ପାର୍ଲାମେଣ୍ଟରେ ଆଗତ ହୋଇଛି ବିଲ୍‌;ଓଭରଟାଇମ୍‌ ପାଇଁ ଲିଖିତ ଅନୁମତି ଆବଶ୍ୟକ

ନୂଆଦିଲ୍ଲୀ,୩୦-୭: ମୋଦି ସରକାରଙ୍କ ପ୍ରସ୍ତାବ ଲାଗୁ ହେଲେ ସମସ୍ତ କମ୍ପାନୀ ଓ ପ୍ରତିଷ୍ଠାନର କର୍ମଚାରୀଙ୍କ ଉପରେ ନିଯୁକ୍ତିଦାତା ଆଉ ହାକିମାତି ଦେଖାଇପାରିବେ ନାହିଁ। କାମ ଶେଷ ପାଇଁ ଓଭର ଟାଇମର ଆବଶ୍ୟକତା ହେଲେ ନିଯୁକ୍ତିଦାତାଙ୍କୁ ସମ୍ପୃକ୍ତ କର୍ମଚାରୀଙ୍କ ଠାରୁ ଏଥିପାଇଁ ଲିଖିତ ଅନୁମତି ନେବାକୁ ହେବ। ତାଙ୍କ ମଞ୍ଜୁରୀ ବିନା କମ୍ପାନୀ ତାଙ୍କୁ ଓଭର ଟାଇମରେ କାମ କରାଇ ପାରିବେ ନାହିଁ। କେବଳ ସେତିକି ନୁହେଁ ତାଙ୍କର ଓଭର ଟାଇମ ପାଇଁ ଦୁଇଗୁଣା ମଜୁରୀ ଦେବାକୁ ପଡିବ।
କର୍ମଚାରୀଙ୍କ କାର୍ଯ୍ୟାଳୟ,ପେସାଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟଦଶା ଉପରେ କୋଡ୍‌ ଅନ୍‌ ଅକୁପେଶନାଲ ସେଫ୍ଟି ହେଲ୍‌ଥ ଆଣ୍ଡ ଓ୍ବାର୍କିଂ କଣ୍ଡିଶନ ୨୦୧୯ ବିଲ୍‌କୁ କେନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ବାର ଲୋକ ସଭାରେ ଉପସ୍ଥାପନ କରିଛନ୍ତି। ଏଥିରେ ବେସିକ ପେ, ମୁଦ୍ରାସ୍ଫୀତି ଭତ୍ତା ଓ ରିଟେନ୍ସନ ପେ’କୁ ସାମିଲ କରାଯାଇଛି। ବିଲ୍‌ରେ କୁହାଯାଇଛି ଯେ, ନିଯୁକ୍ତିଦାତା କମ୍ପାନୀ କୌଣସି କର୍ମଚାରୀଙ୍କୁ ବିନା ତାଙ୍କର ଲିଖିତ ଅନୁମୋଦନରେ ଓଭର ଟାଇମ କରାଇ ପାରିବେ ନାହିଁ। ନ୍ୟାଶନାଲ ଷ୍ଟାଟିଷ୍ଟିକାଲ ଅଫିସ୍‌(ଏନ୍‌ଏସ୍‌ଓ)ର ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ମୁତାବକ, ଦେଶରେ ଅଧିକାଂଶ କର୍ମଚାରୀ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି। ଯାହା କି ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ଠାରୁ ଅଧିକ। ସର୍ଭେ ଅନୁଯାୟୀ, ବେତନଭୋଗୀ ଅଥବା ନିୟମିତ କର୍ମୀ ସପ୍ତାହରେ ୫୩ରୁ ୫୬ ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ସେହିପରି ସ୍ବରୋଜଗାରରେ ନିୟୋଜିତ ବ୍ୟକ୍ତି ସପ୍ତାହରେ ୪୬ରୁ ୫୪ ଘଣ୍ଟା କାର୍ଯ୍ୟ କରୁଥିବା ବେଳେ କାଜୁଆଲ କର୍ମଚାରୀ ୪୩ରୁ ୪୮ ଘଣ୍ଟା କାମ କରୁଛନ୍ତି। ପୂର୍ବରୁ ଓଭର ଟାଇମ ଲାଗି କୌଣସି କର୍ମଚାରୀଙ୍କ ଠାରୁ ଅନୁମତି ନେବାକୁ ପଡୁ ନ ଥିଲା। ଏହା ଆପେ ଆପେ ମିଳିଛି ବୋଲି ଧରିନିଆଯାଉଥିଲା। ତେବେ ସରକାର ନୂଆ ବିଲ୍‌ ମାଧ୍ୟମରେ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ଏଥିରେ କୁହାଯାଇଛି ଯେ, ମାସରେ ସର୍ବାଧିକ ଓଭରଟାଇମ ୧୦୦ ଘଣ୍ଟା ବଦଳରେ ୧୨୫ ଘଣ୍ଟା ହେବ। ଗତ ବର୍ଷ ଏଥିଲାଗି ଜନତାଙ୍କ ଠାରୁ ମତାମତ ଲୋଡାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଗୋଟିଏ ଦିନରେ ୧୦ ଘଣ୍ଟାରୁ ଅଧିକ କାମ କରାଯାଇପାରିବ ନାହିଁ। କିନ୍ତୁ ବର୍ତ୍ତମାନର ବିଲ୍‌ରେ ଏହାକୁ ସାମିଲ କରାଯାଇନାହିଁ। ବହୁ ବର୍ଷର ପରିଶ୍ରମ ପରେ ଅବଶେଷରେ କେନ୍ଦ୍ର ସରକାର ପୁନର୍ବାର ଶ୍ରମିକଙ୍କ ସ୍ବାର୍ଥରକ୍ଷା ଲାଗି ସଂଗଠିତ ତଥା ଅସଂଗଠିତ ସେକ୍ଟରରେ ଶ୍ରମ ଆଇନ ସଂସ୍କାର ବିଲ୍‌ ୨୦୧୯ ଜରିଆରେ ସର୍ବନିମ୍ନ ମଜୁରି ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ଗତଥର ୨୦୧୭ରେ ସରକାର ଏଭଳି ପ୍ରୟାସ କରିଥିଲେ। ପରେ ଏହି ବିଲ୍‌ର ତର୍ଜମା ଲାଗି ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଥିଲା। କିନ୍ତୁ ଏହାକୁ ପାର୍ଲାମେଣ୍ଟରେ ଅନୁମୋଦନ ମିଳି ନ ଥିଲା। ଏହି ବିଲ୍‌ରେ ଶ୍ରମିକଙ୍କ ବେତନ ସହ ଜଡ଼ିତ ବର୍ତ୍ତମାନର ୪ ଆଇନ ପେମେଣ୍ଟସ ଅଫ୍‌ ଓ୍ବେଜେସ୍‌ ଆକ୍ଟ ୧୯୩୬, ମିନିମମ୍‌ ଓ୍ବେଜେସ୍‌ ଆକ୍ଟ ୧୯୪୯, ପେମେଣ୍ଟ ଅଫ୍‌ ବୋନସ୍‌ ଆକ୍ଟ ୧୯୬୫ ଓ ଇକୁଆଲ ରେମୁନରେଶନ ଆକ୍ଟ ୧୯୭୬କୁ କୋଡ୍‌ରେ ସାମିଲ କରାଯାଇଛି। କୋଡ୍‌ ଅନ୍‌ ଓ୍ବେଜେସ୍‌ରେ ସର୍ବନିମ୍ନ ମଜୁରିକୁ ପ୍ରତ୍ୟେକ ସ୍ଥାନରେ ସମାନ ଭାବେ ଲାଗୁ କରିବାକୁ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ସାରା ଦେଶରେ ଶ୍ରମିକଙ୍କୁ ଏକ ସମାନ ବେତନ ମିଳିବା ସୁନିଶ୍ଚିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri