ପେଟ୍ରୋଲ ଉପରେ ୨୭୫% ଟିକସ

ନୂଆଦିଲ୍ଲୀ,୧୦।୬: ଗତ ୩ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ହେଉଛି। ପ୍ରାୟ ୮୩ ଦିନ ପରେ ଜୁନ୍‌ ୭ରେ ଇନ୍ଧନ ଦରରେ ପରିବର୍ତ୍ତନ ଆସିଛି। ଗତ ୩ ଦିନରେ ପେଟ୍ରୋଲର ଲିଟର ପିଛା ଦର ୧.୮୦ ଟଙ୍କା ବଢିଥିବା ବେଳେ ଡିଜେଲ ଦର ମଧ୍ୟ ପ୍ରାୟ ପରିମାଣର ବୃଦ୍ଧି ଘଟିଥିବା ଜଣାପଡିଛି। ଗତ ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ଥିବା ଟିକସ ୩ ଗୁଣା ବା ୨୭୫% ବଢ଼ିଥିବା ଜଣାପଡିଛି। ଫେବୃୟାରୀରେ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଏବଂ କେନ୍ଦ୍ର ନେଉଥିବା ଟିକସର ପରିମାଣ ପ୍ରାୟ ୧୦୭% ରହିଥିଲା। ଏହା ବର୍ତ୍ତମାନ ୨୭୫%କୁ ବୃଦ୍ଧି ଘଟିଛି। ପେଟ୍ରୋଲର ବେସ୍‌ ପ୍ରାଇସ ବା ମୂଳ ମୂଲ୍ୟ ପ୍ରାୟ ୧୮ ଟଙ୍କା ରହିଛି। ଏହା ଉପରେ ୫୦ ଟଙ୍କାର ଟିକସ ଲାଗୁଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ଦର ୭୨ ଟଙ୍କା ରହିଛି।
ଦେଶର ମହାନଗରଗୁଡ଼ିକରେ ପେଟ୍ରୋଲର ଲିଟର ପିଛା ହାରାହାରି ମୂଲ୍ୟ ୭୨ ଟଙ୍କା ରହିଛି। ଲିଟର ପିଛା ୧୮ ଟଙ୍କାର ବେସ୍‌ ମୂଲ୍ୟ ରହିଥିବା ବେଳେ ଉତ୍ପାଦ ଟିକସ ବାବଦ ୩୩ ଟଙ୍କା ଏବଂ ଭାଲ୍ୟୁ ଆଡେଡ୍‌ ଟାସ୍କ(ଭାଟ୍‌) ବାବଦ ୧୬ ଟଙ୍କା ଲାଗୁ ହେଉଛି। ଇନ୍ଧନ ଉପରେ ପେଟ୍ରୋଲ ପମ୍ପରେ ଗ୍ରାହକ ଯେତେ ପରିମାଣର ମୂଲ୍ୟ ପ୍ରଦାନ କରନ୍ତି କେବଳ ତା’ର ୭୦% ଅଂଶ ଉତ୍ପାଦ ଟିକସ ଏବଂ ଭାଟ୍‌ ରହିଛି। ସାରା ବିଶ୍ୱରେ ଏହା ସବୁଠାରୁ ଅଧିକ ରହିଛି। ବିକଶିତ ଅର୍ଥ ବ୍ୟବସ୍ଥାଗୁଡିକ କଥା ବିଚାର କଲେ ଆମେରିକାରେ ୧୯% ଟିକସ ଲାଗୁ ହେଉଛି। ସେହିଭଳି ଜାପାନରେ ୪୭%, ଇଂଲଣ୍ଡରେ ୬୨% ଏବଂ ଫ୍ରାନ୍ସରେ ୬୩% ଟିକସ ଲାଗୁ ହେଉଛି। ରେଟିଂ ଏଜେନ୍ସି କେୟାର ରେଟିଙ୍ଗସ ପକ୍ଷରୁ କୁହାଯାଇଛି ଯେ, ଅଶୋଧିତ ତୈଳ ଦର ହ୍ରାସ ଫାଇଦା ଗ୍ରାହକଙ୍କୁ କେବେ ପ୍ରଦାନ କରାଯାଇ ନାହିଁ। ଏପ୍ରିଲ ମାସରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨୦ ଡଲାର ରହିଥିଲା। ଏହା ପୂର୍ବରୁ ୭୦ ଡଲାର ରହିଥିଲା। ଦର କମିଲେ ମଧ୍ୟ ସେହି ଅନୁସାରେ ଲୋକଙ୍କୁ ଲାଭ ମିଳୁନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

SBI ଗ୍ରାହକ ସାବଧାନ! ଅକ୍ଟୋବର ୧ରୁ ବଦଳିବ ATM ରୁ ଟଙ୍କା ଉଠାଇବା ନିୟମ, ଦେବାକୁ ପଡିବ ଏକ୍ସର୍ଟା ଚାର୍ଜ…

ନୂଆଦିଲ୍‌ଲୀ,୨୯।୯: ଯଦି ଆପଣ ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇର ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ…

ସିସିକ୍ୟୁସିରେ ଓଏମ୍‌ସିର ୧୭ଟି ଟିମ୍‌କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର,୨୯।୯: କ୍ୱାଲିଟି ସର୍କଲ ଫୋରମ ଅଫ୍‌ ଇଣ୍ଡିଆ (କ୍ୟୁସିଏଫ୍‌ଆଇ), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନ୍‌ଭେନ୍ସନ ଅନ୍‌ କ୍ୱାଲିଟି କନ୍ସେପ୍ଟସ (ସିସିକ୍ୟୁସି)-୨୦୨୬ରେ ଓଡ଼ିଶା ଖଣି…

LPG ଠାରୁ ଆରମ୍ଭ କରି UPI-NPS ପର୍ଯ୍ୟନ୍ତ, ଅକ୍ଟୋବର ୧ରୁ ଲାଗୁ ହେବ ବଡ଼ ପରିବର୍ତ୍ତନ! ଆଗୁଆ କରନ୍ତୁ ଏମିତି ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୯: ଅକ୍ଟୋବର ଆରମ୍ଭ ହେବାକୁ ଯାଉଛି, ଯାହା ସହିତ ଉତ୍ସବର ଋତୁ ଏବଂ ଅନେକ ପର୍ବପର୍ବାଣୀ ଆସୁଛି। ତଥାପି, ଏହି ମାସରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ…

ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି

ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?