ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା। ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଓ କୃଷ୍ଣ ବେହେରା ଏବଂ ଦାଦା ପୁଅ ଭାଇ ପଞ୍ଚୁଆ ବେହେରାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅନ୍ୟପଟେ ବିଜୟରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ସଦାନନ୍ଦପୁର ରେଳଲାଇନ କଡ଼ରୁ ଉଦ୍ଧାର ହୋଇଥିଲା। ଏହା ରେଳ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସେତେବେଳେ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ମାତ୍ର ପୋଲିସ ଏ ନେଇ ଚୁପ୍‌ ରହିଯାଇଥିଲା। ଏବେ ଉପରୋକ୍ତ ଘଟଣା ସହ ସେହି ଘଟଣାର ଲିଙ୍କ୍‌ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଏହାର ପୁନଃ ତଦନ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ରେଲଓ୍ବେ ପୋଲିସକୁ ଚିଠି ଲେଖାଯାଇଥିଲା। ଗୁରୁବାର ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନା ପକ୍ଷରୁ ଅଜୟ ମୃତ୍ୟୁ ମାମଲାର ଫାଇଲ ରି-ଓପନ କରାଯାଇଛି। ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନା ଅଧିକାରୀ ତଥା ପୁରୀ ଜିଆର୍‌ପି ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଏସ୍‌.କେ. ବାହିନୀପତି ଉକ୍ତ ମାମଲାର ପୁନଃ ତଦନ୍ତ ଆରମ୍ଭ କରିଛନ୍ତି।
ବାହିନୀପତି କହିଛନ୍ତି, ଗତ ୨୦୧୮ ସେପ୍ଟେମ୍ବର ୧୧ ତାରିଖ ସକାଳେ ସଦାନନ୍ଦପୁର ରେଳଲାଇନ ପାର୍ଶ୍ୱରୁ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ଅଜୟଙ୍କ ଭାଇ କୃଷ୍ଣ ବେହେରା (ହତ୍ୟାକାଣ୍ଡରେ ମୃତ)ଙ୍କ ଅଭିଯୋଗ କ୍ରମେ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୭୬/୧୮) ରୁଜୁ ହୋଇଥିଲା। ପୁରୀ ପୋଲିସ ଅନୁରୋଧ କ୍ରମେ ଗୁରୁବାର ଏହି ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଛି। ଯେହେତୁ ଘଟଣା ସମ୍ବେଦନଶୀଳ ଏବଂ ଅଜୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ସେହି କାରଣରୁ ମାମଲାର ପୁନଃ ତଦନ୍ତ କରାଯିବ। ରେଲଓ୍ବେ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ପୁଣି ଥରେ ଘଟଣାସ୍ଥଳ ଅନୁଧ୍ୟାନ କରାଯିବ। ଏଥିସହ ମୃତ ଅଜୟଙ୍କ ପରିବାର ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରାଯିବ।
ପ୍ରକାଶ ଯେ, ସଦାନନ୍ଦପୁର ରେଳଲାଇନ କଡ଼ରୁ ୨୦୧୮ ସେପ୍ଟେମ୍ବର ୧୧ତାରିଖ ସକାଳେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା। ମୃତକ ଅଜୟ ବେହେରା ବୋଲି ତାଙ୍କ ପରିବାରବର୍ଗ ଚିହ୍ନଟ କରିଥିଲେ। ଅଜୟ ସେତେବେଳେ ବିଜୟ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଥିଲେ। ସତ୍ୟବାଦୀ ଥାନା ଏବଂ ଜିଆର୍‌ପି ପୋଲିସ ଏ ନେଇ ତଦନ୍ତ କରିଥିଲା।
ଅନ୍ୟପଟେ ଜୁଲାଇ ୧୪ତାରିଖରେ ସଦାନନ୍ଦପୁରର ପୂର୍ଣ୍ଣ ଓ କୃଷ୍ଣ, ଦାଦା ପୁଅ ଭାଇ ପଞ୍ଚୁଆଙ୍କ ହତ୍ୟା ନେଇ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଅଜୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି। ତେଣୁ ଉକ୍ତ ଦୁଇ ଘଟଣା ମଧ୍ୟରେ ଲିଙ୍କ୍‌ ନେଇ ପୋଲିସ ଅନୁଧ୍ୟାନ କରୁଛି। ଏହା ମାମଲାକୁ କେଉଁ ମୋଡ଼ ଦେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ: ସାମିଲ ହେଲେ…

ଛତ୍ରପୁର, ୨୬।୬ (ଦିଲ୍ଲୀପ ସାମଲ): ଅନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ତସକରି ବିରୋଧ ଦିବସ-୨୦୨୬ ଅବସରରେ ଗଞ୍ଜାମ ଗିଲାରେ ଗତ ୧୭ ଜୁନରୁ ଆରମ୍ଭ ହୋଇଥିବା…

ଆଜି ପ୍ରଥମ ଟି୨୦: ଭାରତ-ଆୟର୍ଲାଣ୍ଡ ମୁକାବିଲା

ବେଲଫାଷ୍ଟ,୨୬ା୬: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଗୁରୁବାର ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ସହିତ ଶ୍ରେୟସ ଆୟାର ଅନ୍ତର୍ଜାତୀୟ…

ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

ରାଜନଗର,୨୬ା୬(ଭାସ୍କର ରାଉତରାୟ): ସମଗ୍ର ରାଜ୍ୟରେ କେଉଁଠି କେଉଁଠି ବେଆଇନ ବାଲି ଚାଲାଣକୁ ନେଇ ପୋଲିସ ପ୍ରଶାସନଙ୍କ ସହିତ ମାଫିଆଙ୍କର ମୁକାବିଲା ଏପରକି ଆକ୍ରମଣ ଭଳି ଅନେକ ଘଟଣା…

୩୦ ବର୍ଷ ସଂଘ ପରେ ୬୩ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

ଥୁଆମୂଳ ରାମପୁର,୨୬ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ପଞ୍ଚାୟତର ଅଣ-ସର୍ଭେ ଗ୍ରାମ ସେମେଲପଦରର ୬୩ଟି ବନବାସୀ ପରିବାରକୁ ବହୁ ପ୍ରତୀକ୍ଷିତ ବ୍ୟକ୍ତିଗତ ଜଙ୍ଗଲ…

ରାମ ମନ୍ଦିର ଟ୍ରଷ୍ଟିରେ ବଡ଼ ହଲଚଲ: ମହାସଚିବଙ୍କ ସମେତ ୨ଜଣଙ୍କ ଇସ୍ତଫା

ଲକ୍ଷ୍ନୌ,୨୬।୬: ରାମ ମନ୍ଦିର ଦାନ ଚୋରି ମାମଲାର SIT ତଦନ୍ତ ପରେ ମାମଲା ରୁଜୁ ହୋଇଛି। ଏହି ପରିପ୍ରେକ୍ଷୀରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ…

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri