Posted inଜାତୀୟ

ପତଞ୍ଜଳିର କରୋନା ଔଷଧ ବିଜ୍ଞାପନ ଉପରେ ରୋକ, ପରୀକ୍ଷା ନେଇ ତଥ୍ୟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ପକ୍ଷରୁ କରୋନା ଔଷଧ ବାହାର କରାଯାଇଥିବା ମଙ୍ଗଳବାର ଦାବି କରାଯାଇଛି। ଏହାର ନାମ କମ୍ପାନୀ ପକ୍ଷରୁ ରଖାଯାଇଛି ‘କରୋନିଲ୍‌’। ବିଭିନ୍ନ ଗଣମାଧ୍ୟମରେ ଏ ନେଇ ଖବର ପ୍ରସାରିତ ହେବା ପରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିକୁ ସବିଶେଷ ତଥ୍ୟ ମଗାଯାଇଛି। ଏପରିକି ଔଷଧର ପରୀକ୍ଷା ସରିବା ଯାଏ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନିଲ୍‌ ସେବନ ଦ୍ୱାରା ଶତ ପ୍ରତିଶତ କରୋନାର ଉପଚାର କରିହେବା ପ୍ରଚାର କରିବା ଡ୍ରଗ୍ସ ଆଣ୍ଡ ମ୍ୟାଜିକ୍‌ ରିମେଡିଜ୍‌(ଆପତ୍ତିଜନକ ବିଜ୍ଞାପନ) ନିୟମର ଉଲ୍ଲଂଘନ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ହରିଦ୍ୱାରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାବା ରାମଦେବ କରୋନିଲ୍‌ ଔଷଧକୁ ଲଞ୍ଚ କରିଥିଲେ। କରୋନାକୁ ହରାଇବା ପାଇଁ ଏହା ସମ୍ପୂର୍ଣ୍ଣ ସକ୍ଷମ। ଔଷଧକୁ ଦୁଇଥର ଟ୍ରାଏଲ୍‌ କରାଯାଇଛି। ଏଥିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିବା ବେଳେ ଶହେ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ। ଜଣଙ୍କର ମୃତ୍ୟୁ ଘଟିଥିଲା। ପରୀକ୍ଷଣର ୩ ଦିନ ମଧ୍ୟରେ ୬୯% ରୋଗୀ ସୁସ୍ଥ ହୋଇଥିଲେ। ଯାହାକି ଇତିହାସରେ ସବୁଠାରୁ ବଡ଼ ଘଟଣା ବୋଲି ରାମଦେବ କହିଥିଲେ। ସେହିଭଳି ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ଶୂନ ପ୍ରତିଶତ ରହିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୁପର ଲିଗ୍‌ର ତାରିଖ ଘୋଷଣା କଲା PCB, ୨୦୨୭ରେ ପୁଣି IPL-PSL ଲଢ଼େଇ

ନୂଆଦିଲ୍ଲୀ,୮।୧୦: ୨୦୨୭ରେ ପୁଣିଥରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ଏବଂ ପାକିସ୍ତାନ ସୁପର ଲିଗ୍ (PSL) ମଧ୍ୟରେ ସିଧାସଳଖ ଟକ୍କର ଦେଖିବାକୁ ମିଳିବ । ପାକିସ୍ତାନ କ୍ରିକେଟ୍…

ସରକାରୀ ବସ୍‌ କାଚ ଭାଙ୍ଗିଲେ, ସାପ୍ତାହିକ ହାଟ ବି ବନ୍ଦ କଲେ ବିକ୍ଷୋଭକାରୀ

ଛତ୍ରପୁର,୮ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଇଣ୍ଡିଆ ବ୍ଲକ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦରେ ମଧ୍ୟ ଦେଖାଯାଇଛି। ସିପିଆଇର…

ଅଭିଜିତ ଦୀପକେଙ୍କ ଚାଞ୍ଚଲ୍ୟକର ଦାବି

ନୂଆଦିଲ୍ଲୀ,୮।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ‘ଆକ୍ରମକ କକରୋଚ ଜନତା ପାର୍ଟି’ (CJP) ଆସନ୍ତା ଅକ୍ଟୋବର ୧୦ରେ ଜନ୍ତର ମନ୍ତର ଅଭିମୁଖେ ଶୋଭାଯାତ୍ରା…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ବହୁତ ବଡ଼ ‘ଦାନବୀର’ ଥିଲେ ନାନା ପାଟେକର, ନିଜ ରୋଜଗାରର ଏକ ବଡ଼ ଅଂଶ ଦାନ କରୁଥିଲେ ଅଭିନେତା, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ,୮।୧୦: ବଲିଉଡ ଚଳଚ୍ଚିତ୍ର ଜଗତ ପାଇଁ ଗୁରୁବାର ସକାଳ ଏକ ଅତ୍ୟନ୍ତ ଦୁଃଖଦ ଖବର ନେଇ ଆସିଥିଲା। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଗୁରୁବାର ସକାଳେ ଗୋଆସ୍ଥିତ…

ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!

ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…

କଳାହାଣ୍ଡିରେ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭକାରୀ…

ଭବାନୀପାଟଣା,୮ା୧୦(ଉତ୍ତମ କୁମାର ଦାଶ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ…

ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କୁ ଏହି ଶେଷ ମେସେଜ କରିଥିଲେ ନାନା ପାଟେକର, ନିଜର ଯନ୍ତ୍ରଣା ପ୍ରକାଶ କରି…

ମୁମ୍ବାଇ: ଭାରତୀୟ ସିନେ ଜଗତର ଭେଟେରାନ ଅଭିନେତା ନିଜର ଦମଦାର ଅଭିନୟ, ଅନନ୍ୟ ଡାଏଲଗ୍‌ କହିବା ଶୈଳୀରେ ବେଶ୍‌ ପରିଚିତ ଥିବା ନାନା ପାଟେକରଙ୍କ ବୁଧବାର ବିଳମ୍ବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?