ପ୍ରାକ ବଜେଟ ପରାମର୍ଶ ପ୍ରକ୍ରିୟା;ଆଜି ଅଂଶୀଦାରଙ୍କୁ ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୬-୧୨: ଆର୍ଥତ୍କ ବର୍ଷ ୨୦୨୦-୨୧ର ସାଧାରଣ ବଜେଟ ଲାଗି ପ୍ରାକ୍‌ ବଜେଟ ପରାମର୍ଶ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେଉଛି। ଏଥିଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅଂଶୀଦାରଙ୍କୁ ଭେଟିବେ। ଏହା ମଧ୍ୟରେ ଶିଳ୍ପ ସଂଘ, କୃଷକଙ୍କ ସଂଘ ଏବଂ ଅର୍ଥନୀତିଜ୍ଞମାନେ ରହିଛନ୍ତି। ଏମାନଙ୍କ ସହ ଅର୍ଥମନ୍ତ୍ରୀ ଭେଟିବା ସହ ଦେଶର ବିକାଶ ହାର ଏବଂ ଚାହିଦା ବୃଦ୍ଧି ଲାଗି ପରାମର୍ଶ ଗ୍ରହଣ କରିବେ। ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବଜେଟକୁ ଚଳିତ ବର୍ଷ ଫେବୃୟାରୀ ପହିଲାରେ ସୀତାରାମନ ଉପସ୍ଥାପନ କରିବେ। ଅଂଶୀଦାରଙ୍କ ସହ ଏହି ପରାମର୍ଶ ପ୍ରକ୍ରିୟା ଚଳିତ ମାସ ୨୩ ତାରିଖ ଯାଏ ଚାଲିବ।
୨୦୧୯-୨୦ ଆର୍ଥତ୍କ ବର୍ଷର ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ସରକାରଙ୍କ ପ୍ରମୁଖ ପ୍ରସଙ୍ଗ ରହିବ ବୋଲି କୁହାଯାଉଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ମୁତାବକ ସୀତାରାମନ ସୋମବାର ସକାଳେ ଗ୍ରୁପ ଅଫ୍‌ ନିୟୁ ଇକୋନୋମି: ଷ୍ଟାର୍ଟ ଅପ, ଫିନଟେକ ଏବଂ ଡିଜିଟାଲ ସେକ୍ଟରକୁ ଭେଟିବେ। ଏହି ଦିନ ପରବର୍ତ୍ତୀ ପର୍ଯ୍ୟାୟରେ ଆର୍ଥତ୍କ କ୍ଷେତ୍ର ଏବଂ ପୁଞ୍ଜି ବଜାର ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ଧାର୍ଯ୍ୟ ହୋଇଛି। ଦେଶ ମଧ୍ୟରେ ବାଣିଜ୍ୟ ସୁଗମତା, ନିୟାମକ ପରିବେଶ, ଘରୋଇ ନିବେଶ ଉପରେ ପ୍ରଭାବ, ରପ୍ତାନି ପ୍ରତିଦ୍ୱନ୍ଦ୍ୱିତା, ପେମେଣ୍ଟ ପ୍ରଦାନରେ ବିଳମ୍ବ ଏବଂ ଚୁକ୍ତି କାର୍ଯ୍ୟକାରିତା କ୍ଷେତ୍ରରେ ସରକାରଙ୍କ ଭୂମିକା ଘରୋଇ ନିବେଶକୁ ପୁନର୍ଜୀବିତ କରିବା ଭଳି ପ୍ରସଙ୍ଗ ଉପରେ ସରକାର ପରାମର୍ଶ ଲୋଡିଥିବା ଶିଳ୍ପଜଗତ ପକ୍ଷରୁ ସୂଚନା ରହିଛି।
ଶିଳ୍ପ ସଂଘଗୁଡିକୁ ଡିସେମ୍ବର ୧୯ରେ ଅର୍ଥମନ୍ତ୍ରୀ ଭେଟି ପାରନ୍ତି ବୋଲି କୁହାଯାଇଛି। ସରକାର ବର୍ତ୍ତମାନ ଯାଏ କର୍ପୋରେଟ ଟିକସ ହ୍ରାସ କରିଛନ୍ତି। ବ୍ୟକ୍ତିଗତ ଆୟକର ଢାଞ୍ଚାରେ ପରିବର୍ତ୍ତନ ସହ ବେତନଭୋଗୀଙ୍କ ଲାଗି ଖୁସି ଖବର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ସାମଗ୍ରୀ ଏବଂ ସେବା ଚାହିଦା ବଢାଇବା ଲାଗି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସ ମୁକ୍ତ କରିବା ଲାଗି ସରକାରଙ୍କ ନିକଟରେ ଶିଳ୍ପସଂଘଗୁଡିକ ଦାବି ରଖିଛନ୍ତି। ବର୍ତ୍ତମାନ ଏହି ସୀମା ୨.୫ ଲକ୍ଷ ଟଙ୍କା ରହିଛି। ଆୟକର ଆଇନ ୮୦ସି ଅନୁସାରେ ମୋଟ ଡିଡକସନ ଲିମିଟ୍‌ ୧.୫ ଲକ୍ଷ ଟଙ୍କାରୁ ଅନ୍ତତଃ ୩ ଲକ୍ଷ ଟଙ୍କାକୁ ବଢାଇବାକୁ ମଧ୍ୟ ଦାବି କରାଯାଇଛି। ବ୍ୟକ୍ତିଗତ ଟିକସଦାତାଙ୍କ ନିବେଶ ଏବଂ ଟିକସ ସଞ୍ଚୟ ଦିଗରେ ଏହା କାର୍ଯ୍ୟ କରିବ ବୋଲି ଶିଳ୍ପ ସଂଘ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବଜେଟ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି। ବିଭିନ୍ନ ବିଭାଗ ଏବଂ ମନ୍ତ୍ରଣାଳୟ ସେମାନଙ୍କ ଯୋଜନା ଖର୍ଚ୍ଚ ନେଇ ପ୍ରସ୍ତୁତି କରୁଛନ୍ତି। ବଜେଟର ରୂପରେଖ କଣ ରହିଛି ତାକୁ ବଜାର ବିଶେଷଜ୍ଞ ମାନେ ଅପେକ୍ଷା କରି ରହିଛନ୍ତି। ବିଶେଷ କରି ବିତ୍ତୀୟ ନିୟଣ୍ଟ ଉପରେ ସମସ୍ତଙ୍କ ନଜର ରହିଥିବା ଶୁଣାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?