ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ତିର୍ତ୍ତୋଲ,୨୪।୧୦(ଡି.ଏନ୍‌.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଫାଣ୍ଡି ଅଧୀନ କଟରା ପୋଖରୀରୁ ପୋଲିସ ଏକ ମୃତଦେହ ସକାଳୁ ଉଦ୍ଧାର କରିଛି। କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ବନ ସ୍ବାଇଁଙ୍କ ପୁଅ ରଶ୍ମୀରଞ୍ଜନ (୨୮)ଙ୍କର ବୋଲି ପୋଲିସ ଚିହ୍ନଟ କରିଛି। ତାଙ୍କ ବେକରେ କଟାଦାଗ ରହିଥିବା ଦେଖାଯାଇଛି। କେହି ତାଙ୍କୁ ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଦୁଇଦିନ ତଳେ ସେ ଘରୁ ବାଇକ୍‌ ନେଇ ଯାଇ ଆଉ ଫେରି ନ ଥିଲେ। ସକାଳୁ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଆଇସି ବିଉଟି ମହାନ୍ତି ଆତ୍ମହତ୍ୟା ମାମଲା: ସନ୍ଦେହ ଘେରରେ ଏଏସ୍‌ଆଇ

ଭୁବନେଶ୍ୱର,୭।୭(ତ୍ରିନାଥ ମହାନ୍ତି):କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ଭାବେ କାର୍ଯ୍ୟରତ ମହିଳା ପୋଲିସ ଅଧିକାରୀ ବିଉଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ଦିନ ଗଡ଼ିବା…

ବର୍ଷାରେ ଧୋଇଗଲା ନିର୍ମାଣାଧିନ ରିଂ ରୋଡ: ସ୍ଥାୟିତ୍ୱ ନେଇ ଉଠିଲାଣି ପ୍ରଶ୍ନ

ବରଗଡ଼,୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶରେ ରିଂ ରୋଡ ନିର୍ମାଣ ଚାଲିଛି । ବରଗଡ଼ ସାଇ ମନ୍ଦିରରୁ ରୁହୁଣିଆଁ ପର୍ଯ୍ୟନ୍ତ ହେବାକୁ ଥିବା…

ପାକିସ୍ତାନ ଇଙ୍ଗିତରେ ନାଚୁଛି ବାଂଲାଦେଶ: ଭାରତୀୟ ରାଷ୍ଟ୍ରଦୂତଙ୍କ ଆଗରେ କଲା ଏମିତି କାମ

ଶ୍ରୀନଗର,୭।୭:ଜମ୍ମୁ ଓ କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ସତ୍ତ୍ୱେ ଅନେକ କ୍ଷେତ୍ରରେ କଶ୍ମୀରକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି। ବାଂଲାଦେଶରେ ଏପରି ଏକ ଘଟଣା…

ପୁରୀ-କୋରାପୁଟ ସ୍ପେସିଆଲ୍‌ ଟ୍ରେନକୁ କେସିଙ୍ଗାରେ ସ୍ବାଗତ: ରହଣି ସମୟ ପରିବର୍ତ୍ତନ ପାଇଁ ଦାବି

କେସିଙ୍ଗା, ୭।୭( ତୁମେଶ୍ୱର ସାହୁ): ଶ୍ରୀକ୍ଷେତ୍ର ପୁରୀ-ଶାବର କ୍ଷେତ୍ର କୋରାପୁଟ ସ୍ପେସିଆଲ୍‌ ଏକ୍ସପ୍ରେସ ଟ୍ରେନ (ନଂ .୧୮୪୦୮)କୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ମୋହନ…

ଏହି କାରଣରୁ ହୋଇଛି ବିଉଟି ମହାନ୍ତିଙ୍କ ମୃତ୍ୟୁ, ଆସିଲା ଚାଉଳିଆଗଞ୍ଜ ଥାନା IICଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ,୭।୭: ଚାଉଳିଆଗଞ୍ଜ ଥାନା IIC ବିଉଟି ମହାନ୍ତିଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି…

୭୭ ବନ ମହୋତ୍ସବ ପାଳିତ:ବିଭିନ୍ନ କିସମର ବୃକ୍ଷରୋପଣ

କର୍ଲାମୁଣ୍ଡା,୭।୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଉଦ୍ୟମରେ ମହାବିଦ୍ୟାଳୟ ପରିସରରେ ସୋମବାର ୭୭ତମ…

ବିଳମ୍ବିତ ରାତିରେ ରାସ୍ତାରୁ ଖସିଗଲା ବାଇକ୍, ଯୁବକଙ୍କ ଉପରେ ପଡ଼ିଗଲା…

କେନ୍ଦ୍ରାପଡ଼ା,୭।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଜଳା ରାସ୍ତାରେ ସୋମବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ଅଚିହ୍ନା…

ମାଛ ଧରିବାକୁ ଯାଇ ବୈତରଣୀ ନଦୀରେ ଭାସିଗଲେ ଯୁବକ, ତାପରେ….

ପାଟଣା,୭।୭(ବୀର କିଶୋର ଦାଶ): ମାଛ ମାରିବାକୁ ଯାଇ ବୈତରଣୀ ନଦୀ ମୁହାଣରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି । ନିଖୋଜ ଯୁବକ ହେଉଛନ୍ତି ଟାଙ୍ଗରପଡ଼ା ପଂଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri