Posted inଜାତୀୟ

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା ସବୁ ସତ୍‌ଲେଜ ନଦୀରେ ମିଶି ଜଳ ପ୍ରଦୂଷିତ କରୁଛି। ଫଳରେ ପଞ୍ଜାବ ସୀମାନ୍ତରେ ଥିବା ଗାଁଗୁଡିକ ଏହି ନଦୀ ପାଣି ବ୍ୟବହାର କରି ରୋଗରେ ଆକ୍ରାନ୍ତ ହେବା ସହ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। ଏଥିସହ ଉକ୍ତ ପାଣିକୁ ଚାଷ ଜମିରେ ଫସଲ ପାଇଁ ବ୍ୟବହାର କରାଯିବାରୁ ସବୁ ଫସଲ ନଷ୍ଟ ହୋଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ଭାରତରୁ ପାକିସ୍ତାନର କିଛି ଦୂର ପର୍ଯ୍ୟନ୍ତ ଏହି ନଦୀର ପାଣି ପ୍ରବାହିତ ହେଉଛି। ଫଳରେ ଏହି ନଦୀର ପାଣି ଭାରତର ପଞ୍ଜାବ ରାଜ୍ୟର କିଛି ସ୍ଥାନରୁ ପ୍ରବାହିତ ହୋଇ ପାକିସ୍ତାନକୁ ଯାଇଥାଏ। ପୁଣି ସେହି ପାଣି ପାକିସ୍ତାନରୁ ଫେରି ପଞ୍ଜାବକୁ ଆସିଥାଏ। ଯେଉଁଥିରେ ପାକିସ୍ତାନର ଚମଡା କାରଖାନାର ପାଣି ସତ୍‌ଲେଜ ନଦୀରେ ଆସି ମିଶିଥାଏ। ଏହାପରେ ପଞ୍ଜାବର ସୀମାବର୍ତ୍ତୀ ଗ୍ରାମବାସୀ ଏହି ପାଣିକୁ ବ୍ୟବହାର କରୁଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Gen Z ମନ ଜିତିବାକୁ BJPର ଅଭିଯାନ, କୋଚିଂ ସେଣ୍ଟରରୁ କଲେଜ ଯାଏ ପହଞ୍ଚିବେ ନେତା

ନୂଆଦିଲ୍ଲୀ,୧୯।୮: Gen-Z ଯୁବପିଢ଼ିଙ୍କ ନିକଟରେ ପହଞ୍ଚିବା ପାଇଁ ରଣନୀତି ବଦଳାଇଛି ଭାଜପା । ଏଣିକି କେବଳ ସୋସିଆଲ ମିଡିଆ ମେସେଜିଂ ନୁହେଁ, ଯୁବପିଢ଼ିଙ୍କ ସହ ସିଧାସଳଖ ଆଲୋଚନା…

ଗୋବିନ୍ଦାଙ୍କ ଛାଡପତ୍ରକୁ ନେଇ ବଡ଼ ଖୁଲାସା କଲେ ମ୍ୟାନେଜର, ଏହି କାରଣରୁ କୋର୍ଟ ଯାଇଥିଲେ ସୁନିତା ଆହୁଜା

ମୁମ୍ବାଇ,୧୯।୮: ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଜାରି ରହିଛି । ଦୁହେଁଙ୍କ ମଧ୍ୟରେ…

ରାଜଧାନୀର CNG ପମ୍ପରେ ବଡ଼ ଧରଣର ବିସ୍ଫୋରଣ, ୩ମୃତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀର ଟିକରୀ କଲାଁ ଅଞ୍ଚଳରେ ଥିବା ଏକ CNG ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛି । ଗ୍ୟାସ୍‌ ରିଫିଲିଂ ସମୟରେ ଏହି ଅଘଟଣ ହୋଇଥିବା…

କାଉନସିଲ୍‌ ନିର୍ବାଚନରେ ଜିତିଲେ ମମତା ବାର୍ନାଜୀ; ଭାଜପାକୁ କଲେ ଚିତ୍‌ପଟାଙ୍ଗ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୧୯।୮: ପ୍ରଥମେ ବିଧାନସଭା ନିର୍ବାଚନରେ ​​ପରାଜୟ, ପରେ ବିଧାୟକମାନଙ୍କ ବିଦ୍ରୋହ ଏବଂ ଶେଷରେ କିଛି ସାଂସଦ ମଧ୍ୟ ସାଥ୍ ଛାଡ଼ିବା ଏସବୁ ପରିସ୍ଥିତିର ସାମ୍ନା କରିଛି ମମତା…

ଗାଁକୁ ରାସ୍ତା ନାହିଁ, ଯାଇପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହାହେଲେ ମହିଳା

ପାତ୍ରପୁର,୧୯ା୮(ଉମାଚରଣ ନେପାକ): ପକ୍କା ରାସ୍ତା ନ ଥିବାରୁ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଜରୁରୀକାଳିନ ସ୍ବାସ୍ଥ୍ୟସେବା ସାତସପନ। ଏହାର ଏକ ଦୁଃଖଦ ଚିତ୍ର ପାତ୍ରପୁର ବ୍ଲକ ଆଙ୍କୁଲି…

ଶ୍ରାବଣ ଶେଷ ସୋମବାରରେ ୩ଟି ଶୁଭ ଯୋଗ, ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ପ୍ରଚୁର ଧନ-ସମ୍ପତ୍ତି

ଶ୍ରାବଣ ମାସର ଶେଷ ସୋମବାର ବ୍ରତ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମନେକରାଯାଏ। ଏହି ଦିନ ଭଗବାନ ଶିବଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଏ। ଚଳିତ ଶ୍ରାବଣର…

ବାରମ୍ବାର ପୋଷ୍ଟ ଅଫିସ୍ ଯିବା ଦରକାର ନାହିଁ! ୨ ମିନିଟ୍‌ରେ ଜମା ହେବ ସୁକନ୍ୟା ଟଙ୍କା, ଜାଣନ୍ତୁ ପ୍ରୋସେସ୍…

ନୂଆଦିଲ୍ଲୀ,୧୯।୮: ଯଦି ଆପଣ ଆପଣଙ୍କ ଝିଅର ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା (SSY) ଅଧୀନରେ ଏକ ଆକାଉଣ୍ଟ ଖୋଲିଛନ୍ତି, ତେବେ ଆପଣଙ୍କୁ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri