ପାରିବାରିକ କଳହର ପରିଣତି: ସାବତ ମା’ଙ୍କୁ ହତ୍ୟାକଲା ପୁଅ

ମାଲକାନଗିରି, ୩।୧୦(ଡି.ଏନ୍‌.ଏ.): କ୍ରୋଧ ବ୍ରହ୍ମଚଣ୍ଡାଳ। ରାଗର ବଶବର୍ତ୍ତୀ ହେଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ କିପରି ଅଭାବନୀୟ କାଣ୍ଡ କରିବସେ ମାଲକାନଗିରି ଜିଲା ସଦର ଥାନା ଅଧୀନ ଗୁଦୁନାଡ ଗାଁରେ ତାହା ଦେଖିବାକୁ ମିଳିଛି। ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ତାଙ୍କ ସାବତ ମା’ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ଲକ୍ଷ୍ମଣ ମଙ୍ଗନ୍‌(୩୭)ଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ଜମିଜମାକୁ ନେଇ ଲକ୍ଷ୍ମଣ ଓ ତାଙ୍କ ସାବତ ମା’ ସମତିଙ୍କ ମଧ୍ୟରେ ବୁଧବାର ବିଳମ୍ବିତ ରାତିରେ ବଚସା ହୋଇଥିଲା। ଏହି ସମୟରେ ଲକ୍ଷ୍ମଣ ରାଗିଯାଇ ନିକଟରେ ଥିବା ଏକ ଟାଙ୍ଗିଆରେ ସମତିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସମତିଙ୍କ ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ଘଟଣା ସମ୍ପର୍କରେ ଗୁରୁବାର ସକାଳୁ ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଲକ୍ଷ୍ମଣଙ୍କୁ ଗିରଫ କରିଥିଲା। ପଚରାଉଚୁରା ବେଳେ ଲକ୍ଷ୍ମଣ ସମତିଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି ବୋଲି ମାଲକାନଗିରି ପୋଲିସ ସୂଚନା ଦେଇଛି। ଲକ୍ଷ୍ମଣଙ୍କ ବିରୋଧରେ ଧାରା ୩୦୨ ଆଇପିସି ଅନୁଯାୟୀ କେସ୍‌ ନଂ.୨୪୨/୧୯ରେ ମାମଲା ରୁଜୁ ହୋଇଛି। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ରାମପ୍ରସାଦ ନାଗ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ସଫଳତା ଆମ ପୁରସ୍କାର’

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା…

କେବେ ଶାସନ ଗାଦିରୁ ହଟିବ ଭାଜପା? ଆସିଲା ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ/ଇସଲାମାବାଦ,୨୧।୫: ବର୍ତ୍ତମାନ, ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମଧ୍ୟରେ ଏହାର ସହଯୋଗୀଙ୍କ ନେତୃତ୍ୱରେ ସରକାର ଭାରତର ୨୨ଟି ରାଜ୍ୟ ଏବଂ…

ଦୁଇ ପୁଅଙ୍କ ଜୀବନ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ବାପା, ଶୋଭାପୁଟ ବ୍ରିଜ ତଳ ପାଣିରେ…

ନନ୍ଦପୁର, ୨୧।୫(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାକୁ ଲାଗି ରହିଥିବା ପାନ୍ଥଲୁଙ୍ଗ ପଞ୍ଚାୟତର ଶୋଭାପୁଟ ବ୍ରିଜ ତଳେ ଗୁରୁବାର ମାଛ ଧରିବାକୁ ଆସିଥିବା…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ଅସହ୍ୟ ଗରମରେ ଅଘୋଷିତ ବିଦ୍ୟୁତ କାଟ, ଟାଟା ପାଓ୍ବାର ଅଫିସ ଘେରି କର୍ମଚାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବଲାଙ୍ଗୀର, ୨୧।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଅଘୋଷିତ ଭାବେ ହେଉଛି ବିଦ୍ୟୁତ କାଟ। ଏହାର ପ୍ରତିବାଦରେ ଗୁରୁବାର ଟାଟା ପାୱାର ଅଫିସ ଘେରାଉ କରାଯିବା ସହ…

ବେଆଇନ ଭାବେ କରୁଥିଲେ ଗୋରୁ ଚାଲାଣ, ଅଭିଯୁକ୍ତ ଜିତୁଙ୍କୁ ବାନ୍ଧିଲା…

ଆନନ୍ଦପୁର/ହାଟଡିହୀ,୨୧l୫(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଘସିପୁରା ଥାନା ଗୁହାଳିଆ ଗ୍ରାମର ଅମିନ ଜେନାଙ୍କ ପୁଅ ସୁବ୍ରତ କୁମାର ଜେନା (୩୮) ଓରଫ ଜିତୁଙ୍କୁ ଗୁରୁବାର…

ଗ୍ଲାମ ଇଣ୍ଡିଆରେ ଚମକିଲେ କଳାହାଣ୍ଡିର ଝିଅ ଅନ୍ବେଷା ମିଶ୍ର

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଭବାନୀପାଟଣାର ଝିଅ ଅନ୍ବେଷା ମିଶ୍ର(୧୩) ସମ୍ମାନଜନକ ଗ୍ଲାମ ଇଣ୍ଡିଆରେ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି। ପ୍ରିଟିନ୍ ବର୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri