Posted inଖେଳ

ପୁଣି ଚମକିଲେ ଦୀପକ; ୟୁପିକୁ ହରାଇଲା ରାଜସ୍ଥାନ

ଥିରୁଭାନନ୍ତପୂରମ,୧୪।୧୧(ପି.ଟି.)- ଚମତ୍କାର ଫର୍ମରେ ଥିବା ମିଡିଅମ ପେସର ଦୀପକ ଚହରଙ୍କ ଯୋଗୁ ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ରେ ଉତ୍ତର ପ୍ରଦେଶ(ୟୁପି)କୁ ହରାଇ ଦେଇଛି। ଗ୍ରୁପ ବି’ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ୟୁପି ୯ ଉଇକେଟ ହରାଇ ୧୬୪ ରନ୍‌ କରିଥିଲା। ଦୀପକ ଇନିଂସର ଅନ୍ତିମ ଓଭର ବୋଲିଂ କରି ପ୍ରଥମ ବଲରେ ମୋହଶିନ ଖାଁଙ୍କୁ କ୍ୟାଚ୍‌ ଆଉଟ୍‌ କରାଇଥିଲେ। ଦ୍ୱିତୀୟ ବଲରେ ସିଙ୍ଗଲ ରନ୍‌ ଦେବା ପରେ ଶାନୁ ରାଜେଶ୍ୱର ପ୍ରକାଶ ସାଇନିଙ୍କୁ ୩ ବଲରେ ଆଉଟ୍‌ କରିଥିଲେ। ପରବର୍ତ୍ତୀ ବଲରେ ଶୁଭମ ସଞ୍ଜୟ ଚୌବେଙ୍କୁ ପ୍ୟାଭେଲିଅନ ପଠାଇଥିଲେ। ଦୀପକ ୪୬ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ତାଙ୍କ ଭଳି ବାଂଲାଦେଶ ବିପକ୍ଷ ଟି୨୦ ସିରିଜ୍‌ରେ ଭାରତୀୟ ଦଳ ପାଇଁ ଖେଳିଥିବା ଖଲିଲ ଅହମ୍ମଦ ମଧ୍ୟ ଦୁଇ ଉଇକେଟ ନେଇଥିଲେ। ଜବାବରେ କେ. ବିଷ୍ଣୋଇଙ୍କ ୮୭ ରନ୍‌ର ଇନିଂସ ଯୋଗୁ ରାଜସ୍ତାନ ୧୬ ବଲ ପୂର୍ବରୁ ୫ ଉଇକେଟ ହାତରେ ରଖି ମ୍ୟାଚ୍‌ ଜିତି ନେଇଥିଲା। ପୂର୍ବରୁ ୟୁପି ପାଇଁ ରିଙ୍କୁ ସିଂ ୨୯ ବଲରେ ୫୦ ( ୪ ଚୌକା ଓ ୨ ଛକା) ରନ୍‌ର ବିସ୍ଫୋରକ ଇନିଂସ ଖେଳି ଦଳକୁ ପ୍ରାରମ୍ଭିକ ବିପର୍ଯ୍ୟୟରୁ ଉଧାର କରିଥିଲା। ମୁରଲି ବିଜୟଙ୍କ ବିସ୍ଫୋରକ ୩୩ ରନ୍‌ ବଳରେ ତାମିଲନାଡୁ ୪.୧ ଓଭରରେ ମଣିପୁରକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରି ମଣିପୁର ମାତ୍ର ୫୫ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ବିମାନ ଭିତରେ ଯାତ୍ରୀଙ୍କ ବ୍ୟବହାର ଦେଖି କାହିଁକି ରାଗିଗଲେ ମହୁଆ? ଜାଣନ୍ତୁ ଏହାର ଅସଲ କାରଣ

କୋଲକାତା,୮।୫: ତୃଣମୂଳ କଂଗ୍ରେସ ଲୋକ ସଭା ଏମପି ମହୁଆ ମୋଇତ୍ରା ଗୁରୁବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି।…

ପଶ୍ଚିମବଙ୍ଗର ୬୫% ନବନିର୍ବାଚିତ ବିଧାୟକଙ୍କ ନାମରେ ଆପରାଧିକ ମାମଲା, ୬୧% କୋଟିପତି: ADR

ନୂଆଦିଲ୍ଲୀ,୮ା୫(ପି.ଟି.): ପଶ୍ଚିମବଙ୍ଗର ନବନିର୍ବାଚିତ ବିଧାୟକମାନଙ୍କ ମଧ୍ୟରୁ ୬୫%ଙ୍କ ନାମରେ ଆପରାଧିକ ମାମଲା ରହିଥିବା ନାମାଙ୍କନପତ୍ର ଦାଖଲ ବେଳେ ସେମାନେ ସତ୍ୟପାଠରେ ଦେଇଥିବା ଘୋଷଣାରୁ ଜଣାପଡ଼ିଛି। ପୂର୍ବ ନିର୍ବାଚନ…

୭୭ ବର୍ଷ ପରେ ବିକାଶର ନୂଆ ସୂର୍ଯ୍ୟୋଦୟ: କେନ୍ଦୁଗୁଡ଼ା-କନ୍ଦାଗୁଡ଼ା ଗ୍ରାମବାସୀଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ

ଥୁଆମୁଳ ରାମପୁର,୮।୫(ଦୁର୍ଗା କୀର୍ତ୍ତି): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ବି ଯେଉଁଠି ଶିକ୍ଷା, ସୱାସ୍ଥ୍ୟ ଓ ରାସ୍ତା ସାତସପନ ଥିଲା, ସେଠାରେ ଆଜି ବିକାଶର ନୂଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟକା, ଆମେରିକା କୋର୍ଟ କହିଲେ…

ଓ୍ବାଶିଂଟନ,୮।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ଅର୍ଥନୈତିକ ନୀତିକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର, ଏକ ଫେଡେରାଲ କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା…

ହର୍ମୁଜରେ ଆମେରିକୀୟ ଜାହାଜ ଉପରେ ଗୁଳିମାଡ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ…

କିଏ ହେବେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଅମିତ ଶାହାଙ୍କ ସହ ଭାଜପା ବିଧାୟକମାନଙ୍କ ବୈଠକ ପରେ ନିଷ୍ପତ୍ତି

କୋଲକାତା,୮ା୫: ଶୁକ୍ରବାର ସକାଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୋଲକାତାରେ ପହଞ୍ଚିଛନ୍ତି । ସେ ନବନିର୍ବାଚିତ ଭାଜପା ବିଧାୟକମାନଙ୍କ ସହିତ ଏକ ବୈଠକ କରିବେ । ସୂତ୍ର ଅନୁଯାୟୀ,…

ଇସ୍ତଫା ଦେବେ ଥଲାପତି ବିଜୟଙ୍କ ସମେତ ୧୦୮ ବିଧାୟକ ! ତାମିଲନାଡୁ ରାଜନୀତିରେ ହଟଚମଟ

ଚେନ୍ନାଇ,୮।୫: ତାମିଲନାଡୁରେ ଝୁଲା ବିଧାନସଭା ପରେ ସରକାର ଗଠନକୁ ନେଇ ସସ୍ପେନ୍ସ ଆହୁରି ଘନୀଭୂତ ହୋଇଛି। ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଜାଗା ଭେଟ୍ରି କାଝାଗମ (TVK) ରାଜ୍ୟପାଳଙ୍କ…

ଓଜନ ହ୍ରାସ ଔଷଧ ଖାଉଛନ୍ତି କି: ଘଟିପାରେ ଏମିତି…

ନୂଆଦିଲ୍ଲୀ, ୮ା୫ (ପି.ଟି.):ଓଜନ ହ୍ରାସ ପାଇଁ ବ୍ୟବହୃତ ହେଉଥିବା ଏବକାର ଓରାଲ୍‌ ଔଷଧଗୁଡ଼ିକ କେବଳ ଭୋକ କମାଉନାହିଁ, ବରଂ ଏହା ମସ୍ତିଷ୍କର ‘ରିୱାର୍ଡ ସର୍କିଟ’କୁ ସିଧାସଳଖ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri