Posted inଖେଳ

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ ଆକ୍ରମ କମିଟିର ନୂତନ ମୁଖ୍ୟ ହେବେ। କ୍ରିକେଟ କମିଟିରୁ ତାଙ୍କୁ ଅବ୍ୟାହତି ଦେବା ଲାଗି ମହସିନ ପିସିବି ଚେୟାରମ୍ୟାନ ଏହେସାନ ମନିଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, କ୍ରିକେଟ କମିଟି ପାକିସ୍ତାନ ଦଳ ଏବଂ ଏହା ସହଯୋଗୀ ଷ୍ଟାଫ୍‌ଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବ ବୋଲି ବୁଧବାର ପିସିବି ଘୋଷଣା କରିଥିଲା। ଗୁରୁବାର ପିସିବି ବୋର୍ଡ ଅଫ୍‌ ଗଭର୍ନର୍ସ ବୈଠକ ବସିଥିଲା। ଏଥିରେ ସମ୍ବିଧାନ ସଂଶୋଧନ କରାଯାଇ ପରିଚାଳନା ନିର୍ଦ୍ଦେଶକଙ୍କ କ୍ଷମତା ପରିସରକୁ ବୃଦ୍ଧି କରାଯାଇଥିଲା। ଏହେସାନ ମନି କହିଛନ୍ତି ମହସିନଙ୍କ ଭଳି ଜଣେ ବ୍ୟକ୍ତିକୁ ଆମେ ଛାଡ଼ିବାକୁ ଚାହୁଁନା, କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେବାକୁ ଚାହୁଁ। ଅନ୍ୟପକ୍ଷରେ ମହସିନ କହିଛନ୍ତି, ପାକିସ୍ତାନ କ୍ରିକେଟ ପାଇଁ କାର୍ଯ୍ୟକରିବା ଲାଗି ମୁଁ ସବୁବେଳେ ଉପଲବ୍ଧ। ମୋ ଅତୀତ ରେକର୍ଡ ଭିତ୍ତିରେ ଉପଯୁକ୍ତ ପଦବୀ ମିଳିଲେ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ। ମହସିନ କ୍ରିକେଟ କମିଟିରୁ ଓହରିଯିବା ଅର୍ଥ ବିଶ୍ୱକପ୍‌ ପରେ ତାଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିବା ଲାଗି ବୋର୍ଡ ଯୋଜନା କରୁଥିବା ସ୍ପଷ୍ଟ ସୂଚନା ମିଳୁଛି। ସୂଚନାଯୋଗ୍ୟ, ମହସିନ, ଓ୍ବାସିମ ଓ ମିସ୍‌ବା ଟେଲିଭିଜନ ଏବଂ ୟୁଟୁବ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ କ୍ରିକେଟ ବିଶେଷଜ୍ଞ ଭାବେ ଅଂଶଗ୍ରହଣ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଓ୍ବାସିମ ନିକଟ ଅତୀତରେ ସ୍ପଷ୍ଟ କରିଥିଲେ ପାକିସ୍ତାନ କ୍ରିକେଟ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଦରକାର। କ୍ରିକେଟ କମିଟି ଠିକଣାରୂପେ କାର୍ଯ୍ୟ କରୁ ନାହିଁ। ଅନ୍ୟପକ୍ଷରେ ବିଶ୍ୱକପ୍‌ ପରେ ଏହାର ସୁପାରିସ ଚେୟାରମ୍ୟାନ ଏବଂ ବୋର୍ଡ ଅଫ୍‌ ଗଭର୍ନସର୍ର୍ଙ୍କ ନିକଟକୁ ପଠାଇବ ଲାଗି କ୍ରିକେଟ କମିଟିକୁ ପିସିବି ନିର୍ଦ୍ଦେଶ ଦେଇଛି। ଖବର ଅନୁସାରେ ଆଇସିସି ବିଶ୍ୱକପ୍‌ ପରେ ଅଧିନାୟକ, ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସିଲେକ୍ସନ କମିଟିରେ ପରିବର୍ତ୍ତନ ସହ ଖେଳାଳିମାନଙ୍କ ଲାଗି ନୂଆ ନିୟମ ଲାଗୁ କରାଯିବା ଲାଗି ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?