ପାଣି ପାଇଁ ରାସ୍ତାରୋକୋ

ବାରିପଦା ଅଫିସ, ୧୮ା୨- ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଜଳକଷ୍ଟ ସମସ୍ୟା ଦେଖାଗଲାଣି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବାରୁ ଲୋକମାନେ ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୩ ମାସ ହେବ ପାଇପ୍‌ ଯୋଗେ ଅଳ୍ପ ଅଳ୍ପ ଜଳ ଆସୁଥିବା ବେଳେ ୮ ଦିନ ହେଲା ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହାର ପ୍ରତିବାଦରେ ସୋମବାର ୧୩ ନମ୍ବର ୱାର୍ଡ଼ ଶ୍ରୀପଦଗଞ୍ଜ ସାହିବାସିନ୍ଦା ଷ୍ଟେଶନ ରୋଡ଼ଠାରେ ଧାରଣାରେ ବସିବା ସହ ରାସ୍ତାରୋକୋ କରିଥିଲେ। ସକାଳ ୭ଟା ୩୦ ମିନିଟ୍‌ରେ ମହିଳାମାନେ ବାଲଟି, ଗରା ଧରି ରାସ୍ତାରୋକୋ କରିଥିବା ବେଳେ ପୁରୁଷମାନେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ର୍ରାପ୍ତ ହୋଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣାକାରୀମାନେ ସେମାନଙ୍କ ଜିଦରେ ଅଟଳ ରହିଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହିତ ସାହିରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଥିଲା। ସୋମବାର ସନ୍ଧ୍ୟା ସୁଦ୍ଧା ଏହାର ସମାଧାନ ହୋଇଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ରାସ୍ତାରୋକୋ ପ୍ରତ୍ୟାହାର କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ସହରର ୧୧, ୧୨ ଓ ୧୩ ନମ୍ବର ୱାର୍ଡ଼ରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ କରାଯାଉଛି। ଜଳ ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ସମସ୍ତ ପାଣି ନାଳକୁ ଚାଲି ଯାଉଛି। ସକାଳ ହେଲେ ଆଉ ପାଇପ ଯୋଗେ ପାଣି ଯାଉନାହିଁ। ଏହିଭଳି ଭାବେ ୮ ଦିନ ହେଲାଣି ୱାର୍ଡବାସୀ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ସାହିବାସିନ୍ଦା ଜନସ୍ବାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନି। ଫଳରେ ବାଧ୍ୟହୋଇ ସୋମବାର ମହିଳାମାନେ ରାସ୍ତାରୋକୋ କରିଥିବା ପ୍ରକାଶ କରିଛନ୍ତି। ଶ୍ରୀପଦଗଞ୍ଜ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ମଧୁସ୍ମିତା କୁଅଁରବାବୁ, ସମ୍ପାଦିକା ସୁଷମା ଦାସଙ୍କ ନେତୃତ୍ୱରେ ମହିଳାମାନେ ରାସ୍ତାରୋକୋ କରିଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ମଙ୍ଗଳବାର ପୁନର୍ବାର ରାସ୍ତାରୋକୋ କରିବେ ବୋଲି ଧାରଣାକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri