Posted inଖେଳ

ପ୍ରଥମ ଟେଷ୍ଟରୁ ପାଟିନସନ ବାସନ୍ଦ

ସିଡନୀ,୧୭।୧୧(ଏଏଫ୍‌ପି): ବ୍ରିସ୍‌ବେନ୍‌ରେ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ ବାସନ୍ଦ ହୋଇଛନ୍ତି। ଜଣେ ଖେଳାଳିଙ୍କୁ ଦୁର୍ବ୍ୟବହାର ତଥା ଗାଳି କରିଥିବାରୁ ରବିବାର କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ଗୋଟିଏ ଟେଷ୍ଟରୁ ସସେପେଣ୍ଡ କରିଛି। ଶେଫିଲ୍ଡ ସିଲ୍ଡ ଟୁର୍ନାମେଣ୍ଟରେ କୁଇନ୍ସଲାଣ୍ଡ ବିପକ୍ଷରେ ଭିକ୍ଟୋରିଆ ତରଫରୁ ଖେଳିବା ବେଳେ ସେ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣବିଧି ଉଲ୍ଲଂଘନ କରିଥିବା ଜଣାପଡିଥିଲା। ତେବେ ପାଟିନସନ କ’ଣ କହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଫିଲ୍ଡିଂ କରିବାବେଳେ ସେ ବ୍ୟକ୍ତିଗତ ଭାବେ ଜଣେ ଖେଳାଳିଙ୍କୁ ଗାଲି କରିଥିବା କୁହାଯାଇଛି। ଗତ ୧୮ ମାସ ମଧ୍ୟରେ ସେ ତୃତୀୟଥର ପାଇଁ ଏପରି ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କୁ ଗୋଟିଏ ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି। ଖେଳାଳିମାନଙ୍କ ଆଚରଣବିଧି ନେଇ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି।
ଦଳରୁ ପାଟିନସନ ବାଦ୍‌ ପଡିଥିବାରୁ ଏହି ଟେଷ୍ଟରେ ମିଚେଲ ଷ୍ଟାର୍କ ଖେଳିବା ନିଶ୍ଚିତ ହୋଇଛି। ପୂର୍ବରୁ ଗୋଟିଏ ସ୍ଥାନ ପାଇଁ ପାଟିନସନ ଓ ଷ୍ଟାର୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ଦେଖିବାକୁ ମିଳିଥିଲା। ଦଳରେ ସାମିଲ ହୋଇଥିବା ଅନ୍ୟ ୩ଜଣ ବୋଲର ହେଲେ ଜୋଶ ହାଜେଲଉଡ, ପ୍ୟାଟ କୁମିନ୍ସ ଓ ନାଥନ ଲିୟନ। ଖେଳିବା ବେଳେ ଭାବପ୍ରବଣ ହୋଇ ଭୂଲ କରିଛି ବୋଲି ପାଟିନସନ ସ୍ବୀକାର କରିଛନ୍ତି। ଭୂଲ କରିବା ପରେ ପ୍ରତିପକ୍ଷ ଖେଳାଳି ଓ ଅମ୍ପାୟରମାନଙ୍କୁ କ୍ଷମା ମାଗିଥିଲି । ବାସନ୍ଦାଦେଶକୁ ଗ୍ରହଣ କରିଛି ବୋଲି ସେ କହିଛନ୍ତି। ପାଟିନସନଙ୍କୁ ବାଦ୍‌ ଦିଆଯାଇଥିଲେ ମଧ୍ୟ ଦଳରେ କୌଣସି ବଦଳ ଖେଳାଳିଙ୍କୁ ସାମିଲ କରାଯିବ ନାହିଁ ବୋଳି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri