ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ ବାନ୍ଧି ରଖିବାରେ ସହାୟକ ହୁଏ। ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପିଲାଙ୍କୁ ଛୋଟ ବେଳୁ ହିଁ ଛୋଟ ଛୋଟ ନିୟମ ପାଳନ କରିବା ପାଇଁ ଶିକ୍ଷାଦେବା ଆବଶ୍ୟକ। ପିଲାମାନେ ଘରେ ଓ ବାହାରେ କିଭଳି ଶୃଙ୍ଖଳିତ ବ୍ୟବହାର ଦେଖାଇବେ ସେ ଦିଗରେ ମା’ବାପା ସେମାନଙ୍କୁ ଅବଗତ କରାଇବା ଦରକାର। ଜାଣନ୍ତୁ ପିଲାଙ୍କୁ କେମିତି ଦେବେ ଅନୁଶାସନର ଶିକ୍ଷା। ଘରେ ଅନେକ ସମୟରେ ପିଲାମାନଙ୍କ ମଧ୍ୟରେ ଝଗଡ଼ା ହେବା ସମାନ୍ୟ କଥା। ହେଲେ ପିଲାମାନେ ଏହାକୁ ନେଇ ମାଡ଼ ମରାମରି ହେଲେ ସେମାନଙ୍କୁ ଏଥିରୁ ନିବୃତ୍ତ ରହିବାକୁ କୁହନ୍ତୁ। ଘରର ବଡ଼ମାନେ ପରସ୍ପରକୁ ଯେଭଳି ବ୍ୟବହାର କରନ୍ତି, ପିଲାମାନେ ମଧ୍ୟ ସେହିଭଳି ବ୍ୟବହାର ଦେଖାଇଥାନ୍ତି। ତେଣୁ ଘରର ବଡ଼ମାନେ ହିଁ ପରସ୍ପରକୁ ସମ୍ମାନ ଦେବା ଓ ଆଦର କରିବା ଭଳି ବ୍ୟବହାର ଦେଖାଇବା ଦରକାର। ସେହିପରି ପିଲାମାନେ ଅନେକ ସମୟରେ ବାହାରକୁ ଖେଳିବାକୁ ଯିବା ବେଳେ ବା ଟିଭି ଦେଖି ଅଭଦ୍ର ଭାଷା କହିବା ଶିଖି ଯାଇଥାନ୍ତି। ସେମାନଙ୍କୁ ଲାଗେ କି, ଏହି ଭାଷା ପ୍ରୟୋଗ କଲେ ତାଙ୍କ କଥାକୁ ଅଧିକ ଗୁରୁତ୍ୱର ସହିତ ନିଆଯିବ। ତେଣୁ ଏଭଳି ଭାଷାର ପ୍ରୟୋଗ ଫଳରେ ତାଙ୍କ ଛବିରେ ନକାରାତ୍ମକ ପ୍ରଭାବ ପଡ଼ିବ ବୋଲି ପିଲାଙ୍କୁ ଶିକ୍ଷା ଦେବା ଆବଶ୍ୟକ। ବେଳେବେଳେ ବଡ଼ମାନେ କିଛି ବୁଝାଇବା
ବେଳେ ପିଲାମାନେ ଅନ୍ୟ ଆଡ଼େ ଚାହିଁବା ବା ରାଗରେ କବାଟ ବନ୍ଦ କରିଦେବା ଭଳି କାର୍ଯ୍ୟ କରିଥାନ୍ତି। ତେବେ ପିଲାମାନଙ୍କୁ ଏ ନେଇ ବୁଝାଇବା ସହ ବଡ଼ମାନଙ୍କ ଆଦର କରିବାକୁ ଶିକ୍ଷା ଦିଅନ୍ତୁ। ସେହିଭଳି ଛୋଟ ଭାଈ ଭଉଣୀଙ୍କ ସହ ଖେଳିବା ବା ସେମାନଙ୍କ ଦେଖରେଖ କରିବା ବଡ଼ ଭାଇଭଉଣୀଙ୍କ କାମ ବୋଲି ପିଲାମାନଙ୍କୁ ଶିଖାଇବା ଆବଶ୍ୟକ। ଏଥିସହ ନିଜ କାମ ନିଜେ କରିବା ପାଇଁ ପିଲାମାନଙ୍କୁ ସବୁବେଳେ ଶିକ୍ଷାଦେବା ଦରକାର, ଯାହାଫଳରେ ସେମାନେ ଦାୟିତ୍ୱବାନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri