‘ପେଟ୍ରୋଲିୟମ ପ୍ରଡକ୍ଟରେ ଜିଏସ୍‌ଟି ନେଇ ରାଜ୍ୟ ବିଚାର କରିବେ’

ନୂଆଦିଲ୍ଲୀ,୧୦-୨: ପେଟ୍ରୋଲ ଏବଂ ପେଟ୍ରୋଲିୟମ ପ୍ରଡକ୍ଟକୁ ଏବେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ପରିସରରେ ରଖାଯାଇଛି। ପେଟ୍ରୋଲିୟମ ପ୍ରଡକ୍ଟ ଉପରେ ଜିଏସ୍‌ଟି କେବେ ଠାରୁ ଲାଗୁ କରାଯିବ ସେ ନେଇ ରାଜ୍ୟଗୁଡିକ ନିଷ୍ପତ୍ତି ନେବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି। ଏସଂକ୍ରାନ୍ତ ନିଷ୍ପତ୍ତି ରାଜ୍ୟ ଏବଂ ଜିଏସ୍‌ଟି ପରିଷଦ ଉପରେ ରହିଛି। କେବଳ ନିୟମରେ ଏକ ସଂଶୋଧନ ଆସିବାର ଆବଶ୍ୟକ ହେବ ବୋଲି ସେ ମତ ଦେଇଛନ୍ତି। ଜିଏସ୍‌ଟି ହାର ଉପରେ ମତ ରଖି ସେ କହିଛନ୍ତି ଯେ, ପ୍ରତି ୩ ମାସରେ ଜିଏସ୍‌ଟି ହାର ଉପରେ ନିଷ୍ପତ୍ତି ହେବା ଦେଖା ଯାଉଛି। ମାତ୍ର ଏହା ନ ହୋଇ ବର୍ଷକୁ ଥରେ ଏଭଳି ପଦକ୍ଷେପ ନିଆଯିବା ଆବଶ୍ୟକ। ଏସଂକ୍ରାନ୍ତ ଜିଏସ୍‌ଟି ପରିଷଦ ସାମ୍ନାରେ ରଖାଯାଇଛି। ଏ ନେଇ ଶୀଘ୍ର ଆଲୋଚନା କରାଯିବ। ବଜାରରେ ଚାହିଦା ବଢାଇବା ଲାଗି ସରକାର ବଜେଟରେ ପଦକ୍ଷେପ ନେଇଥିବା ସେ ସ୍ପଷ୍ଟ କରିଛନ୍ତି।
ସେ କହିଛନ୍ତି, ଦେଶକୁ ୫ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାରେ ପହଞ୍ଚାଇବା ଲାଗି ଭିତ୍ତିଭୂମି ଗଠନ ଦିଗରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଗ୍ରାମାଞ୍ଚଳର ବିକାଶ ଲାଗି ୧୬ ସୂତ୍ରୀ ଯୋଜନା ହାତକୁ ନିଆଯାଉଛି। ଟିକସ ହାର ହ୍ରାସ ହେବା ଯୋଗୁ ଏହା ଦ୍ୱାରା ଲୋକଙ୍କ ନିକଟକୁ ଅଧିକ ଅର୍ଥ ଆସି ପାରିବ। ଦେଶର ମୌଳିକ ଢାଞ୍ଚାର ଦୃଢତାକୁ ନଜରରେ ରଖାଯାଇଥିବା ବେଳେ ଶିଳ୍ପ ଜଗତ ସହ ନିରନ୍ତର ଭିତ୍ତିରେ ଯୋଡି ହେବା ସରକାରଙ୍କ ଇଚ୍ଛା ବୋଲି ସେ ମତ ବ୍ୟକ୍ତ କରିଛନ୍ତି। ସରକାର ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଦ୍ୟୋଗ ଏବଂ ବାଣିଜ୍ୟ ସହ ଯୋଡି ହୋଇ ସରକାର ଜଣେ ଫାାସିଲିଟେଟର ବା ସୁବିଧା ଯୋଗାଣ ଭାବେ କାର୍ଯ୍ୟ କରିବେ। ଟିକସ ପ୍ରଦାନ କ୍ଷେତ୍ରରେ ଯେଭଳି କୌଣସି ଅସୁବିଧା ହେବ ନାହିଁ ତାକୁ ମଧ୍ୟ ସରକାର ଦେଖିବେ। ସେ ଆହୁରି କହିଛନ୍ତି ଯେ, ଟିକସ ପ୍ରଶାସନକୁ ଦକ୍ଷ କରିବା ଲାଗି ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ନେଉଛନ୍ତି। ଫେସଲେସ୍‌ ଆପିଲ ଭଳି ସୁବିଧା ଲୋକଙ୍କ ଲାଗି ଆସିଛି। ଟିକସ କ୍ଷେତ୍ରରେ ବିଭିନ୍ନ ସମସ୍ୟା କେବଳ ଟେକ୍ନୋଲୋଜି ଦ୍ୱାରା ସମାଧାନ କରାଯାଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

BSNL ଆଣିଲା iPhoneଠାରୁ ବି ମହଙ୍ଗା ଫୋନ୍, ଦାମ୍ ୧.୩୪ ଲକ୍ଷ ଟଙ୍କା; ଜାଣନ୍ତୁ ଏଥିରେ କ’ଣ ରହିଛି ଖାସ୍‌

ନୂଆଦିଲ୍ଲୀ, ୯।୭: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ (BSNL) ଭାରତରେ ଏକ ନୂଆ ସାଟେଲାଇଟ୍ ଫୋନ୍ ଲଞ୍ଚ କରିଛି। ଏହି ଫୋନ୍‌ଟି ବିଶେଷ କରି ବ୍ୟବସାୟିକ ତଥା…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

ଜିଓର ଦମଦାର୍ ପ୍ଲାନ୍ ‘JioTV Pro Pack’: ମାତ୍ର ୫୫ ଟଙ୍କାରେ ମିଳିବ ୧୦୦୦ରୁ ଅଧିକ ଲାଇଭ୍ ଟିଭି ଚ୍ୟାନେଲ୍‌

ନୂଆଦିଲ୍ଲୀ, ୮।୭: ରିଲାଏନ୍ସ ଜିଓ ନିଜ ଗ୍ରାହକମାନଙ୍କ ପାଇଁ ଏକ ଶସ୍ତା ଏବଂ ଦମଦାର୍ ଏଣ୍ଟରଟେନମେଣ୍ଟ ପ୍ଲାନ୍ ଲଞ୍ଚ କରିଛି। କମ୍ପାନୀ ମାତ୍ର ୫୫ ଟଙ୍କାରେ ନୂଆ…

ଏଣିକି WhatsAppରେ ମିଳିବ ଆୟୁଷ୍ମାନ କାର୍ଡର ସବୁ ସୁବିଧା; ଘରେ ବସି ଚେକ୍ କରନ୍ତୁ ବାଲାନ୍ସ, ସେଭ୍ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ, ୮।୭: ଦେଶର କୋଟି କୋଟି ଆୟୁଷ୍ମାନ ଭାରତ ହିତାଧିକାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏବେ ଆୟୁଷ୍ମାନ କାର୍ଡର ବାଲାନ୍ସ ଏବଂ ଅନ୍ୟାନ୍ୟ ସେବା ବିଷୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri