Posted inଖେଳ

ପାରା ବ୍ୟାଡ୍‌ମିଣ୍ଟନର ଅର୍ଜୁନ

ରାଜ୍ୟର ଅଷ୍ଟମ ଖେଳାଳି ଭାବେ ପ୍ରମୋଦ ଅର୍ଜୁନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତେବେ ପ୍ରଥମ ପାରା ଆଥଲେଟ୍‌ ହିସାବରେ ସେ ରାଜ୍ୟ ପାଇଁ ଏହି ସମ୍ମାନ ହାସଲ କରିବାକୁ ଯାଉଛନ୍ତି। ପୋଲିଓ କାରଣରୁ ଶାରୀରିକ ଭାବେ ଅକ୍ଷମ ହୋଇଥିଲେ ମଧ୍ୟ ଦୀର୍ଘଦିନର ସଂଘର୍ଷ ଓ ଅଧ୍ୟବସାୟ ବଳରେ ପାରା ବ୍ୟାଡମିଣ୍ଟନରେ ସେ ବିଶ୍ୱସ୍ତରୀୟ ସଫଳତା
ହାସଲ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି…

ଜଣେ ଶାରୀରିକ ଅକ୍ଷମ ହେଲେ ଅନେକ ଭାବନ୍ତି ଯେ ବୋଧହୁଏ ସେ ଲୋକଟିର ଜୀବନର ମାନେ କିଛି ନାହିଁ। ପରର ଦୟାରେ ଚଳିବ ଆଉ ବୋଧହୁଏ ସାରାଜୀବନ ଅନ୍ୟର ଗୋଡାଣିଆ ହୋଇ ରହିବାକୁ ବାଧ୍ୟ ହେବ। ଚାକିରି, ବିବାହ କିମ୍ବା ସଂସାର କରିବା ଆଦି କଥା ହୁଏତ ତା ଭାଗ୍ୟରେ ଥିଲେ ମିଳିପାରେ। ଆଉ ରହିଲା ଦେଶ କଥା। ଏପରି ଶାରୀରିକ ଅକ୍ଷମମାନେ ଦେଶ ବା ଜାତି ପାଇଁ କ’ଣ ବା କରିପାରିବେ। ଅତିବେଶିରେ ଗୀତ ଗାଇ କିମ୍ବା ଚିତ୍ରକରିବା ପରି ପାରମ୍ପରିକ ବିଦ୍ୟାରେ ହୁଏତ କିଛି ନାମ କମାଇ ପାରନ୍ତି। ମାତ୍ର ଏମିତି ବି ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ଏହି ପାରମ୍ପରିକ ଚିନ୍ତାଧାରାର ଆଡିବନ୍ଧ ଡେଇଁ ନିଜ ପାଇଁ ନାମ କମାନ୍ତି। ଦେଶକୁ ଥରେ ନୁହେଁ ବହୁବାର ଗୌରବାନ୍ବିତ କରନ୍ତି। ଆଉ ସବୁଥର ଦେଶବାସୀ ତାଙ୍କ ପ୍ରସିଦ୍ଧି ଏବଂ ପ୍ରଦର୍ଶନରେ ହତଚକିତ ହୁଅନ୍ତି ଆଉ ଏହି ଭଳି ଭିନ୍ନ ଦକ୍ଷତା ପାଇଁ ସଲାମ କରନ୍ତି। ସେହିପରି ଜଣେ ଭିନ୍ନକ୍ଷମ ବ୍ୟାଡମିଣ୍ଟନ ଖେଳାଳି ହେଉଛନ୍ତି ପ୍ରମୋଦ ଭଗତ। ଦୀର୍ଘ ୪ ବର୍ଷଧରି ନିଜର ଅକ୍ଳାନ୍ତ ପରିଶ୍ରମ ଆଉ ଦୁନିଆ ବୁଲି ବୁଲି ଭାରତ ତଥା ନିଜ ପାଇଁ ପଦକ ଜିତୁଥିବା ପ୍ରମୋଦ ଏବେ ଅର୍ଜୁନ ପୁରସ୍କାର ପାଇ ଓଡିଶାବାସୀଙ୍କ ନୟନମଣି ହୋଇପାରିଛନ୍ତି।
ଜଣେ ଅର୍ଜୁନ ପୁରସ୍କାର ପାଇବା ବେଶ୍‌ ଗର୍ବର କଥା। ଆଉ ଏ ଯାଏ ଆସିବାକୁ ମୋତେ ବହୁତ ସଂଘର୍ଷ କରିବାକୁ ପଡିଛି। ଏହା ହେଉଛି ନିକଟରେ ଅର୍ଜୁନ ପୁରସ୍କାର ଜିତିଥିବା ଭିନ୍ନକ୍ଷମ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ନିଜ କଥା। ଲୋକ ମୋର ଦକ୍ଷତା ଅପେକ୍ଷା ଶାରୀରିକ ଅକ୍ଷମତାକୁ ବେଶି ଦେଖୁଥିଲେ। ଏହା ହିଁ ମୋତେ ମୋ ଅକ୍ଷମତା ବିରୋଧରେ ସଂଗ୍ରାମ କରିବାକୁ ପ୍ରେରଣା ଯୋଗାଉଥିଲା। ଅର୍ଜୁନ ପୁରସ୍କାର ପାଇବାରେ ପ୍ରମୋଦ ହେଉଛନ୍ତି ୮ମ ଓଡିଆ। ଯେଉଁ ଲୋକମାନେ ଦିନେ ପ୍ରମୋଦଙ୍କ ଅକ୍ଷମତା ଦେଖୁଥିଲେ ଆଜି ସେମାନେ ତାଙ୍କ ପାଖରେ ରାଶି ରାଶି ପଦକ ଆଉ ପୁରସ୍କାର ଦେଖି ନିଜକୁ ଭୁଲ୍‌ ବୋଲି ପ୍ରମାଣିତ କରୁଛନ୍ତି। ପ୍ରମୋଦ ଦିନେ ବିଶ୍ୱରେ ଏକ ନଂ ପାରା ଶଟଲର ଥିଲେ ଏବଂ ତିନିଥର ବିଶ୍ୱ ଚାମ୍ପିୟନ ଏକଥା ଅନେକ ସମୟରେ ସହଜରେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ପୁଣି ଆଶ୍ଚଯର୍‌ୟଜନକଭାବେ ସେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସ ଖେଳରେ ନିଜର ଦକ୍ଷତା ଦେଖାଇଛନ୍ତି।
୪ ବର୍ଷ ବୟସରୁ ପ୍ରମୋଦଙ୍କ ବାମଗୋଡ ପୋଲିଓର ଶିକାର ହୋଇଥିଲେ ବି ଏହା ତାଙ୍କୁ ଅଟକାଇ ପାରି ନ ଥିଲା। ଠିକ୍‌ରେ ଚାଲିପାରୁ ନ ଥିଲେ ବି ଜଣେ ଯେ ବ୍ୟାଡମିଣ୍ଟନ ପରି ଖେଳରେ ନିଜ ବିଭାଗରେ ବିଶ୍ୱ ଚାମ୍ପିୟନ ହୋଇପାରିବ ତାହା ଅନେକଙ୍କର ଧାରଣା ବାହାରେ ଥିବା ସ୍ବାଭାବିକ। ଅଥଚ ପ୍ରମୋଦ ଭିନ୍ନକ୍ଷମ ହୋଇ ଯେ ଖେଳିଛନ୍ତି ତା’ ନୁହେଁ ବରଂ ଏ ଯାଏ ଯେତିକି ପଦକ ଜିତିଛନ୍ତି ତାହା ଶୁଣିଲେ ଜଣେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ୍‌। ପ୍ରମୋଦଙ୍କ ପାଖରେ ଅଛି ଜାତୀୟ ସ୍ତରରେ ୩୦ଟି ସ୍ବର୍ଣ୍ଣ ଏବଂ ୧୨ ରୌପ୍ୟ। ସେହିପରି ଅନ୍ତର୍ଜାତୀୟ ସ୍ତରରେ ସେ ଗୋଟାଇଛନ୍ତି ୧୯ ସ୍ବର୍ଣ୍ଣ ଆଉ ୭ ରୌପ୍ୟ। ଏଥି ମଧ୍ୟରେ କେବଳ ୨୦୧୯ରେ ହିଁ ସେ ପାଇଛନ୍ତି ୮ଟି ସ୍ବର୍ଣ୍ଣ, ୨ ରୌପ୍ୟ ଏବଂ ୨ ବ୍ରୋଞ୍ଜ ପଦକ।
ବୋଧହୁଏ ବ୍ୟାଡମିଣ୍ଟନ ଖେଳିବାକୁ ହିଁ ପ୍ରମୋଦ ଜନ୍ମ ହୋଇଥିଲେ। ୧୦ ବର୍ଷ ବୟସରୁ ଏହି ଖେଳ ପ୍ରତି ସେ ନିଜର ଭଲପାଇବା ଜାହିର କରିଆସିଛନ୍ତି। ନିଜର ତିନି ସାଙ୍ଗଙ୍କ ସହ ମଉଜମସ୍ତି କରିବା ପାଇଁ ଘର ପଛପଟେ ବ୍ୟାଡମିଣ୍ଟନ ଖେଳୁଥିବା ପ୍ରମୋଦ କେତେବେଳେ ଯେ ଏହି ଖେଳପ୍ରତି ସିରିୟସ ହୋଇଗଲେ ତାହା ବୋଧେ ସେ ନିଜେ ଜାଣିନଥିବେ। ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସେ ସାଧାରଣ ଲୋକଙ୍କ ପରି ଖେଳିପାରୁଥିବା ଦେଖିଲେ ଅନେକ ଆଶ୍ଚର୍ଯ୍ୟ ହେଉଥିଲେ। ଏହା ଭିତରେ ତାଙ୍କର ବୟସ ବଢିବା ସଙ୍ଗେସଙ୍ଗେ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଲାଗିଲେ। ୨୦୦୫ରେ ବୁର୍ଲାରେ ଆଉଟଡୋର ଟୁର୍ନାମେଣ୍ଟରେ ଭାଗନେଉଥିବା ବେଳେ ସେ ଭେଟିଥିଲେ ରାଜ୍ୟ ବ୍ୟାଡମିଣ୍ଟନର ପ୍ରତିଷ୍ଠିତ ଖେଳାଳି କମଳ ଦାସଙ୍କ ସହ। ସେ ହିଁ ତାଙ୍କୁ ବ୍ୟାଡମିଣ୍ଟନରେ କ୍ୟାରିୟର କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ। ତାଙ୍କରି ଚେଷ୍ଟାରେ ପ୍ରମୋଦ ଭେଟିଥିଲେ ପାରା ବ୍ୟାଡମିଣ୍ଟନ କୋଚ୍‌ ଶିବ ପ୍ରସାଦ ଦାସଙ୍କୁ। କୋଚ୍‌ ଶିବ ପ୍ରସାଦଙ୍କ ପାଖରେ ରହି ସେ ଖେଳିବାର ମୂଳ ସୋପାନ ଚଢିବା ଶିଖିଥିଲେ। ଅନୁଗୋଳରେ ରହୁଥିବା କୋଚଙ୍କ ଘର ହିଁ ପାଲଟିଥିଲା ଆଜିର ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦଙ୍କ ପାଇଁ ପ୍ରଫେଶନାଲ ବ୍ୟାଡମଣ୍ଟନକୁ ପରଖିବାର ରଙ୍ଗଭୂମି। ଏଇଠୁ ହିଁ ପ୍ରମୋଦ ପାଇଥିଲେ ଉଡିବାର ଅଭିଳାଷା, ଆଉ ପାରା ବ୍ୟାଡମିଣ୍ଟନକୁ ନେଇ ଏଇଠି ହିଁ ବଢୁଥିଲା ଓଡିଶାର ସୁଯୋଗ୍ୟ ସନ୍ତାନ।
ପାରା ବ୍ୟାଡମିଣ୍ଟନର ନୂଆ ପୋଷ୍ଟରବୟ ପ୍ରମୋଦଙ୍କର ଏଇଠାରେ ହିଁ ଆରମ୍ଭ ହୋଇଥିଲା ଜୟଯାତ୍ରା।
ଆଗରୁ ତିିନିଥର ଆବେଦନ କରିଥିଲେ ବି ପ୍ରମୋଦ ଏଯାଏ ରାଷ୍ଟ୍ରର ଏହି ବହୁମୂଲ୍ୟ ସମ୍ମାନ ପାଇବାରେ ବିଫଳ ହୋଇଥିଲେ। କିନ୍ତୁ ଏଥର ସୁଇଜରଲାଣ୍ଡର ବାସିଲଠାରେ ବିଶ୍ୱ ଚାମ୍ପିୟନଶିପରେ ଭାଗନେବାକୁ ବିଦେଶ ଗସ୍ତରେ ଥିବାରୁ ଏ ବିଷୟରେ ସେ ଖବର ବିଳମ୍ବରେ ଜାଣିଲେ। ଖେଳରେ ନାମ କରିବା ନିଜର ଇଚ୍ଛା ଥିଲା ଆଉ ସରକାରୀ ଚାକିରି କରିବା ନିଜ ବାପାଙ୍କର ଇଚ୍ଛାଥିଲା। ଏବେ ଇଏସଆଇସି ଭୁବନେଶ୍ୱରେ ଚାକିରି କରୁଥିବା ପ୍ରମୋଦ ବିଶ୍ୱର ଚାରିଆଡେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିବା ପରେ ଉଭୟ ନିଜ ପିତା ଏବଂ ନିଜର ସ୍ବପ୍ନକୁ ସାକାର କରିପାରିଛନ୍ତି। ଭିନ୍ନକ୍ଷମ ଥାଇ ଅନେକ ନିଜର ସ୍ବପ୍ନ ପୂରଣ କରିପାରୁ ନ ଥିବାବେଳେ ପ୍ରମୋଦ ଆମ ସମସ୍ତଙ୍କ ପାଇଁ ଏକ ଜାଜୁଲ୍ୟ ମାନ ଆଦର୍ଶ ନୁହେଁ କି? ବିଏ ପାସ କରିଥିବା ପ୍ରମୋଦଙ୍କ ଏବେ ଆଗାମୀ ଲକ୍ଷ୍ୟ ଟୋକିଓରେ ୨୦୨୦ରେ ହେବାକୁ ଥିବା ପାରା ଅଲିମ୍ପିକ୍ସ ଉପରେ। ଏଥିରେ ପଦକ ଜିତିପାରିଲେ ସେ ଯେ କେବଳ ଇତିହାସ ରଚିବେ ତାହା ନୁହେଁ ବରଂ ଜଣେ ଭିନ୍ନକ୍ଷମ ନିଜର ଇଚ୍ଛାଶକ୍ତିକୁ ପାଥେୟ କରି ଯେ ଇତିହାସରେ ସ୍ଥାନ ପାଇପାରେ ତାହା ପୁଣିଥରେ ପ୍ରମାଣିତ କରିବେ। କେବଳ ପ୍ରମୋଦ ନୁହନ୍ତି ପୂରା ଭାରତବର୍ଷ ଏବଂ ଆହୁରି ଅନେକ ଚାତକର ସହ ଏହି ଦିନକୁ ଅପେକ୍ଷା କରି ରହିବା ବେଶ୍‌ ସ୍ବାଭାବିକ୍‌ କଥା।

ନାମ: ପ୍ରମୋଦ ଭଗତ
ଜନ୍ମ: ୪ ଜୁନ୍‌ ୧୯୮୮
ଜନ୍ମସ୍ଥାନ: ଅତାବିରା, ବରଗଡ଼
ସ୍ପୋଟର୍‌ସ: ପାରା ବ୍ୟାଡ୍‌ମିଣ୍ଟନ (ଏସ୍‌ଏଲ୍‌-୩)
ଟ୍ରେନିଂବେସ୍‌: ଜିଆଇଏଚ୍‌ ୟୁନିଟ୍‌-୧, ଭୁବନେଶ୍ୱର
ଶାରୀରିକ ଅକ୍ଷମତାର ପ୍ରକୃତି- ଅର୍ଥୋପେଡିକ୍‌ ପୋଲିଓ (ବାମଗୋଡ)
ମାତାପିତା: କୁସୁମ ଦେବୀ, ସ୍ବର୍ଗତ କୈଳାସ ଭଗତ
ପ୍ରମୁଖ ଅନ୍ତର୍ଜାତୀୟ ସଫଳତା:
ବ୍ରୋଞ୍ଜ – ୨୦୧୭ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ପାରା ଚାମ୍ପିୟନଶିପ୍‌
ବ୍ରୋଞ୍ଜ (ସିଙ୍ଗଲ୍ସ ଓ ଡବଲ୍ସ)- ୨୦୧୬ ବିଡବ୍ଲ୍ୟଏଫ୍‌ ଏସିଆନ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌।
ସ୍ବର୍ଣ୍ଣ (ଡବଲ୍ସ), ରୌପ୍ୟ (ସିଙ୍ଗଲ୍ସ)- ୨୦୧୫ ବିଡବ୍ଲ୍ୟୁଏଫ୍‌ ପାରା ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌

ରୁଦ୍ର ପ୍ରସନ୍ନ ରଥ


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?