Posted inଜାତୀୟ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୨ା୯(ପି.ଟି.): ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାରେ ରବିବାର ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତର ଆଗୁଆ ଘାଟି ଓ ସୀମାନ୍ତବର୍ତ୍ତୀ ଗାଁ ଉପରେ ମୋର୍ଟାର ଓ ଗୁଳିଗୋଳା ମାଡ଼ କରିଛି। ସୀମାପାର ଗୁଳିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେ ପୁଞ୍ଚ୍‌ ସେକ୍ଟର ଅନ୍ତର୍ଗତ ଶାହପୁର-କେର୍ନି ଅଞ୍ଚଳରେ ଅବସ୍ଥିତ ଆଗୁଆ ଘାଟିରେ ମୁତୟନ ଥିଲେ ବୋଲି ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଶହୀଦ ଯବାନଙ୍କ ସମ୍ପର୍କିତ ସବିଶେଷ ତଥ୍ୟ ମିଳିନାହିଁ।
ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ ପୁଞ୍ଚ୍‌ ଓ ରଜୌରୀ ଜିଲା ଅନ୍ତର୍ଗତ ଏଲ୍‌ଓସି ଯାଇ ସେଠାର ସ୍ଥିତି ଏବଂ ସୈନ୍ୟବାହିନୀର ପ୍ରସ୍ତୁତି ସମୀକ୍ଷା କରି ଫେରିବାର ଦିନକ ପରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ତେବେ ଭାରତୀୟ ସେନା ତାହାର ଠିକଣା ଜବାବ ଦେଇଥିବା ଲ୍ୟୁଟନାଣ୍ଟ କଲୋନେଲ ଦେବେନ୍ଦ୍ର ଆନନ୍ଦ ସୂଚନା ଦେଇଛନ୍ତି। ଦୀର୍ଘ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ଜାରି ରହିଥିଲା। କୌଣସି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟ ମିଳିନାହିଁ। ଜୁଲାଇରୁ ଇତିମଧ୍ୟରେ ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନରେ ୫ ଯବାନଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଲାଣି। ମୃତକଙ୍କ ମଧ୍ୟରେ ଜଣେ ୧୦ ଦିନର ଶିଶୁ ଅଛନ୍ତି। ଏହାବ୍ୟତୀତ ଅନେକ ଆହତ ହୋଇଛନ୍ତି।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୀମାନ୍ତରେ ଉତ୍ତେଜନା ଲାଗି ରହିଛି। ଜେନେରାଲ ରାଓ୍ବତ ଦୁଇଦିନିଆ ଗସ୍ତରେ କଶ୍ମୀର ଯାଇ ସେନାର ପ୍ରସ୍ତୁତି ଏବଂ ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବ ଦେବା ଲାଗି ହୋଇଥିବା ବ୍ୟବସ୍ଥା, ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ଏବଂ ଏଲ୍‌ଓସିରେ ହିଂସାତ୍ମକ କାର୍ଯ୍ୟ ରୋକିବା ଲାଗି ବିଭିନ୍ନ ପଦକ୍ଷେପର ଅନୁଧ୍ୟାନ କରିଥିଲେ। ସେଠାରେ ନିୟୋଜିତ ଥିବା ଯବାନମାନଙ୍କ ସହ ସେନାଧ୍ୟକ୍ଷ କଥା ହୋଇଥିଲେ। ଯବାନମାନଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ, ନିଃସ୍ବାର୍ଥପର ତ୍ୟାଗ ଏବଂ ଉଚ୍ଚମାନର ପେସାଦାରିତାର ଉଚ୍ଚ ପ୍ରଶଂସା କରିଥିଲେ ଜେନେରାଲ ରାଓ୍ବତ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?