ପାରାଦୀପ ଟ୍ରକ୍‌ ସଂଘ ବିବାଦ ପ୍ରସଙ୍ଗ: ବୈଠକ ବସିଲା, ସମାଧାନ ହେଲାନି

ପାରାଦୀପ,୧୦।୧ (ସ୍ବ.ପ୍ର.): ପାରାଦୀପ ଟ୍ରକ ମାଲିକ ସଂଘଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ପାଇଁ ଗୁରୁବାର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ବୈଠକ ବସିଥିଲେ ବି କିଛି ନିଷ୍କର୍ଷ ବାହାରି ପାରିନାହିଁ। ହାଇକୋର୍ଟ ନିଷ୍ପତ୍ତିକୁ ନେଇ ଅଙ୍କ ଛିଡୁ ନ ଥିବାରୁ ପୁଣି ଥରେ ବୈଠକ ବସିବ ବୋଲି ଏଡିଏମ୍‌ କାହ୍ନୁଚରଣ ଧୀର୍‌ କହିଛନ୍ତି।
ପାରାଦୀପର ୩ ଟ୍ରକ ମାଲିକ ସଂଘ (ପାରାଦୀପ ଟ୍ରକ ମାଲିକ ସଂଘ, ଜଗନ୍ନାଥ ଟ୍ରକ ମାଲିକ ସଂଘ ଓ ଜଗତ୍‌ସିଂପୁର ଜିଲା ଟ୍ରକ ମାଲିକ ସଂଘ) ପାରାଦୀରେ ପରିରବହନକୁ ବ୍ୟବସ୍ଥିତ କରିବା ପାଇଁ ଜଏଣ୍ଟ କୋଅର୍ଡିନେଶନ କମିଟି (ଜେସିସି) ଗଠନ କରିଛନ୍ତି। ଏଥିରେ ସଂଘ ମଧ୍ୟରେ ପଣ୍ୟ ପରିବହନ ପାଇଁ ବ୍ୟବସ୍ଥା ହୋଇଛି। ଅର୍ଥାତ୍‌ ୧୦୦ ଗାଡ଼ି ଆବଶ୍ୟକ ହେଲେ ସେଥିରେ ପାରାଦୀପ ସଂଘ ୫୨, ଜଗନ୍ନାଥ ସଂଘ ୩୩ ଓ ଜଗତ୍‌ସିଂହପୁର ସଂଘ ୧୫ଟି ଗାଡ଼ି ଦେବେ। ଏଥିସହ ଯେକୌଣସି ସଂସ୍ଥାର ପଣ୍ୟ ପରିବହନ କ୍ଷେତ୍ରରେ ଜାଲିଆତି, ଚୋରି ଆଦି ହେଲେ ଜେସିସି ଉତ୍ତରଦାୟୀ ରୁହେ। ଏହା ମଧ୍ୟରେ କୌଣସି ନୂଆ ମାଲିକଙ୍କ ସଦସ୍ୟତା ଗ୍ରହଣ କରିବା କ୍ଷେତ୍ରରେ ଅଙ୍କୁଶ ଲଗାଯାଇଥିବାରୁ ବର୍ଷେ ହେଲା ୪-ଟି (ଟ୍ରକ୍‌, ଟିପ୍ପ, ଟ୍ରଲର ଓ ଟ୍ୟାଙ୍କର) ସଂଘ ମୁଣ୍ଡ ଟେକିଛି। ଏହି ସଂଘ ପ୍ରଥମ କରି ପିପିଏଲ୍‌ରେ ଜିପସମ୍‌ ପରିବହନ ପାଇଁ ଗତ ଡିସେମ୍ବରରେ ଅଗ୍ରାଧିକାର ପାଇଥିଲା। ମାତ୍ର ୪-ଟି ସଂଘ ପିପିଏଲ୍‌ ଭିତରକୁ ଯାଉଥିବା ବେଳେ ଅନ୍ୟ ୩ ପୁରୁଣା ସଂଘ ଏହାକୁ ବିରୋଧ କରିଥିଲେ। ଏପରିକି ପରିବହନ କାମ ଉଦ୍‌ଘାଟନ କରିବାକୁ ଆସିଥିବା ମନ୍ତ୍ରୀ, ବିଧାୟକ ଅଧାରୁ ଫେରି ଯାଇଥିଲେ। ଏହା ବିରୋଧରେ ଗତ ୨ ତାରିଖରେ ୪-ଟି ସଂଘ ଏଡିଏମ୍‌ ଅଫିସ୍‌ ଆଗରେ ଧାରଣା ଦେଇଥିଲେ। ସେହି ଆଧାରରେ ଗୁରୁବାର ଆଲୋଚନା ପାଇଁ ଦିନ ସ୍ଥିର କରାଯାଇଥିଲା। ଆଲୋଚନାରେ ଜେସିସି ଦର୍ଶାଇଥିଲା ଯେ, ୨୦୧୨ରେ ସେମାନେ ଜିପସମ୍‌ ପରିବହନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ହାଇକୋର୍ଟ ତାଙ୍କ ଜିପସମ୍‌ ପରିବହନର ୩୦ ପ୍ରତିଶତ ଟ୍ରକ ସଂଘକୁ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତି ମୁତାବକ, ସେହି ୩୦ ପ୍ରତିଶତକୁ କିଏ ପରିବହନ କରିବ ତାହା ସ୍ପଷ୍ଟ କରନ୍ତୁ ବୋଲି ଯୁକ୍ତି ବାଢ଼ିଥିଲେ। ତେଣୁ ଆଗାମୀ ବୈଠକରେ ହାଇକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ତର୍ଜମା କରାଯିବ। ସେତେବେଳେ ବୈଠକରେ ସଂଘ ବ୍ୟତୀତ ପିପିଏଲ୍‌, ଟ୍ରାନ୍ସପୋର୍ଟ ସଂସ୍ଥା ପ୍ରମୁଖ ଉପସ୍ଥିତ ରହିବେ ବୋଲି ଏଡିଏମ୍‌ ଧୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?