ପୁଣି ତେଜିଲା ବିଜେଡିର ଗୋଷ୍ଠୀ ବିବାଦ : ରାଜଶ୍ରୀଙ୍କ ଗାଡ଼ି ଆଗରେ ଶୋଇଲେ ବିଷ୍ଣୁ ସମର୍ଥକ

ତିର୍ତ୍ତୋଲ,୫ା୮(ଡି.ଏନ.ଏ.): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ସମର୍ଥକମାନଙ୍କ ମଧ୍ୟରେ ବିବାଦକୁ ନେଇ ବହୁଥର ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତ କିଛିଦିନର ନୀରବତା ପରେ ଏବେ ପୁଣି ସେହି ବିବାଦ ମୁଣ୍ଡ ଟେକିଛି। ରବିବାର ଏମ୍‌ପି ମଲ୍ଲିକ ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବିଧାୟକ ଦାସଙ୍କ ଗୋଷ୍ଠୀ ତାଙ୍କୁ ଜୋରଦାର ବିରୋଧ କରିବା ସହ ଗାଡ଼ି ଆଗରେ ଶୋଇ ବାଟ ଓଗାଳିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଏମ୍‌ପି ମଲ୍ଲିକ ଅନ୍ୟ ଉପାୟ ନ ପାଇ ନିଜ ଗାଡିରୁ ଓହ୍ଲାଇ ସମର୍ଥକଙ୍କ ବାଇକରେ ବସି କାର୍ଯ୍ୟକ୍ରମସ୍ଥଳକୁ ଯାଇଥିଲେ। ସୂଚନା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତରେ ଏମପି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ତେଣୁ କଟକ-ପାରାଦୀପ ରାସ୍ତା ଦେଇ ଶାରଳାରୋଡ ଛକରୁ ସେ କନକପୁର ଯାଉଥିଲେ। ଏହି ସମୟରେ ବାଟରେ ମା’ ଶାରଳାଙ୍କ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ବିଧାୟକ ଦାସଙ୍କ ସମର୍ଥକମାନେ ତାଙ୍କୁ ପୂର୍ବତନ ବ୍ଲକ ବିଜେଡି ସଭାପତି ଅଶୋକ ରାଉତଙ୍କ ନେତୃତ୍ୱରେ ଅଟକାଇଥିଲେ। ବିଧାୟକଙ୍କ ସହିତ ଆଲୋଚନା ନ କରି ଏହି ନିର୍ବାଚନମଣ୍ଡଳୀରେ କାହିଁକି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। କେତେଜଣ ସେଠାରେ ଏମପିଙ୍କ କାର ଆଗରେ ଶୋଇ ଆଗକୁ ଯିବାକୁ ଦେଇ ନ ଥିଲେ। ଏପରିକି ଏମପି କାରରୁ ଓହ୍ଲାଇ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ଉଦ୍ୟମ କରିବାରୁ ସେମାନେ ବାଟ ଓଗାଳିଥିଲେ। ତେବେ ତାଙ୍କ ପିଏସଓ ଏବଂ ସମର୍ଥକମାନେ ବାଟ କଢାଇ ଆଗକୁ ନେବା ପରେ ଏକ ବାଇକରେ ବସି ସେ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ସମର୍ଥ ହୋଇଥିଲେ। ଏହା ବିଜେଡିର ଅନ୍ତରିଣ ବିବାଦକୁ ଆଗକୁ ଆହୁରି ଜଟିଳ କରିବ ବୋଲି ଆଲୋଚନା ହେଉଛି। ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି, ପୂର୍ବତନ ଜିଲା ଛାତ୍ର ବିଜେଡି ସଭାପତି ବିମଳ ମହାପାତ୍ର, ଛାତ୍ର ବିଜେଡି ସଭାପତି ଦେବୀପ୍ରସାଦ ମହାପାତ୍ର, ରବୀନ୍ଦ୍ର ସେଠୀ, ବିନୟ ମହାପାତ୍ର, ଭାସ୍କର ନାୟକ, ରାକେଶ ରୋଶନ, ଧ୍ରୁବ ଚରଣ ଖଟୁଆ ସମେତ ବିଧାୟକଙ୍କ ସମର୍ଥକମାନେ ଏହି ବିରୋଧରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଏମପି ଡା.ମଲ୍ଲିକ କହିଛନ୍ତି ଯେ, ଏଭଳି ବିରୋଧ ଦୁଭାର୍ଗ୍ୟଜନକ। ଯେଉଁମାନେ ତାଙ୍କୁ ବିରୋଧ କଲେ ସେମାନେ ଦଳର ଶୃଙ୍ଖଳିତ କର୍ମୀ ନୁହନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ର କହିଛନ୍ତି ଯେ, ଦଳୀୟ କାର୍ଯ୍ୟକର୍ତ୍ତାକୁ ନ ନେଇ ଏମପି ଡା. ମଲ୍ଲିକ କଂଗ୍ରେସ କର୍ମୀମାନଙ୍କୁ ଧରି କାର୍ଯ୍ୟକ୍ରମ କରୁଛନ୍ତି। ମଲ୍ଲିକ ବିଧାୟକ ଥିବାବେଳେ ତାଙ୍କ ସମର୍ଥକମାନେ ବିଷ୍ଣୁଙ୍କୁ ତିର୍ତ୍ତୋଲ କଲେଜ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ମାସେ ବ୍ୟାପୀ ଚାଲିବ ‘ସେବା ସଂକଳ୍ପ ଅଭିଯାନ’: ମୁଖ୍ୟ ଲକ୍ଷ୍ୟ ବିକଶିତ ଭାରତ

ଭଞ୍ଜନଗର,୩୧/୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଭାରତୀୟ ଜନତା ପାର୍ଟି ତରଫରୁ ଭଞ୍ଜନଗର ଜିଲା କାର୍ଯ୍ୟାଳୟଠାରେ ‘ସେବା ସଂକଳ୍ପ ଅଭିଯାନ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ସାଙ୍ଗଠନିକ…

ଶେଷ ହେଲା ୩୨ ବର୍ଷର ଚାକିରି ଜୀବନ: ଅଧ୍ୟାପିକାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ପ୍ରାଣୀବିଜ୍ଞାନ ଅଧ୍ୟାପିକା ଆରତୀ ପାତ୍ରଙ୍କୁ ସୋମବାର କଲେଜ ପରିସରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri