‘ପବ୍‌ କଲ୍‌ଚର୍‌’

ରେଷ୍ଟୁରାଣ୍ଟ, କାଫେ, କ୍ଲବ୍‌, ଲାଉଞ୍ଜ୍‌ ଏବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରମୁଖ ହ୍ୟାଙ୍ଗ୍‌ଆଉଟ୍‌ ସ୍ଥାନଭାବେ ପରିଗଣିତ ହେଉଛି। ଆମୋଦପ୍ରମୋଦ ପାଇଁ ସବୁବେଳେ କିଛି ନା କିଛି ନୂଆ ଖୋଜୁଥିବା ମଣିଷ ସପ୍ତାହକର କାମରୁ ଟିକେ ଫୁରସତ୍‌ ନେଇ କିଛି ଭିନ୍ନ କରିବାକୁ ଚାହୁଁଛି। କିଏ ବ୍ୟସ୍ତବହୁଳ ଜୀବନରୁ ମୁକ୍ତି ପାଇବାକୁ ତ କିଏ ସାଙ୍ଗସାଥୀଙ୍କ ସହ ଟିକେ ହାଲ୍‌କା ମୁହୂର୍ତ୍ତ କଟାଇବାକୁ କ୍ଲବ୍‌, ପବ୍‌, ବାର୍‌, ଡିସ୍କୋ ଭଳି ସ୍ଥାନକୁ ଯିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ତ ଗତ କିଛିବର୍ଷ ମଧ୍ୟରେ ଭୁବନେଶ୍ୱରରେ ‘ପବ୍‌ କଲ୍‌ଚର୍‌’ ବହୁଳ ଲୋକପ୍ରିୟତା ହାସଲ କରିଛି। ଦିନେ ନାଇଟ୍‌ଲାଇଫ୍‌ରେ ବହୁ ପଛରେ ଥିବା ସହର ଆଜି ବେଶି ନହେଲେ ବି ଅନେକାଂଶରେ ଆଗକୁ ବଢିଛି। ସେହିଭଳି କେବଳ ଖାଇବା ପିଇବାରେ ଇଟିଂ ଆଉଟ କଲଚର ସୀମିତ ନଥିବାରୁ ବଜାର ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ସ୍ପୋର୍ଟସ୍‌ ପବ୍‌, ଥିମ୍‌ଡ କ୍ଲବ୍‌ ଭଳି ନୂଆ ନୂଆ ଥିମ୍‌ର ପବ୍‌, କ୍ଲବ୍‌, ରେଷ୍ଟୁରାଣ୍ଟ ସହରରେ ଖୋଲୁଛି।

ବଦଳୁଛି ନାଇଟ୍‌ଲାଇଫ୍‌

ଧୀରେ ଧୀରେ ବଦଳୁଥିବା ସହର ସହ ତାଳଦେଇ ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳୁଛି। କେତେଟା ଦୋକାନ ବଜାରରେ ସୀମିତ ଥିବା ଭୁବନେଶ୍ୱରରେ ଆଜି ଛିଡାହୋଇଛି ମାଳ ମାଳ ଶପିଂମଲ୍‌, ତାରକା ହୋଟେଲ ଓ ଜାତୀୟ, ଅନ୍ତର୍ଜାତୀୟସ୍ତରୀୟ ଏକାଧିକ ଚେନ୍‌ ରେଷ୍ଟୁରାଣ୍ଟ। ପାଶ୍ଚାତ୍ୟ ଓ ଆଧୁନିକ ଜୀବନଶୈଳୀକୁ ଧୀରେ ଧୀରେ ଆପଣାଉଥିବା ଭୁବନେଶ୍ୱର ଏବେ ଟୁ ଟାୟର ସହରରୁ ବାହାରି ଆଗକୁ ବଢିବା ସହ ମେଟ୍ରୋ ଲାଇଫ୍‌କୁ ଆପଣାଉଛି। ଆପାର୍ଟମେଣ୍ଟ କଲ୍‌ଚର ହେଉ କି ନାଇଟ୍‌ଲାଇଫ୍‌ ସବୁଥିରେ ଆଧୁନିକତା ମୁହାଁ ହେଉଛି। ବିଶେଷକରି ସହରର ଯୁବପିଢିମାନଙ୍କ ମଧ୍ୟରେ ଏବେ ନାଇଟ୍‌ଲାଇଫ୍‌କୁ ନେଇ ଅଧିକା କ୍ରେଜ୍‌ ଦେଖିବାକୁ ମିଳୁଛି। ଶିକ୍ଷା ଓ ଆଇଟି ହବ୍‌ ପାଲଟିଥିବା ଭୁବନେଶ୍ୱର ରାଜ୍ୟ ଏବଂ ରାଜ୍ୟ ବାହାରର ଲୋକଙ୍କ ପାଇଁ ପ୍ରମୁଖ କାର୍ଯ୍ୟସ୍ଥଳୀରେ ପରିଣତ ହୋଇଥିବା ବେଳେ ନାଇଟ୍‌ କ୍ଲବ୍‌, ଡିସ୍କୋ ଓ ମ୍ୟୁଜିକ୍‌ ବାର୍‌ ଆଦିର ଚାହିଦା ବଢିଛି। ଫଳରେ ସହରରେ ଧୀରେ ଧୀରେ କ୍ଲବ୍‌ ଓ ପବ୍‌ ସଂଖ୍ୟା ବଢୁଛି। ମେଟ୍ରୋ ସହର ଭଳି ନ ହେଲେ ବି ଆଗାମୀ ୨ରୁ ୩ବର୍ଷ ମଧ୍ୟରେ ଏଠାରେ ମେଟ୍ରୋ ଭଳି ନାଇଟ୍‌ ଲାଇଫ୍‌ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।

ଟାର୍ଗେଟରେ ଭୁବନେଶ୍ୱର

ମନୋରଞ୍ଜନଧର୍ମୀ ସ୍ଥାନର ଡିମାଣ୍ଡ ବଢୁଥିବାରୁ ବହୁ ଉଦ୍ୟୋଗୀ ଏବଂ ପୁଞ୍ଜିପତି ଏବେ ଭୁବନେଶ୍ୱରକୁ ନିଜର ଟାର୍ଗେଟ କରିଛନ୍ତି। ସେହିଭଳି ଜାତୀୟ ଓ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ର କମ୍ପାନୀମାନେ ମଧ୍ୟ ମେଟ୍ରୋ ସିଟି ପରିବର୍ତ୍ତେ ଏବେ ଭୁବନେଶ୍ୱରକୁ ନିଜର ଲକ୍ଷ୍ୟସ୍ଥଳ କରିଛନ୍ତି। ଭୁବନେଶ୍ୱରରେ ଥିବା ପ୍ରତ୍ୟେକ ତାରକା ହୋଟେଲ ମଧ୍ୟରେ ଡ୍ୟାନ୍ସ କ୍ଲବ୍‌, ପବ୍‌ ଓ ବାର୍‌ ରହିଥିବା ବେଳେ ଏବେ କିନ୍ତୁ ସହରରେ ସ୍ବତନ୍ତ୍ରଭାବେ ଏକାଧିକ କ୍ଲବ୍‌ ଓ ବାର୍‌ ଖୋଲାଯାଉଛି। ଯେଉଁଥିରେ ଲାଇଭ୍‌ ଡିଜେ ସହ ଆକର୍ଷଣୀୟ ଖାଦ୍ୟ ଓ ପାନୀୟର ଅଫର୍‌ ଗ୍ରାହକଙ୍କୁ ଦିଆଯାଉଛି। ତେଣୁ ଏଗୁଡିକ ଯୁବପିଢିଙ୍କ ପାଇଁ ଏବେ ପ୍ରମୁଖ ପାର୍ଟି ଡେଷ୍ଟିନେଶନରେ ପରିଣତ ହୋଇଛି। ତେବେ ବଡ ବଡ ତାରକା ହୋଟେଲରେ ଲଗାତର ପାର୍ଟିର ଆୟୋଜନ ବହୁଳ ଲୋକପ୍ରିୟତା ହାସଲ କରିଥିବା ବେଳେ ଯୁବତୀମାନଙ୍କ ପାଇଁ ଏହିସ୍ଥାନ ସୁରକ୍ଷିତ ରହୁଥିବାରୁ ଅଧିକ ସଂଖ୍ୟାରେ ଯୁବତୀ ପାର୍ଟିର ମଜାନେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଭଲ ବାର୍‌ ଓ ନାଇଟ୍‌ କ୍ଲବ୍‌ ନ ଥିବାରୁ ବହୁ ପର୍ଯ୍ୟଟକ ଅସନ୍ତୋଷ ବ୍ୟକ୍ତ କରୁଥିବା ବେଳେ ଏବେ ସେହି ଧାରା ବଦଳିଛି। ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଭୁବନେଶ୍ୱରର ନାଇଟ୍‌ ଲାଇଫ୍‌ ପ୍ରତି ଆକର୍ଷିତ ହେଉଥିବା ଦେଖିବାକୁ ମିଳୁଛି।

ପ୍ରମୁଖ କ୍ଲବ୍‌/ପବ୍‌

ଅଧିକାଂଶ ଆଇଟି କମ୍ପାନୀ ଏବଂ ପ୍ରମୁଖ ଶିକ୍ଷାନୁଷ୍ଠାନର ଉପସ୍ଥିତି ଯୋଗୁ ଚନ୍ଦ୍ରଶେଖରପୁର ଏବଂ ପଟିଆ ଅଞ୍ଚଳରେ ଭୁବନେଶ୍ୱରର ସର୍ବାଧିକ ପବ୍‌ ଏବଂ କ୍ଲବ୍‌ ରହିଛି। ଏହାବ୍ୟତୀତ ଜୟଦେବ ବିହାର, ୟୁନିଟ୍‌-୪ ଏବଂ ଖାରବେଳ ନଗରରେ ମଧ୍ୟ କିଛି ଜଣାଶୁଣା ପବ୍‌ ରହିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ପ୍ରମୁଖ ପାର୍ଟି ଡେଷ୍ଟିନେଶନ ମଧ୍ୟରେ 10ଡିସି ଲାଉଞ୍ଜ୍‌ ଆଣ୍ଡ୍‌ ବାର୍‌, ଏମ୍ବାସୀ କ୍ଲବ୍‌ ଆଣ୍ଡ୍‌ ସ୍କାଏ ଲାଉଞ୍ଜ୍‌, ଓ୍ବାନ୍‌ ପେଗ୍‌ ଡାଉନ୍‌, ରକ୍‌ ଅନ୍‌ ପବ୍‌, ପଟିଆରେ ଆଙ୍ଗନ୍‌ ହରାଇଜନ୍‌, ଏକ୍ସଟାସୀ ଲାଉଞ୍ଜ୍‌, ନନ୍ଦନକାନନ ରୋଡ୍‌ରେ ମେଲୋନୀ, ଜୟଦେବ ବିହାର ରହୋଟେଲ ସ୍ବସ୍ତି ପ୍ରିମିୟମ୍‌ର ‘ପ୍ଲାଜା କ୍ଲବ୍‌’, ‘ରବ୍‌ ରୟ’, ହୋଟେଲ ମେ’ଫେୟାରର ‘ବାରୋନ୍‌ ଆଣ୍ଡ୍‌ ବାରୋନେସ୍‌’, ‘ଦି ସେଲାର୍‌’, ହୋଟେଲ ସ୍ୟାଣ୍ଡିସ୍‌ ଟାଓ୍ବାରର ‘ହାଇ ଫାଇଭ୍‌-ଦି ଲାଉଞ୍ଜ୍‌ ବାର୍‌’, ହୋଟେଲ ସୂର୍ଯ୍ୟାଂଶର ‘ଜଲ୍‌ସା ଦି ବାର୍‌’, ‘ଗାଲାକ୍ସୀ-ଦି ରେଷ୍ଟୋ ବାର୍‌’, ଟ୍ରାଇଡେଣ୍ଟର ‘ଦି ବାର୍‌’, ହୋଟେଲ୍‌ ପାଲ୍‌ ହାଇଟ୍‌ସର ‘କସ୍‌ବା’ ଏବଂ ‘ଡିଜାୟାର୍‌’ ରହିଛି। ସେହିଭଳି ହୋଟେଲ ସ୍ବସ୍ତି ଗ୍ରାଣ୍ଡର ‘ଓସିଆନା’, ଖାରବେଳ ନଗରରେ ମ୍ୟାଡ୍‌ ମ୍ୟୁଲ୍‌, ହୋଟେଲ ଏଚ୍‌ଏଚ୍‌ଆଇର ଲାଉଞ୍ଜ୍‌ ବାର୍‌, ଅଣ୍ଡରଗ୍ରାଉଣ୍ଡ, ହୋଟେଲ ମ୍ୟାରିୟନ୍‌ର ଆଇଭି ବାର୍‌, ୟୁନିଟ୍‌-୪ରେ ପିଗାସସ୍‌ ରେଷ୍ଟୋ ବାର୍‌ ଆଦି ରହିଛି। ଅଧିକାଂଶ ପବ୍‌ ରାତି ୧୧ଟା ଏବଂ ୧୨ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ତାରକା ହୋଟେଲର କେତେକ ପବ୍‌ ରାତିସାରା ଖୋଲା ରହିଥାଏ।

କେତେ ଏକ୍ସପେନ୍‌ସିଭ୍‌

ଭୁବନେଶ୍ୱରରେ ପାର୍ଟି କରିବା ଏବଂ ଭଲ ନାଇଟ୍‌ଲାଇଫ ପାଇଁ ମେଟ୍ରୋ ସହର ଭଳି ପକେଟରୁ ସେତେ ଅର୍ଥ ଖର୍ଚ୍ଚ କରିବାକୁ ପଡେନା। ଏକ ଭଲ କ୍ଲବ୍‌ କିମ୍ବା ପବ୍‌ରେ ସାଧାରଣତଃ ଜଣକ ପିଛା ୧୦୦୦ କିମ୍ବା ୧୫୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ। ଏଥିରେ ନନ୍‌ଷ୍ଟପ୍‌ ମ୍ୟୁଜିକ୍‌, ହ୍ୟାନ୍ସ ଫ୍ଲୋର୍‌, ସୁସ୍ବାଦୁ ଖାଦ୍ୟ ଏବଂ ପାନୀୟ ଉପଲବ୍ଧ ହୁଏ। ଅଧିକାଂଶ ପବ୍‌ରେ କପୁଲ୍‌ ଏଣ୍ଟ୍ରି ଏବଂ ଝିଅଙ୍କ ପାଇଁ କୌଣସି ପ୍ରବେଶ ଶୁକ୍ଳ ନଥିବା ବେଳେ ଷ୍ଟାଗ୍‌ ଏଣ୍ଟ୍ରି ପାଇଁ ୫୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼େ। ସେହିଭଳି ସପ୍ତାହର ଗୋଟିଏ ଦିନ ଲେଡିଜ୍‌ ନାଇଟ୍‌ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନସର୍‌ ମେଡିସିନକୁ ମିଳିଲା ମଞ୍ଜୁରୀ: ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି

ଓ୍ବାଶିଂଟନ୍‌,୨୭।୮: ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମେଟାଷ୍ଟାଟିକ ପାନକ୍ରିଏଟିକ କ୍ୟାନସର୍‌ ରୋଗର ଚିକିତ୍ସା ପାଇଁ ରେଭଲ୍ୟୁସନ ମେଡିସିନ୍ସର ନୂତନ ଔଷଧ ‘ରାସୋକ’କୁ ଅନୁମୋଦନ କରିଛି।…

୩୦୦ରୁ ଅଧିକ ଭାରତୀୟଙ୍କ ପତ୍ତା ମିଳୁନି, ଚିନ୍ତାରେ ପରିବାର: କେଉଁ ରାଜ୍ୟରୁ କେତେ ନିଖୋଜ ଜାଣନ୍ତୁ…

କାଠମାଣ୍ଡୁ,୨୭।୮: ନେପାଳରେ ପ୍ରବଳ ବନ୍ୟା ଓ ଭୂସ୍ଖଳନ ଭୟଙ୍କର ଧ୍ୱଂସଲୀଳା ରଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୨ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ମୃତକଙ୍କ ସଂଖ୍ୟା…

ପୁଣି କ୍ରାଶ୍‌ ହେଲା ବିମାନ: ସବୁକିଛି ଚୁର୍‌ମାର୍‌, ବିମାନରେ ଥିଲେ…

ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ…

କିଏ ଏହି ଅନୟା ବାଙ୍ଗର, ଆପଣ ତାଙ୍କ ବିଷୟରେ କେତେ ଜାଣନ୍ତି? ଜାଣନ୍ତୁ ଜୀବନ କାହାଣୀ

ନୂଆଦିଲ୍ଲୀ,୨୭।୮: କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଦ୍ୱାରା ସମ୍ପ୍ରଦାୟ କ୍ରିକେଟ ଖେଳିବାକୁ ଅନୁମତି ଦିଆଯିବା ପରେ ଅନାୟା ବାଙ୍ଗର ବହୁତ ଚର୍ଚ୍ଚାର ବିଷୟ ହୋଇଛନ୍ତି। ସେ ସମ୍ପ୍ରତି ଖେଳକୁ…

ଟିମ ଇଣ୍ଡିଆରେ ସ୍ଥାନ ପାଇଲେ ଦ୍ରାବିଡ-ସେହ୍ବାଗଙ୍କ ପୁଅ: ଏହି ଦେଶ ବିପକ୍ଷରେ ଖେଳିବେ ଦିନିକିଆ ସିରିଜ୍‌

ନୂଆଦିଲ୍ଲୀ,୨୭।୮: ପୂର୍ବତନ ଟିମ ଇଣ୍ଡିଆ ଅଧିନାୟକ ରାହୁଲ ଦ୍ରାବିଡ ଏବଂ କିମ୍ବଦନ୍ତୀ ଓପନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ ଟିମ ଇଣ୍ଡିଆ ଜର୍ସି ପିନ୍ଧି ନଜର ଆସିବେ।…

ଆମ୍ବଗଛରେ ଝୁଲୁଛି ପୁଷ୍ପାଞ୍ଜଳୀଙ୍କ ମୃତଦେହ, ଦେହରେ….

ପାଟଣା,୨୭ା୮(ବୀର କିଶୋର ଦାଶ): ପାଟଣା ଥାନା ଡାଳପକା ପଞ୍ଚାୟତର ବନବୀର ଗ୍ରାମର ଆମ୍ବଗଛରୁ ଜଣେ ଯୁବତୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି । ମୃତ ଯୁବତୀ ଜଣକ…

ଏତେ ଅଧିକ ବଢିଯିବ ଅଣ୍ଡା ଦାମ୍‌, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ, ୨୭।୮: ପିଆଜ, ଚିନି ଓ ଡାଲିର ବଢ଼ୁଥିବା ଦର ମଧ୍ୟରେ ଏବେ ଅଣ୍ଡାର ଦାମ ମଧ୍ୟ ବହୁତ ବଢ଼ିବାର ଆଶଙ୍କା ରହିଛି। ଗତ ଏକ ବର୍ଷ…

ବିବାହର ୨ ବର୍ଷ ପରେ ଗୁମର ଖୋଲିଲେ ଶୋଭିତା: ନାଗା ଚୈତନଙ୍କ ସହ…

ମୁମ୍ବାଇ: ବିବାହର ପ୍ରାୟ ଦୁଇ ବର୍ଷ ପରେ ଶୋଭିତା ତାଙ୍କ ବୈବାହିକ ଜୀବନ ବିଷୟରେ ମୁହଁ ଖୋଲିଛନ୍ତି। ଅଭିନେତ୍ରୀ ଶୋଭିତା ଧୂଲିପାଲା ଏବଂ ନାଗା ଚୈତନ୍ୟ ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri