ପେସାଦାରୀ ଅଭିଜ୍ଞତା ହିଁ ସବୁକିଛି: ଶକ୍ତିକାନ୍ତ

ମୁମ୍ବାଇ,୨୩-୯: ଇତିହାସର ଛାତ୍ର ଥିବା ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ହେବା ପରେ ତାଙ୍କୁ ଅନେକ ଥଟ୍ଟା ପରିହାସର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଠାରେ ଆୟୋଜିତ ଏକ ମିଡିଆ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କୁ ଦର୍ଶକ ମଣ୍ଡଳୀରୁ ଜଣେ ପ୍ରଶ୍ନ ପଚାରିଥିଲେ। ଶକ୍ତିକାନ୍ତ ଇତିହାସର ଛାତ୍ର ହେବା କାରଣରୁ ତାଙ୍କୁ ଆର୍‌ବିଆଇ ଗଭର୍ନର ଭଳି ଏକ ଶୀର୍ଷ ପଦବୀରେ କାର୍ଯ୍ୟ କରିବାରେ ଅସୁବିଧା ହେଉଛି କି ବୋଲି ସେ ପ୍ରଶ୍ନ ପଚାରିଛନ୍ତି। ତେବେ ଶକ୍ତିକାନ୍ତ ଏହାର ଉତ୍ତର ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାସଙ୍ଗିକ ନୁହେଁ। କିନ୍ତୁ ତାଙ୍କର ଅର୍ଥନୀତି ଉପରେ ଗଭୀର ଜ୍ଞାନ ରହିବା ଜରୁରୀ। ଅର୍ଥନୀତିରେ ଦେଖାଦେଉଥିବା ସମସ୍ୟା ଉପରେ ତାଙ୍କର ସାଧାରଣ ଭାବେ ସଚେତନତା ରହିବା ଆବଶ୍ୟକ। ସବୁଠୁ ବଡ଼ କଥା ହେଲା ବ୍ୟକ୍ତିଙ୍କ ନିକଟରେ ପେସାଦାରୀ ଅଭିଜ୍ଞତା ରହିଥିବା ଜରୁରୀ। ଏହାହିଁ କାର୍ଯ୍ୟରେ ଲାଗିଥାଏ ବୋଲି ଶକ୍ତିକାନ୍ତ କହିଛନ୍ତି। ଦର୍ଶକଙ୍କ ପ୍ରଶ୍ନ ତାଙ୍କୁ ଅଡୁଆରେ ପକାଇ ଥିଲେ ମଧ୍ୟ ଶକ୍ତିକାନ୍ତ ଅତ୍ୟନ୍ତ ସହଜ ଭାବେ ଏହାର ଉତ୍ତର ଦେଇଥିଲେ। ସୂଚନାଥାଉ କି, କେନ୍ଦ୍ର ସରକାରରେ ଅର୍ଥ ମନ୍ତ୍ରଣାଳୟର ବିଭିନ୍ନ ଶୀର୍ଷ ପଦବୀରେ ରହିବା ପରେ ଅବସର ନେବାକୁ ଯାଉଥିବା ଶକ୍ତିକାନ୍ତଙ୍କୁ ହଠାତ ୨୦୧୮ ଡିସେମ୍ବର ୧୦ରେ ଆର୍‌ବିଆଇର ଗଭର୍ନର ଭାବେ ନିଯୁକ୍ତ କରାଯାଇଥିଲା। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ତାଙ୍କୁ ଉକ୍ତ ଦାୟିତ୍ୱ ମିଳିଥିଲା। ଶକ୍ତିକାନ୍ତଙ୍କ ପୂର୍ବସୂରୀ ପଟେଲ ଓ ରଘୁରାମ ରାଜନଙ୍କର ଅର୍ଥନୀତିଜ୍ଞ ଭାବେ ଉଲ୍ଲେଖନୀୟ କ୍ୟାରିୟର ରହିଛି। ରାଜନ ଅନ୍ତର୍ଜାତୀୟ ସ୍ତରରେ ଜଣେ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ,ଲେଖକ ଏବଂ ସାମାଜିକ-ରାଜନୈତିକ ଚିନ୍ତକ ହୋଇଥିବା ବେଳେ ପଟେଲ ମୁଦ୍ରାନୀତି ବିଶେଷଜ୍ଞ ଭାବେ ବେଶ୍‌ ଜଣାଶୁଣା। ଶକ୍ତିକାନ୍ତ ଉଦାହରଣ ଛଳରେ କହିଛନ୍ତି ଯେ, ଆମେରିକା ଫେଡେରାଲ ରିଜର୍ଭ ମୁଖ୍ୟ ଜେରମ ପାଓ୍ବେଲ ରାଜନୀତି ବିଜ୍ଞାନର ଛାତ୍ର ହୋଇଥିବା ବେଳେ ୟୁରୋପିୟାନ ସେଣ୍ଟ୍ରାଲ ବ୍ୟାଙ୍କର ମୁଖ୍ୟ ତଥା ପୂର୍ବତନ ଆଇଏମ୍‌ଏଫ୍‌ ପ୍ରେସିଡେଣ୍ଟ କ୍ରିଷ୍ଟିନ ଲାଗାର୍ଡ ଜଣେ ଆଇନ ଛାତ୍ରୀ। ସେହିପରି ବ୍ୟାଙ୍କ ଅଫ୍‌ ଜାପାନର ମୁଖ୍ୟ ହାରୁହିକୋ କୁରୋଡା ସିଭିଲ ସର୍ଭିସ ବ୍ୟାକ୍‌ଗ୍ରାଉଣ୍ଡରୁ ଆସିଛନ୍ତି ବୋଲି ଶକ୍ତିକାନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

୪୬ ପଇସା ପୈଠ ନକରିବାରୁ ଭାଜପା ନେତାଙ୍କ ଉପରେ ୧୨୦୦ ଟଙ୍କା ଜରିମାନା ଲଗାଇଛି HDFC ବ୍ୟାଙ୍କ

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କର କ୍ରେଡିଟ କାର୍ଡ ବିଲ ପେମେଣ୍ଟ କରିବା ସମୟରେ ଅଳ୍ପ କିଛି ପଇସା କମ ରହିଯାଏ, ତେବେ କ’ଣ ଏକ ବ୍ୟାଙ୍କ ଆପଣଙ୍କଠାରୁ…

୩ ରାଜ୍ୟରେ ବଢିଲା ପେଟ୍ରୋଲ ଦର, ଜାରି ହେଲା ନୂଆ ରେଟ୍‌…

ନୂଆଦିଲ୍ଲୀ, ୧୯।୮: ଦେଶବ୍ୟାପୀ ପେଟ୍ରୋଲ-ଡିଜେଲ ଦର କମିବାର କୌଣସି ଆଶା ଦେଖାଯାଉନାହିଁ। ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ (କଚ୍ଚା ତେଲ) ଦର ପୁଣି ଥରେ ବୃଦ୍ଧି ପାଇଛି…

ମେଣ୍ଢା ପାଳନ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା, ସରକାର ଦେଉଛନ୍ତି ୯୦% ପର୍ଯ୍ୟନ୍ତ ସବସିଡି!

ନୂଆଦିଲ୍ଲୀ, ୧୯।୮: ଗାଁ ଓ ଗ୍ରାମାଞ୍ଚଳରେ ଚାଷ ସହ ପଶୁପାଳନ ଚାଷୀଙ୍କ ଆୟ ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ। ବିଶେଷକରି ମେଣ୍ଢା ପାଳନକୁ କମ ସ୍ଥାନ ଓ…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri