ପ୍ରତିଷ୍ଠା ହେବ ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାବିଲ

ନୂଆଦିଲ୍ଲୀ,୨-୮: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କୋ), ହିନ୍ଦୁସ୍ତାନ କପର ଲିମିଟେଡ(ଏଚ୍‌ସିଏଲ୍‌) ଏବଂ ମିନେରାଲ ଏକ୍ସପ୍ଲୋରେଶନ କମ୍ପାନୀ ଲିମିଟେଡ(ଏମଇସିଏଲ୍‌) ଭଳି ୩ ରାଷ୍ଟ୍ରାୟତ୍ତ ସଂସ୍ଥା ମିଳିତ ହୋଇ ନୂଆ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କାବିଲ ସ୍ଥାପନ କରିବେ। କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାହ ଯୋଶୀ ଏ ନେଇ ସୂଚନା ଦେଇଛନ୍ତି। ନୂଆ କମ୍ପାନୀରେ ଉକ୍ତ ୩ କମ୍ପାନୀର ସହଭାଗିତା ଅନୁପାତ ଯଥାକ୍ରମେ ୪୦:୩୦:୩୦ ରହିଛି। ଘରୋଇ ବଜାରକୁ ଗୁରୁତ୍ୱପୂର୍ଣ୍ଣ ଏବଂ ମୂଲ୍ୟବାନ ଖଣିଜ ସାମଗ୍ରୀର ନିରନ୍ତର ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଖଣିଜ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ରପ୍ତାନି ନିର୍ଭରଶୀଳତା କମାଇବା ଲକ୍ଷ୍ୟକୁ ଏହା ବାସ୍ତବ ରୂପ ଦେବ ବୋଲି ଯୋଶୀ କହିଛନ୍ତି।
ସେ କହିଛନ୍ତି, ପରିବହନ ଏବଂ ଉତ୍ପାଦନ କ୍ଷେତ୍ର ଲାଗି ଖଣି ଏବଂ ଧାତବ ସାମଗ୍ରୀର ସ୍ଥାୟୀ ଉତ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୧୫ର ପ୍ୟାରିସ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଗ୍ରୀନ ହାଉସ ଗ୍ୟାସ ନିର୍ଗମନକୁ ହ୍ରାସ କରିବା ଲାଗି ଭାରତ ଶପଥ ନେଇଥିଲା। ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାର କରି ସରକାର ଦେଶ ମଧ୍ୟରେ ଇ-ଯାନ ଚଳାଚଳକୁ ଗୁରୁତ୍ୱ ଦେଉଛନ୍ତି। ଏହାକୁ ବିଚାର କଲେ ବ୍ୟାଟେରୀ ମାଧ୍ୟମରେ ଇନ୍ଧନ ସଞ୍ଚୟର ଆବଶ୍ୟକତାକୁ ଉପଲବ୍ଧି କରିବାକୁ ହେବ ବୋଲି ଯୋଶୀ ମତ ରଖିଛନ୍ତି।
ସେ କହିଲେ ଯେ, ବିମାନ ଚଳାଚଳ, ପ୍ରତିରକ୍ଷା ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ହାଲ୍‌କା ଏବଂ ଉଚ୍ଚ ଯାନ୍ତ୍ରିକ ଦକ୍ଷତା ଥିବା ଖଣିଜ ଦ୍ରବ୍ୟର ଆବଶ୍ୟକତା ରହିବ। ସ୍ବଳ୍ପ ସମ୍ପଦ ଆଧାର ରହିଥିବା ୧୨ ମୂଲ୍ୟବାନ ଖଣିଜ ଦ୍ରବ୍ୟ ମଧ୍ୟରୁ ଲିଥିୟମ ଏବଂ କୋବାଲଟ ଗୁରୁତ୍ୱପୂର୍ଣ୍ଣ। ଦେଶ ମଧ୍ୟରେ ଖଣିଜ ଦ୍ରବ୍ୟର ଆବଶ୍ୟକତା ପୂରଣ, ବାଣିଜି୍ୟକ ଉପଯୋଗ ଲାଗି ବିଦେଶରେ ଖଣିଜ ସାମଗ୍ରୀ ଠାବ, ଅଧିଗ୍ରହଣ, ଉତ୍ତୋଳନ, ବିକାଶ,ଖନନ ଏବଂ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ରରେ ନୂଆ କମ୍ପାନୀ କାର୍ଯ୍ୟ କରିବ। ସେହିଭଳି ଖଣିଜ ଉତ୍ସ ଥିବା ଦେଶରେ ବାଣିଜି୍ୟକ ସୁଯୋଗ, ଜିଟୁଜି ସହଭାଗିତା, ଖଣିଜ ସମ୍ପତ୍ତିର ରଣନୈତିକ ଅଧିଗ୍ରହଣ ଏବଂ ନିବେଶ ଦ୍ୱାରା ଖଣିଜ ସଂଗ୍ରହ ଉପରେ ଏହା ଧ୍ୟାନ କେନ୍ଦ୍ରିତ କରିବ। ଅଷ୍ଟ୍ରେଲିଆ, ଆମେରିକା ଏବଂ ଦକ୍ଷିଣ ଆଫ୍ରିକା ଭଳି ଖଣି ସମୃଦ୍ଧ ରାଷ୍ଟ୍ର ସହ ସହଭାଗିତା ସ୍ଥାପନରେ ଏହି କମ୍ପାନୀ କାର୍ଯ୍ୟ କରିବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

ମନଇଛା ଘରଭଡା ବଢାଇପାରିବେ କି ମାଲିକ? ଓଡ଼ିଶାରେ ଭଡାଘର ଏଗ୍ରିମେଣ୍ଟକୁ ନେଇ ବଦଳିଲା ନିୟମ

ଭୁବନେଶ୍ୱର,୧୩ା୬: ରାଜ୍ୟରେ ଘର ଭଡ଼ା ବ୍ୟବସ୍ଥାକୁ ଆଧୁନିକ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ‘ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬’ର ଚିଠା ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri