ପାନ୍‌-ଆଧାର ଲିଙ୍କ୍‌ ଅବଧି ୩୧ ଡିସେମ୍ବର ଯାଏ ବୃଦ୍ଧି

ନୂଆଦିଲ୍ଲୀ,୨୯ା୯: ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ସଂଯୋଗ କରାଇବା ଅବଧିକୁ ଚଳିତ ବର୍ଷ ୩୧ ଡିସେମ୍ବର ଯାଏ ବଢାଯାଇଛି। ଏହାର ଲିଙ୍କ୍‌ କରାଇବା ନେଇ ଶେଷ ସୀମା ସେପ୍ଟେମ୍ବର ୩୦ ଥିବାବେଳେ ଏହାକୁ ବଢାଯାଇଥିବା ଶନିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ୧୦ ସଂଖ୍ୟା ବିଶିଷ୍ଟ ପାନ୍‌କୁ ଆୟକର (ଆଇଟି) ବିଭାଗ ଏବଂ ୧୨ ସଂଖ୍ୟା ବିଶିଷ୍ଟ ଆଧାର କାର୍ଡ ୟୁନିକ୍‌ ଆଇଡେଣ୍ଟିଫିକେଶନ୍‌ ଅଥରିଟି ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଜାରି କରିଥାନ୍ତି। ଯେଉଁମାନେ ବର୍ତ୍ତମାନ ସୁଦ୍ଧା ପାନ୍‌-ଆଧାର ସଂଯୋଗ କରାଇ ନାହାନ୍ତି ସେମାନେ ଆଇଟି ଓ୍ବେବସାଇଟକୁ ଯାଇ କିମ୍ବା ଏସ୍‌ଏମ୍‌ଏସ୍‌ ଦ୍ୱାରା କରାଇପାରିବେ। ଲିଙ୍କ୍‌ ବେଳେ ନାମ, ଜନ୍ମ ତାରିଖ ଏବଂ ଲିଙ୍ଗ କ୍ଷେତ୍ରରେ ଯେଭଳି କୌଣସି ଅସଙ୍ଗତି ନ ରହେ ତାହା ଦେଖିବାକୁ କୁହାଯାଇଛି। ୨ କାର୍ଡ ମଧ୍ୟରୁ ଯେକୌଣସିଟିରେ ଭୁଲ ରହିଥିଲେ ଏହାକୁ ସୁଧାରିବା ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ପାନ୍‌ ସହ ଆଧାର ଲିଙ୍କ ନ ହେଲେ ଲୋକମାନେ ଏହାକୁ ଆର୍ଥତ୍କ ନେଣଦେଣ କ୍ଷେତ୍ରରେ ବ୍ୟବହାର କରିପାରିବେ ନାହିଁ। ଏଣୁ ବିଭିନ୍ନ ପ୍ରସଙ୍ଗକୁ ଭଲ ଭାବେ ବିଚାର କରିବାକୁ ପରାମର୍ଶ ଦିଆଯାଇଛି। ଆୟକର ବିଭାଗ ଇ-ଫାଇଲିଂ ତଥ୍ୟ ମୁତାବକ ମୋଟ ୮.୪୭ କୋଟି ପଞ୍ଜୀକୃତ ୟୁଜରଙ୍କ ମଧ୍ୟରୁ ୬.୭୭ କୋଟି ସେମାନଙ୍କ ପାନ୍‌ ଆଧାର ସହ ଲିଙ୍କ୍‌ କରାଇସାରିଛନ୍ତି। ମାର୍ଚ୍ଚ ୩୧ର ଅର୍ଥ ମନ୍ତ୍ରଣାଳୟ ବିଜ୍ଞପ୍ତି ମୁତାବକ, ଆୟକର ବିଭାଗ ଲାଗି ନୀତି ନିର୍ଦ୍ଧାରଣ କରୁଥିବା ସର୍ବୋଚ୍ଚ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପାନ-ଆଧାର ସଂଯୋଗ ନେଇ ସ୍ପଷ୍ଟୀକରଣ ଦେଇଥିଲା। ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଲିଙ୍କ ଅବଧିକୁ ଅର୍ଥ ମନ୍ତ୍ରଣାଳୟ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri