Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା: ସିଏଏ,ଏନ୍‌ଆର୍‌ସି ପ୍ରତ୍ୟାହାର କର

କୋଲକାତା,୧୨ା୧(ପି.ଟି.): ପଶ୍ଚିମବଙ୍ଗ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜଭବନରେ ଭେଟିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନର ବିଭିନ୍ନ ପ୍ରସଙ୍ଗ ଉପରେ ପୁନର୍ବିଚାର କରିବା ସହ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ପ୍ରତ୍ୟାହାର କରିନେବା ପାଇଁ ସେ ମୋଦିଙ୍କୁ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀ ଯିବାକୁ ମୋଦି ତାଙ୍କୁ କହିଥିବା ମମତା ଖବରଦାତାମାନଙ୍କୁ ଜଣାଇଛନ୍ତି। ରାଜ୍ୟ ପାଇବାକୁ ଥିବା କେନ୍ଦ୍ରୀୟ ସହାୟତା ପ୍ରସଙ୍ଗ ମଧ୍ୟ ସେ ଉପସ୍ଥାପନ କରିଥିଲେ। ୨୮,୦୦୦ କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଏପର୍ଯ୍ୟନ୍ତ ମିଳି ନ ଥିବା ନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହାକୁ ସେ ବିରୋଧ କରୁଥିବା କହିବା ସହ ପ୍ରତ୍ୟାହାର ପାଇଁ ଦାବି ଜଣାଇଥିଲେ ବୋଲି ମମତା କହିଛନ୍ତି।
ବିରୋଧୀ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ଶନିବାର ଅପରାହ୍ନରେ କୋଲକାତାର ଏନ୍‌ଏସ୍‌ସି ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖର, କୋଲକାତା ମେୟର, ରାଜ୍ୟ ମନ୍ତ୍ରୀ ଫିରହାଦ ହାକିମ୍‌, ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ଓ ଦଳର ବରିଷ୍ଠ ନେତାମାନେ ସ୍ବାଗତ କରିଥିଲେ। ଶତାଧିକ ବିକ୍ଷୋଭକାରୀ କଳାପତାକା ଧରି କୋଲକାତା ବିମାନବନ୍ଦର ବାହାରେ ପ୍ରତିବାଦ ଜଣାଇଥିଲେ। ବିମାନବନ୍ଦରରୁ ଏକ ହେଲିକପ୍ଟର ଯୋଗେ ସେ ରୟାଲ କୋଲକାତା ଟର୍ଫ କ୍ଲବ୍‌ ଯିବା ପରେ ସେଠାରୁ ରାଜଭବନ ଯାଇଥିଲେ। ରବିବାର ପ୍ରଧାନମନ୍ତ୍ରୀ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକୀ ଉତ୍ସବରେ ଯୋଗଦେବେ।
ସାକ୍ଷାତ କରି ଫେରିବା ପରେ ମମତା ସିଧା ଟିଏମ୍‌ସି ଛାତ୍ର ସଂଗଠନର ସିଏଏ ବିରୋଧୀ ଧାରଣାସ୍ଥଳକୁ ଯାଇଥିଲେ। ପଶ୍ଚିମବଙ୍ଗରେ ସିଏଏ କାର୍ଯ୍ୟକାରୀ ହେବ ନାହିଁ ବୋଲି ସେ ସେଠାରେ ଦୋହରାଇଥିଲେ। ବିକ୍ଷୋଭସ୍ଥଳରେ ବାମଦଳ ସମର୍ଥତ୍ତ ଛାତ୍ରଗୋଷ୍ଠୀ ମମତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ସେ କ’ଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?