ପରିଚାଳନା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି ଅଧ୍ୟକ୍ଷ, ଉପାଧ୍ୟକ୍ଷ: ଆର୍‌ଏମ୍‌ସି ଦାୟିତ୍ୱ ତୁଲାଉଛନ୍ତି କିରାଣି

ରାହାମା,୬।୧ (ଡି.ଏନ୍‌.ଏ.): ରାହାମା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ପରିଚାଳନାଗତ ତ୍ରୁଟି ଯୋଗୁ ନାନା ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଆର୍‌ଏମ୍‌ସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବଜାର ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେଉ ନ ଥିବାବେଳେ ଜଣେ କିରାଣି ସମସ୍ତ ଦାୟିତ୍ୱ ତୁଲାଉଛନ୍ତି। ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର୍‌ ଆର୍‌ଏମ୍‌ସିର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ବେଳେ ଶ୍ରମିକନେତା ଇଂ. ସୁଧାକର ମନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି। ହେଲେ ଅଧ୍ୟକ୍ଷ ଧୀର୍‌ କମିଟିର ପରିଚାଳନା କ୍ଷେତ୍ରରେ ସେତେଟା ଦୃଷ୍ଟି ଦେଇପାରୁନାହାନ୍ତି। ଅନ୍ୟପଟେ ଉପାଧ୍ୟକ୍ଷ ମନ୍ତ୍ରୀ ସ୍ବାସ୍ଥ୍ୟଗତ କାରଣରୁ ଏଠାକୁ କୌଣସି ଦିନ ଆସୁ ନଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେଣୁ ଆର୍‌ଏମ୍‌ସି କାର୍ଯ୍ୟାଳୟ ଏବେ ଜଣେ କିରାଣି ଓ ଜଣେ ଚପରାସୀଙ୍କ ଦ୍ୱାରା ପରିଚାଳିତ ହେଉଛି। କିରାଣି ଜଣକ ଘରଭଡ଼ା ଆଦାୟଠାରୁ ଆରମ୍ଭ କରି ସଭାସମିତି ପରିଚାଳନା ଦାୟିତ୍ୱ ଓ ଅଫିସ କାଗଜପତ୍ର କାମ କରୁଛନ୍ତି। ଜଣେ ବ୍ୟକ୍ତିଙ୍କ ଉପରେ ସମସ୍ତ ଦାୟିତ୍ୱ ଦିଆଯାଇଥିବାରୁ ଅଧିକାଂଶ ଦିନ କାର୍ଯ୍ୟାଳୟ ବନ୍ଦ ରହୁଥିବା ସାଧାରଣରେ ଆଲୋଚନା ହେଉଛି॥
ଅପରପକ୍ଷେ ପରିଚାଳନା ପରିଷଦର ୧୬ ସଦସ୍ୟଙ୍କ ମଧ୍ୟରୁ ବିଭୂତି ରଞ୍ଜନ ପଣ୍ଡା, କୃଷ୍ଣ ଚନ୍ଦ୍ର ଦାସ ଓ ଚିତ୍ତରଞ୍ଜନ ମିଶ୍ରଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଯାଇଥିଲେ ବି ସେମାନଙ୍କ ନାମ ସଦସ୍ୟ ଫଳକରୁ ହଟାଯାଇନାହିଁ। ଫଳରେ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ସଭା, ସମିତି ସମୟରେ ସେମାନଙ୍କ ଗସ୍ତ ଖର୍ଚ୍ଚ ବାବଦରେ ଆସୁଥିବା ଟଙ୍କାକୁ ହଡ଼ପ କରାଯାଉଥିବା ଅଭିଯୋଗ ହୋଇଛି। ଏତଦ୍‌ବ୍ୟତୀତ ପ୍ରତି ୨ ବର୍ଷରେ ଥରେ ସଦସ୍ୟ ଚୟନ ପାଇଁ ମନୋନୟନ ପ୍ରକ୍ରିୟା କରାଯିବାକୁ ନିୟମ ଥିଲେ ବି ଆରମ୍ଭରୁ ଯେଉଁମାନେ ସଦସ୍ୟ ଥିଲେ, ସେମାନଙ୍କୁ କେଉଁ ନିୟମ ବଳରେ ଏଯାବତ୍‌ ସଦସ୍ୟ ରଖାଯାଇଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଜଣେ କର୍ମଚାରୀ ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିୟମ ରହିଛି। କିନ୍ତୁ ରାହାମା ନିୟନ୍ତ୍ରିତ ବଜାର କମିଟି ଆରମ୍ଭରୁ ଅବସ୍ଥାପିତ ଥିବା ଜଣେ କିରାଣି ଓ ଚପରାସୀଙ୍କୁ ଅନ୍ୟତ୍ର ବଦଳି କରାଯାଇନାହିଁି, ଯାହା ବିଭାଗୀୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସମ୍ପର୍କରେ ଆର୍‌ଏମ୍‌ସି ସମ୍ପାଦକ ଶାଶ୍ୱତ ଦାସଙ୍କୁ ପଚାରିବାରେ ଲୋକାଲ୍‌ ଆରଏମ୍‌ସିରେ ପୋଷ୍ଟିଂ ହୋଇଥିବା କର୍ମଚାରୀଙ୍କର ଅନ୍ୟତ୍ର ବଦଳିନାହିଁ। ୨ ବର୍ଷରେ ଥରେ ମନୋନୟନ କମିଟି ବସିବା କଥା, କିନ୍ତୁ ବସିନାହିଁ। ଏ ନେଇ ଜିଲାପାଳ ଓ ଅଧ୍ୟକ୍ଷଙ୍କୁ ଜଣାଇଛି ବୋଲି ସମ୍ପାଦକ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri