Posted inଫୁରସତ

ପିତାଙ୍କ ମୃତ୍ୟୁର ୧୦ ମାସ ପରେ ଝିଅକୁ ମିଳିଲା ଏକ ଇ-ମେଲ, ଯାହା ଲେଖା ଥିଲା ପଢି ହେଲେ ଆଶ୍ଚର୍ଯ୍ୟ

ଫିଲିପାଇନ୍ସର ବାସିନ୍ଦା ଆଲିସା ମେଣ୍ଡୋଜା ପ୍ରତିଦିନ ଭଳି ସକାଳୁ ନିଜ କାମରେ ବାହାରିଥିଲେ। ହଠାତ୍‌ ତାଙ୍କ ମୋବାଇଲ୍‌କୁ ଏକ ଇ-ମେଲ ଆସିଥିଲା। ଏହି ଇ-ମେଲଟି ତାଙ୍କ ପିତାଙ୍କଠାରୁ ଆସିଥିଲା। ଯେ କି ୧୦ ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇ ଆଲିସା ପ୍ରଥମେ ଇ-ମେଲ ଖୋଲି ପଢିବା ପରେ ତାଙ୍କ ଗୋଡ ତଳୁ ମାଟି ଖସି ପଡିଲା ଭଳି ଲାଗିଥିଲା।
ଏହି ଇ-ମେଲରେ ପିତାଙ୍କ ୨୫ତମ ବିବାହ ବାର୍ଷିକୀ ପାର୍ଟି ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯ରେ କିଡନୀ ରୋଗରେ ମୃତ୍ୟୁବରଣ କରିଥିବା ପିତା ତାଙ୍କ ପତ୍ନୀଙ୍କ ପାଇଁ ୨୫ତମ ବିବାହ ବାର୍ଷିକୀରେ ଏକ ସର୍‌ପ୍ରାଇଜ୍‌ ପାର୍ଟି ରଖିବାର ଯୋଜନା କରିଥିଲେ। ବିବାହ ବାର୍ଷିକୀ ଏକ ମାସ ପୂର୍ବରୁ ଏହି ଇ-ମେଲଟିକୁ ଝିଅ ପାଖରେ ପହଞ୍ଚାଇବାକୁ ସିଡ୍ୟୁଲ୍ଡ କରିଥିଲେ ଆଲିସାଙ୍କ ପିତା। ମୋ ମାତାପିତାଙ୍କ ବିବାହ ବାର୍ଷିକୀର ତିନି ସପ୍ତାହ ପୂର୍ବରୁ, ପିତାଙ୍କଠାରୁ ଏକ ଇମେଲ ପାଇଥିଲି। ପ୍ରଥମେ, ମୁଁ ଏହାକୁ ଖୋଲିବାକୁ ଡରୁଥିଲି କାରଣ, ୧୦ମାସ ପୂର୍ବେ ଦେହାନ୍ତ ହୋଇଥିବା ବ୍ୟକ୍ତିଙ୍କଠାରୁ ଏକ ଇମେଲ ପାଇବା ଏବଂ ତାକୁ ଖୋଲିବାକୁ କିଏ ବା ଭୟ ନ କରିବ। କିନ୍ତୁ ପାଇବାର ଦୁଇ ଦିନ ପରେ ମୁଁ ଇ-ମେଲ ଖୋଲିବାକୁ ସ୍ଥିର କଲି। ସମ୍ପୂର୍ଣ୍ଣ ତାକୁ ପଢିବା ପରେ ମୋ ମା’ଙ୍କ ପ୍ରତି ଥିବା ପିତାଙ୍କ ଭଲ ପାଇବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି ବୋଲି ଆଲିସା କହିଛନ୍ତି। ମୃତ୍ୟୁ ପୂର୍ବରୁ ୨୫ତମ ବିବାହ ବାର୍ଷିକୀ ପାଳନ ପାଇଁ ଯୋଜନା କରିଥିଲେ ପିତା। ଏଥିପାଇଁ ଇ-ମେଲକୁ ସିଡ୍ୟୁଲ୍ଡ କରିଥିଲେ। ଗତ ଜୁନ୍‌ ୧୦ ମାତାପିତା ବିିବାହ ବାର୍ଷିକୀ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି ଆାଲିସା। ପ୍ରତ୍ୟେକ ସ୍ବତନ୍ତ୍‌ ଦିନ ଅର୍ଥାତ୍‌ ମା’ଙ୍କ ଜନ୍ମଦିନ(ଅଗଷ୍ଟ ୧୦), ଭାଲେଣ୍ଟାଇନ୍‌ ଡେ’ରେ ତାଙ୍କୁ ପୁଷ୍ପଗୁଚ୍ଛ ଦେବାକୁ ପିତା ଇ-ମେଲରେ କହିଛନ୍ତି। ଆଲିସା ପିତାଙ୍କ ଇ-ମେଲକୁ ନିଜ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri