ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା ସହ ଲିଙ୍କ୍‌ ସନ୍ଦେହ : ଅଜୟ ମୃତ୍ୟୁ ମାମଲାର ପୁନଃ ତଦନ୍ତ ଆରମ୍ଭ

ପୁରୀ ଅଫିସ, ୧୯ା୭ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅଧୀନ ପଟ୍ଟନାୟିକିଆ ଛକରେ ଗତ ୧୫ତାରିଖ ଅପରାହ୍ନ ୪ଟାରେ ଟ୍ରିପଲ ମର୍ଡର ଘଟିଥିଲା। ସ୍ଥାନୀୟ ସଦାନନ୍ଦପୁର ଗ୍ରାମର ଦୁଇ ଭାଇ ପୂର୍ଣ୍ଣ ଓ କୃଷ୍ଣ ବେହେରା ଏବଂ ଦାଦା ପୁଅ ଭାଇ ପଞ୍ଚୁଆ ବେହେରାଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ଏହି ମାମଲାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ଅନ୍ୟପଟେ ବିଜୟରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ସଦାନନ୍ଦପୁର ରେଳଲାଇନ କଡ଼ରୁ ଉଦ୍ଧାର ହୋଇଥିଲା। ଏହା ରେଳ ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସେତେବେଳେ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ମାତ୍ର ପୋଲିସ ଏ ନେଇ ଚୁପ୍‌ ରହିଯାଇଥିଲା। ଏବେ ଉପରୋକ୍ତ ଘଟଣା ସହ ସେହି ଘଟଣାର ଲିଙ୍କ୍‌ ଥିବା ପୋଲିସ ସନ୍ଦେହ କରୁଛି। ତେଣୁ ଏହାର ପୁନଃ ତଦନ୍ତ ଲାଗି ପୁରୀ ପୋଲିସ ପକ୍ଷରୁ ରେଲଓ୍ବେ ପୋଲିସକୁ ଚିଠି ଲେଖାଯାଇଥିଲା। ଗୁରୁବାର ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନା ପକ୍ଷରୁ ଅଜୟ ମୃତ୍ୟୁ ମାମଲାର ଫାଇଲ ରି-ଓପନ କରାଯାଇଛି। ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନା ଅଧିକାରୀ ତଥା ପୁରୀ ଜିଆର୍‌ପି ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଏସ୍‌.କେ. ବାହିନୀପତି ଉକ୍ତ ମାମଲାର ପୁନଃ ତଦନ୍ତ ଆରମ୍ଭ କରିଛନ୍ତି।
ବାହିନୀପତି କହିଛନ୍ତି, ଗତ ୨୦୧୮ ସେପ୍ଟେମ୍ବର ୧୧ ତାରିଖ ସକାଳେ ସଦାନନ୍ଦପୁର ରେଳଲାଇନ ପାର୍ଶ୍ୱରୁ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ଅଜୟଙ୍କ ଭାଇ କୃଷ୍ଣ ବେହେରା (ହତ୍ୟାକାଣ୍ଡରେ ମୃତ)ଙ୍କ ଅଭିଯୋଗ କ୍ରମେ ଖୋର୍ଦ୍ଧାରୋଡ଼ ଜିଆର୍‌ପି ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୭୬/୧୮) ରୁଜୁ ହୋଇଥିଲା। ପୁରୀ ପୋଲିସ ଅନୁରୋଧ କ୍ରମେ ଗୁରୁବାର ଏହି ମାମଲାର ପୁନଃ ତଦନ୍ତ ଆରମ୍ଭ ହୋଇଛି। ଯେହେତୁ ଘଟଣା ସମ୍ବେଦନଶୀଳ ଏବଂ ଅଜୟଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି ସେହି କାରଣରୁ ମାମଲାର ପୁନଃ ତଦନ୍ତ କରାଯିବ। ରେଲଓ୍ବେ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଏହି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ପୁଣି ଥରେ ଘଟଣାସ୍ଥଳ ଅନୁଧ୍ୟାନ କରାଯିବ। ଏଥିସହ ମୃତ ଅଜୟଙ୍କ ପରିବାର ଲୋକଙ୍କୁ ଭେଟି ତଥ୍ୟ ସଂଗ୍ରହ କରାଯିବ।
ପ୍ରକାଶ ଯେ, ସଦାନନ୍ଦପୁର ରେଳଲାଇନ କଡ଼ରୁ ୨୦୧୮ ସେପ୍ଟେମ୍ବର ୧୧ତାରିଖ ସକାଳେ ଜଣେ ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିଲା। ମୃତକ ଅଜୟ ବେହେରା ବୋଲି ତାଙ୍କ ପରିବାରବର୍ଗ ଚିହ୍ନଟ କରିଥିଲେ। ଅଜୟ ସେତେବେଳେ ବିଜୟ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ଥିଲେ। ସତ୍ୟବାଦୀ ଥାନା ଏବଂ ଜିଆର୍‌ପି ପୋଲିସ ଏ ନେଇ ତଦନ୍ତ କରିଥିଲା।
ଅନ୍ୟପଟେ ଜୁଲାଇ ୧୪ତାରିଖରେ ସଦାନନ୍ଦପୁରର ପୂର୍ଣ୍ଣ ଓ କୃଷ୍ଣ, ଦାଦା ପୁଅ ଭାଇ ପଞ୍ଚୁଆଙ୍କ ହତ୍ୟା ନେଇ ତାଙ୍କ ସମ୍ପର୍କୀୟ ପ୍ରଶାନ୍ତ ବେହେରାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ସେହିପରି ଅଜୟଙ୍କୁ ହତ୍ୟା କରାଯାଇଥିବା ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି। ତେଣୁ ଉକ୍ତ ଦୁଇ ଘଟଣା ମଧ୍ୟରେ ଲିଙ୍କ୍‌ ନେଇ ପୋଲିସ ଅନୁଧ୍ୟାନ କରୁଛି। ଏହା ମାମଲାକୁ କେଉଁ ମୋଡ଼ ଦେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri