ପୁଞ୍ଜି ବଜାରରେ ୫,୦୭୨ କୋଟି ନିବେଶ କଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୨୧-୧୦: ଚଳିତ ମାସ ବର୍ତ୍ତମାନ ପର୍ଯ୍ୟନ୍ତ ଫରେନ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ) ମାନେ ପୁଞ୍ଜି ବଜାରରେ ୫,୦୭୨ କୋଟି ଟଙ୍କାର ନିବେଶ କରିଛନ୍ତି। ନିବେଶକଙ୍କୁ ବଜାର ସହ ଜଡିତ କରି ରଖିବା ଲାଗି ସରକାର ନିରନ୍ତର ଭିତ୍ତିରେ ପଦକ୍ଷେପ ନେଉଥିବା ଜଣାପଡିଛି। ଏହାର ପୂର୍ବବର୍ତ୍ତୀ ମାସରେ ଏହି ନିବେଶକମାନେ ୬,୫୫୭ କୋଟି ଟଙ୍କା ନିବେଶ କରିଥିଲେ। ଉଭୟ ଇକ୍ୱିଟି ଏବଂ ଡେଟ୍‌ରେ ଏହି ନିବେଶ ହୋଇଥିଲା। ଜୁଲାଇ ଏବଂ ଅଗଷ୍ଟରେ ନିବେଶକମାନେ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରିବା ପରେ ଏଭଳି ନିବେଶ ଦେଖିବାକୁ ମିଳିଛି। ପୁଞ୍ଜି ବଜାର ଡିପୋଜିଟୋରୀ ତଥ୍ୟ ମୁତାବକ ବିଦେଶୀ ନିବେଶକମାନେ ୪୯୭୦ କୋଟି ଟଙ୍କା ଇକ୍ୱିଟିରେ ଏବଂ ୧୦୨ କୋଟି ଟଙ୍କା ଡେଟରେ ନିବେଶ କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri