ପ୍ରଦୂଷଣ ବଳୟରେ ଖୋର୍ଦ୍ଧା : ରୋଗ ବାଣ୍ଟୁଛି କ୍ରଶର, ଖଣି ବିଗାଡୁଛି ପରିବେଶ

ଖୋର୍ଦ୍ଧା ଅଫିସ,୨୬।୭ : ପ୍ରଦୂଷିତ ହୋଇଚାଲିଛି ଖୋର୍ଦ୍ଧାର ପରିବେଶ। ଖୋର୍ଦ୍ଧା ତହସିଲ ଓ ଆଖପାଖ ଅଞ୍ଚଳରେ କ୍ରଶର ରୋଗ ବାଣ୍ଟୁଥିଲାବେଳେ ପଥର ଖଣି ପରିବେଶକୁ ବିଗାଡି ଦେଇଛି। ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷଙ୍କ ପର୍ଯ୍ୟନ୍ତ ପରିବେଶ ସୁରକ୍ଷା ଚିନ୍ତା ଘାରୁଥିଲେ ମଧ୍ୟ କ୍ରଶର ମାଲିକ ଓ ସରକାରୀ କର୍ମଚାରୀ ଏବଂ ଅଧିକାରୀ ମାଲେମାଲ ହେଉଛନ୍ତି। ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ସାଧାରଣ ଲୋକଙ୍କୁ ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ କରାଉଛନ୍ତି। ହେଲେ ଏସ୍‌ଟିଏଫ୍‌ର କ୍ରଶର ଉପରେ ଚଢ଼ାଉ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ବେଆଇନ କ୍ରଶର ଓ ଖଣି ଖନନ ଉପରେ ଲଗାମ ଲଗାଇ ପରିବେଶକୁ ବଞ୍ଚାଅ ବୋଲି ସାଧାରଣରେ ଦାବି ଉଠିଛି। ଅନ୍ୟପକ୍ଷେ କୁରାଢ଼ମଲ୍ଲଠାରୁ କାଇପଦର ଗାଁ ରାସ୍ତାର ଉଭୟପାର୍ଶ୍ୱରେ ୫୦ରୁ ଊର୍ଦ୍ଧ୍ୱ କ୍ରଶର ଗଢ଼ି ଉଠିଛି। ସେହିଭଳି ୧୬ ନଂ. ଜାତୀୟ ରାଜପଥର ଦଧିମାଛଗାଡିଆଠାରୁ ବାଜପୁର ରାସ୍ତା ପାର୍ଶ୍ୱରେ ୨୫, ଦଧିମାଛଗାଡିଆ ଛକରୁ ଦଧିମାଛଗାଡିଆ ଗାଁକୁ ପଡିଥିବା ରାସ୍ତାରେ ୩୦, ତାପଙ୍ଗ ଛକରୁ ତାପଙ୍ଗ ଗାଁକୁ ପଡିଥିବା ରାସ୍ତାପାର୍ଶ୍ୱରେ ୫୦, ଓସିସି ଛକରୁ ତାପଙ୍ଗ ଛକ ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ୩୩ କ୍ରଶର ଗଢ଼ି ଉଠିଛି। ପୁଣି କୁରାଢ଼ମଲ୍ଲରୁ ଦେଉଳଟାଙ୍ଗୀ ରାସ୍ତାପାର୍ଶ୍ୱରେ ୨୦, କାଞ୍ଜିଆଗଡରୁ ଝିଙ୍କିଝାରୀ ଗାଁ ରାସ୍ତାପାର୍ଶ୍ୱରେ ୧୨, ଛତ୍ରମା ଛକରୁ ଛତ୍ରମା ଗାଁ ରାସ୍ତାରେ ୫୦ରୁ ଊର୍ଦ୍ଧ୍ୱ କ୍ରଶର ରହିଛି। ଦୁର୍ଗାପୁର ଗାଁ ନିକଟରେ ୩୦ ରୁ ଊର୍ଦ୍ଧ୍ୱ ଓ ତୋଟାପଡା ଛକରୁ କଦଳୀବାରି ଗାଁକୁ ୧୨, ଶିଆଳିଆରୁ ବ୍ରହ୍ମପୁରା ରାସ୍ତାକଡରେ ପ୍ରାୟ ୫ କ୍ରଶର ଅନୁରୂପ ଭାବେ ରହିଛି। କ୍ରଶରଗୁଡିକ ଆଇନତଃ ହେଉ ଅଥବା ବେଆଇନ ଭାବେ ହେଉ ଏଗୁଡିକର ଧୂଳିକଣାରେ ସାଧାରଣ ଲୋକ ରୋଗର ଶିକାର ହେଉଛନ୍ତି। ସମ୍ପୃକ୍ତ ରାସ୍ତା ଦେଇ ଯିବାବେଳେ ପ୍ୟାଣ୍ଟ, ଶାର୍ଟ ଓ ଦେହ ଉପରେ ଏକ ଧୂଳିର ଆସ୍ତରଣ ବସିଯାଉଛି। ଏହାର ପ୍ରତିକାର ପାଇଁ ଦାବି ହେଉଥିଲେ ହେଁ ଏହା ଶୀତଳଭଣ୍ଡାରରେ ରହିଯାଉଛି ବୋଲି ଅଭିଯୋଗ ରହିଛି।
ଜିଲାର ବିଭିନ୍ନ ପାହାଡ ଓ ଜଙ୍ଗଲିଆ ଅଞ୍ଚଳରେ ପଥର ଚୋରମାନେ କମ୍ପ୍ରେସର ସାହାଯ୍ୟରେ ଗ୍ରାନାଇଟ ପଥର ମୁଣ୍ଡିଆରୁ ପଥର ବ୍ଲାଷ୍ଟିଂ ପାଇଁ ଡିଟୋନେଟର, ଜିଲୋଟିନ, ଆମୋନିୟମ ନାଇଟ୍ରେଟ୍‌ ଭଳି ବିସ୍ଫୋରକ ପଦାର୍ଥ ବ୍ୟବହାର କରୁଛନ୍ତି। ଏପରିସ୍ଥଳେ ଖୋର୍ଦ୍ଧା ଜିଲାରେ ବିସ୍ଫୋରକର ଅପବ୍ୟବହାର ସାଙ୍ଗକୁ ବେଆଇନ କାରବାର ବୃଦ୍ଧି ପାଇବାରେ ଲାଗିଛି। ବିସ୍ଫୋରକ ମହଜୁଦ ଓ ବିକ୍ରୟ ଲାଗି ଦୁଇ ପ୍ରକାର ୨୧/୨୨ ଲାଇସେନ୍ସ ବ୍ୟବସ୍ଥା ରହିଛି। ଖୋର୍ଦ୍ଧା ଜିଲାରେ ୩ ଜଣଙ୍କୁ ବିସ୍ଫୋରକ ପାଇଁ ଲାଇସେନ୍ସ ମିଳିଛି। କିନ୍ତୁ ଏବେ ଗାଁ ଗାଁରେ ଚୋରାରେ ଏହି ବିସ୍ଫୋରକ ସାମଗ୍ରୀ ଗଚ୍ଛିିତ ରହୁଛି। ଆବଶ୍ୟକତାଠାରୁ ଅଧିକ ପୁଣି ଗଚ୍ଛିତ ରହୁଛି। ତାହା ପୁଣି ବିପଦସଙ୍କୁଳ ଭାବେ ରଖାଯାଉଥିବାର ଅଭିଯୋଗ ହେଉଛି। ଅନ୍ୟପକ୍ଷେ ଦିନରାତି ମୁଣ୍ଡିଆଗୁଡିକରେ ବିସ୍ଫୋରକ ବ୍ୟବହାର ପଦାର୍ଥ ବ୍ଲାଷ୍ଟିଂ କରାଯାଉଛି। ଏସ୍‌ଟିଏଫ୍‌ର ଚଢ଼ାଉ ପରେ ବେଆଇନ ଖଣି ବନ୍ଦ ରହିଥିଲା। ପରେ ସରକାରୀ ସ୍ବୀକୃତିପ୍ରାପ୍ତ ଖଣି ବି ଦିନରାତି ପଥର ବ୍ଲାଷ୍ଟିଂ କରିବାର ଅଭିଯୋଗ ରହିଛି। ବ୍ଲାଷ୍ଟିଂ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି। ଗ୍ରାନାଇଟ ପଥରକୁ ଆଖି ଆଗରେ ରଖି ଖୋର୍ଦ୍ଧା ଜିଲାରେ ଗଢି ଉଠିଛି ଷ୍ଟୋନ କ୍ରଶର ଶିଳ୍ପ। ସରକାରୀ ସ୍ତରରେ ୩୫୬ କ୍ରଶର ପରିବେଶ ମଞ୍ଜୁରୀ ପାଇଥିବାବେଳେ ରାଜନୈତିକ ପ୍ରୋତ୍ସାହନ ଓ ପ୍ରଶାସନିକ ଆଶୀର୍ବାଦରୁ ଜିଲାରେ ୫୪୪ରୁ ଊର୍ଦ୍ଧ୍ୱ ବେଆଇନ କ୍ରଶର ଗଢ଼ି ଉଠିଥିବା ଅଭିଯୋଗ ରହିଛି। କ୍ରଶର ବେଆଇନ ଭାବେ ଚାଲୁ ଅଥବା ପଞ୍ଜୀକୃତ ହୋଇଥାଉ, କେହି ବି ସାଇଟିଂ ନିୟମକୁ ମାନୁନାହାନ୍ତି। ଏହି ବେଆଇନ କାର୍ଯ୍ୟ ନେଇ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଜାଣି ମଧ୍ୟ ନୀରବତା ଅବଲମ୍ବନ କରୁଛନ୍ତି। ନୀରବତା ପଛରେ ହାତଗୁଞ୍ଜା କାରବାର ରହିଥିବାର ଅଭିଯୋଗ ହୋଇ ଆସୁଛି। କେବଳ ଅଦାଲତଙ୍କ ନିର୍ଦ୍ଦେଶ ମିଳିଲେ ଆଖିଦୃଶିଆ ଚଢାଉ କରାଯାଇ କାର୍ଯ୍ୟ ଶେଷ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?