତାଙ୍କୁ ଆଜି ସମସ୍ତେ ଝୁରୁଛନ୍ତି। ରିଲ୍‌ ଲାଇଫରେ ଜଣେ ସାଦାସିଧା ଯୁବକଭାବେ ଅଧିକାଂଶ ଫିଲ୍ମରେ ନଜରକୁ ଆସିଥିବା ସୁଶାନ୍ତ ରିୟଲ ଲାଇଫ୍‌ରେ ମଧ୍ୟ ବେଶ୍‌ ଶାନ୍ତ, ସରଳ ଓ ପରୋପକାରୀ ଥିଲେ। ଓଡ଼ିଶା ପ୍ରତି ତାଙ୍କର ରହିଥିବା ମହାନୁଭବତାକୁ ଓଡ଼ିଶାବାସୀ ମନେପକାଉଛନ୍ତି। ୨୦୧୯ ମେ’ ୩ରେ ଓଡ଼ିଶାକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ପରେ ଓଡ଼ିଶାକୁ ଏଭଳି ଏକ ବଡ଼ ବିପତ୍ତିର ଆମେ ଓଡ଼ିଶାକୁ ରକ୍ଷା କରିବାକୁ ନିଜ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ସେ ଲେଖିଥିଲେ, ଓଡ଼ିଶା ଆମକୁ ଏହି ମୁହୂର୍ତ୍ତରେ ଆବଶ୍ୟକ କରୁଛି। ଯେତେଶୀଘ୍ର ସମ୍ଭବ ଆମେ ସେମାନଙ୍କ ନିକଟରେ ପହଞ୍ଚତ୍ବା ଉଚିତ ବୋଲି କହିଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡ୍‌ରେ ଦାନ କରିବାକୁ କହିବାସହ ଏହାର ଲିଙ୍କ୍‌ ମଧ୍ୟ ଶେୟାର କରିଥିଲେ। ତେବେ ଏହି ‘କେଦାରନାଥ’ ଅଭିନେତା ପୂର୍ବରୁ ମଧ୍ୟ ଅନେକ ସାମାଜିକ ସେବାକାର୍ଯ୍ୟ ସହ ଜଡ଼ିତ ଥିଲେ। କେରଳ ବାତ୍ୟାବେଳେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ କୋଟି ଟଙ୍କା ଦାନ କରିଥିବାବେଳେ ୨୦୧୮ ନାଗାଲାଣ୍ଡ ବାତ୍ୟା ସମୟରେ ୧.୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ସେହିଭଳି ନିଜର ଜଣେ ପ୍ରଶଂସକଙ୍କ ନାମରେ ସେ ୧ କୋଟି ଟଙ୍କା ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଦେଇଥିଲେ, ଯାହା ତାଙ୍କ ମହାନତା ଓ ସେବା ମନୋବୃତ୍ତିକୁ ପ୍ରମାଣିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

ତର୍କରା ଡ୍ୟାମ୍‌ରେ ଗାଧୋଇଲା ବେଳେ ଅଘଟଣ: ୨ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା,୪ା୫(ସଙ୍ଗୀତା ଜେନା): ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍‌ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା...

ବିଜୟ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ୱର ଫେରିଲେ

ଭୁବନେଶ୍ୱର,୪।୫: କଂଗ୍ରେସର ବରିଷ୍ଠ ନେତା ତଥା ପାରଳାଖେମୁଣ୍ଡି ବିଧାନସଭା ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅସୁସ୍ଥ। ପ୍ରଚଣ୍ଡ ଖରାରେ ପ୍ରଚାର କରିବା ଯୋଗୁ ତାଙ୍କୁ ଅଂଶୁଘାତ ହୋଇଯାଇଥିଲା।...

ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସ ସାଂସଦ ପ୍ରାର୍ଥୀ ଇଂ ବିନୋଦ ନାୟକ

କେନ୍ଦୁଝର, ୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଲୋକ ସଭା ପ୍ରାର୍ଥି ଭାବେ କଂଗ୍ରେସ ଦଳରୁ ଇଂ ବିନୋଦ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଶନିବାର...

‘ଓଡ଼ିଶାର ନେତା ମାଟିର ପୁଅ ହୁଅନ୍ତୁ’

ଭୁବନେଶ୍ୱର,୪।୫: ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ଖବରଦାତା ସମ୍ମିଳନୀରେ ମୋଦିଙ୍କ ବିକାଶଧାରା ସହ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଛନ୍ତି।...

ଓଡ଼ିଶା ଲୋକଙ୍କ ମଧ୍ୟରେ ବହୁତ ଟ୍ୟାଲେଣ୍ଟ, ସ୍କିଲ୍‌ ଅଛି: ଏସ୍. ଜୟଶଙ୍କର

ଭୁବନେଶ୍ୱର,୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର। ଏହି ସମୟରେ ସେ ଓଡ଼ିଶାର କଳା, ସଂସ୍କୃତି...

୧୦ରେ ଭୁବନେଶ୍ୱରରେ ରୋଡ୍‌ ଶୋ’ କରିବେ ମୋଦି

ଭୁବନେଶ୍ୱର,୪।୫: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୫ ଓ ୬ ତାରିଖ ପରେ ଆସନ୍ତା ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri