ପେଟ୍ରୋଲ,ଡିଜେଲ ମୂଲ୍ୟ ବଢିଲା

ନୂଆଦିଲ୍ଲୀ,୬-୭: ବଜେଟ ଯୋଜନା ମୁତାବକ ଇନ୍ଧନ ଉପରେ ଟିକସ ବୃଦ୍ଧି ହେବା ଯୋଗୁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଘଟିଛି। ପେଟ୍ରୋଲ ଦର ଶୁକ୍ରବାର ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବଢିଥିବା ଜଣା ପଡିଛି। ଇନ୍ଧନ ଉପରେ ଉତ୍ପାଦ ଟିକସ ଏବଂ ଭିତ୍ତିଭୂମି ସେସ୍‌ ଲାଗୁ ହେବାରୁ ଏଭଳି ଦର ବୃଦ୍ଧି ଘଟିଛି। ଏହି କ୍ଷେତ୍ରରୁ ୨୮୦୦୦ କୋଟି ଟଙ୍କା ସଂଗ୍ରହ କରିବା ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲରେ ୨ ଟଙ୍କା ଲେଖାଏ ଟିକସ ଲାଗୁ କରିଛନ୍ତି। କେନ୍ଦ୍ରୀୟ ଉତ୍ପାଦ ଟିକସ, ସ୍ଥାନୀୟ ସେଲ୍‌ସ ଟିକସ ଏବଂ ଭ୍ୟାଟ ଲାଗୁ ହେବା ପରେ ପେଟ୍ରୋଲ ଦର ଲିଟର ପିଛା ୨.୫ ଟଙ୍କା ଏବଂ ଡିଜେଲ ଦର ୨.୩ ଟଙ୍କା ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଇଛି। ଶୁକ୍ରବାର ନୂଆଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୦.୫୧ ଟଙ୍କା ରହିଛି। ଏହା ମୁମ୍ବାଇରେ ୭୬.୧୫ ଟଙ୍କା ରହିଛି। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ୬୪.୩୩ ଟଙ୍କା ଥିବା ବେଳେ ମୁମ୍ବାଇରେ ୬୭.୪୦ ଟଙ୍କା ରହିଛି। ସେହିଭଳି ଅଶୋଧିତ ତୈଳ ଆମଦାନୀ ଉପରେ ଟନ୍‌ ପିଛା ୧ ଟଙ୍କା ଟିକସ ଧାର୍ଯ୍ୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ଅକ୍ଟୋବର ୯ରେ ନକ୍ଷତ୍ର ବଦଳାଇବେ ଶନିଦେବ: ଚମକିବ ଏହି ୫ ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟ ଓ କର୍ମର କାରକ ଗ୍ରହ ଭାବେ ମାନ୍ୟତା ଦିଆଯାଇଛି। କୁହାଯାଏ, ଶନିଦେବ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି।…

ମୋଦି କ୍ୟାବିନେଟ୍‌ରେ ହେବ ଅଦଳବଦଳ! ଏହି ୨ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତ୍ରୀପଦ ଯିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୫।୧୦:ମୋଦି ସରକାରର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣିଥରେ ବଡ଼ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶରୁ ରାଜ୍ୟ ସଭା ନିର୍ବାଚନ ପାଇଁ ଭାଜପା ୮ ଜଣ…

ଘରକୁ ଫେରୁଥିଲେ ଈଶ୍ୱର, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଗଲା…

ବଲାଙ୍ଗୀର, ୫।୧୦ (ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହରର ସଦର ଥାନା ନିକଟ ଲାଲଟିକ୍ରାସ୍ଥିତ ଇରିଗେସନ ଅଫିସ ସମ୍ମୁଖରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ…

କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପ: ଆରଇଟି ସର୍ଭେ ପାଇଁ ଡିଆରଏମ୍‌ଙ୍କୁ ଦାବି

କେସିଙ୍ଗା, ୫।୧୦ (ତୁମେଶ୍ୱର ସାହୁ): କେସିଙ୍ଗା-ଭବାନୀପାଟଣା ଭାୟା ଉତ୍କେଲା ରେଳ ପ୍ରକଳ୍ପର ଆରଇଟି ସର୍ଭେ ତଥା ପ୍ରକଳ୍ପ ପାଇଁ ଆବଶ୍ୟକ ବଜେଟ ବ୍ୟୟବରାଦ ଦାବିରେ କଳାହାଣ୍ଡି ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?