ପିସିଏରୁ ବାହାରିବେ ୪ ବ୍ୟାଙ୍କ

ନୂଆଦିଲ୍ଲୀ, ୩-୯: ଆର୍‌ବିଆଇର ପ୍ରମ୍ପଟ କରେକ୍ଟିଭ ଆକ୍ସନ (ପିସିଏ) କାର୍ଯ୍ୟାନୁଷ୍ଠାନ ପରିସରରୁ ଅବଶିଷ୍ଟ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିବେ। ସରକାର ବ୍ୟାଙ୍କଗୁଡିକୁ ସଦ୍ୟତମ ପୁଞ୍ଜି ପ୍ରଦାନ କରିବାକୁ ନିକଟରେ ଘୋଷଣା କରିଛନ୍ତି। ଏହା ଦ୍ୱାରା ବ୍ୟାଙ୍କଗୁଡିକ ପିସିଏରୁ ବାହାରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ଆଶା ରଖିଛି। ବର୍ତ୍ତମାନ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ( ଆଇଓବି), ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପିସିଏ ପରିସରରେ ରହିଛନ୍ତି। ଏହା ଦ୍ୱାରା ସେମାନଙ୍କ ଉପରେ ଋଣ ଯୋଗାଣ, ପରିଚାଳନା କ୍ଷତିପୂରଣ ଏବଂ ନିର୍ଦ୍ଦେଶକଙ୍କ ଫି ଭଳି ବିଭିନ୍ନ କଟକଣା ଜାରି କରାଯାଇଛି। ଏହି ୪ ବ୍ୟାଙ୍କକୁ ସରକାର ଶୁକ୍ରବାର ୧୦,୮୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିଛନ୍ତି। ୪ ବ୍ୟାଙ୍କ ମଧ୍ୟରୁ ଆଇଓବି ସର୍ବାଧିକ ୩,୮୦୦ କୋଟି ଟଙ୍କା ପାଇଛି।
ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ ଇଣ୍ଡିଆ ୩,୩୦୦ କୋଟି , ୟୁକୋ ବ୍ୟାଙ୍କ ୨,୧୦୦ କୋଟି ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୧୬୦୦ କୋଟି ଟଙ୍କା ପାଇଛି। ଏହି ପୁଞ୍ଜି ସହାୟତା ଦ୍ୱାରା ବ୍ୟାଙ୍କଗୁଡିକ ପିସିଏରୁ ବାହାରିବାକୁ ସକ୍ଷମ ହେବେ ବୋଲି ଅର୍ଥ ସଚିବ ରାଜୀବ କୁମାର କହିଛନ୍ତି। ୟୁନାଇଟେଡ ବ୍ୟାଙ୍କ ମିଶ୍ରଣ ଯୋଗୁ ପିସିଏରୁ ବାହାରିବାକୁ ଥିବା ବେଳେ ଆଇଓବି, ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ୟୁକୋ ବ୍ୟାଙ୍କକୁ ସରକାର ପ୍ରଦାନ କରିଥିବା ପୁଞ୍ଜି ସହାୟତା ଦ୍ୱାରା ପିସିଏରୁ ମୁକୁଳିବାକୁ ସହାୟତା କରିବ ବୋଲି କୁମାର ସ୍ପଷ୍ଟ କରିଛନ୍ତି। ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ ବଡ ବ୍ୟାଙ୍କ ଗଠନ ନେଇ ସରକାର ଗତ ସପ୍ତାହରେ ଘୋଷଣା କରିଛନ୍ତି। ଏହା ଦ୍ୱାରା ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ମିଶ୍ରଣ ଘଟିବ। ପୂର୍ବରୁ ପିସିଏ ପରିସରରୁ ୫ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବାହାରିିଛନ୍ତି। ଏହା ମଧ୍ୟରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ଆଲ୍ଲାହାବାଦ ବ୍ୟାଙ୍କ, କର୍ପୋରେଶନ ବ୍ୟାଙ୍କ ରହିଛନ୍ତି। ସରକାରଙ୍କ ୨ଟି ପର୍ଯ୍ୟାୟରେ ପୁଞ୍ଜି ଯୋଗାଣ ଦ୍ୱାରା ଏଭଳି ସ୍ଥିତିକୁ ବ୍ୟାଙ୍କଗୁଡିକ ଆସିଛନ୍ତି।
ପୁଞ୍ଜି ଯୋଗାଣ ଦ୍ୱାରା ବ୍ୟାଙ୍କଗୁଡିକ ସେମାନଙ୍କ ପୁଞ୍ଜି ଆବଶ୍ୟକତା ସୀମା ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଅପରପକ୍ଷରେ ନେଟ୍‌ ଏନ୍‌ପିଏ ସ୍ତର ୬%ରୁ ତଳକୁ ବ୍ୟାଙ୍କଗୁଡିକ ଖସାଇ ପାରିଛନ୍ତି। ଗତ ବର୍ଷ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ୧୧ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପିସିଏ କଟକଣା ଜାରି କରିଥିଲା। ବ୍ୟାଙ୍କ ଅଫ ବରୋଦା ସହ ଦେନା ବ୍ୟାଙ୍କ ମିଶ୍ରଣ ହେବା ପରେ ଏହା ଅଲଗା ନାମରେ ପରିଚିତ ହୋଇଛି। ସେହିଭଳି ଆଇଡିବିଆଇ ବ୍ୟାଙ୍କକୁ ଏଲ୍‌ଆଇସି ଅଧିଗ୍ରହଣ କରିଛି। ବ୍ୟାଙ୍କ କେବେ ପିସିଏରୁ ବାହାରିବ ତାହା ସମ୍ପୃକ୍ତ ବ୍ୟାଙ୍କଗୁଡିକର କାର୍ଯ୍ୟଧାରାର ବିଚାରକୁ ନେଇ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଥାଏ ବୋଲି କୁମାର କହିଛନ୍ତି। ଏନ୍‌ପିଏ ସମସ୍ୟା ସମାଧାନ ଲାଗି ଅର୍ଥମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଉଛି। ଏହା ଫଳରେ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୧.୦୬ ଲକ୍ଷ କୋଟି ଟଙ୍କାର ଏନ୍‌ପିଏ ହ୍ରାସ ଏବଂ ୧.୨୧ ଲକ୍ଷ କୋଟି ଟଙ୍କାର ଋଣ ଅସୁଲ ହୋଇଛି, ଯାହା ଏକ ରେକର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri