ପିଏମ୍‌ସିଠାରୁ ଋଣ ନେଇ ଜମି କିଣିଛି ଏଚ୍‌ଡିଆଇଏଲ୍‌

ନୂଆଦିଲ୍ଲୀ,୧୩-୧୦: ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ(ପିଏମ୍‌ସି) ବ୍ୟାଙ୍କଠାରୁ ଋଣ ନେଇ ଏଚ୍‌ଡିଆଇଏଲ ଜମି କିଣିଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୨୧୦୦ ଏକର ଜମିର ପତ୍ତା ଲଗାଇଛି। ବ୍ୟାଙ୍କ ଉକ୍ତ ସଂସ୍ଥାକୁ ବୃହତ୍‌ ପରିମାଣର ଋଣ ଦେଇ ଏବେ ନିୟାମକ କଟକଣାର ଶିକାର ହୋଇଥିବା ବେଳେ ଏହି ମାମଲାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପତ୍ତା ଲାଗି ଥିବା ଜମିକୁ ଇଡି ଶୀଘ୍ର ଜବତ କରିବ ବୋଲି ଜଣାପଡିଛି। ଏହି ମାମଲାରେ ଏଡିଆଇଏଲ୍‌ର ୨ଟି ବଡ ବଙ୍ଗଳାକୁ ଇଡି ଜବତ କରି ସାରିଛି। ପ୍ରମୋଟର ରାକେଶ ଏବଂ ପୁତ୍ର ସାରଙ୍ଗ ଓ୍ବାଧଓ୍ବାନ୍‌ଙ୍କ ମାଲିକାନାରେ ରହିଥିବା ଏହି ଜମିର ପରିମାଣ ପ୍ରାୟ ୩,୫୦୦ କୋଟି ଟଙ୍କା ହେବ। ବସଇପାଲଘର ବେଲ୍‌ଟରେ ଟାଉନଶିପ ନିର୍ମାଣ ଲାଗି ଏହି ଜମି କିଣାଯାଇଥିବା ଇଡି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri