Posted inଜାତୀୟ

ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଉ ଚାଇନା: ସେନା ଅଧିକାରୀସ୍ତରୀୟ ଆଲୋଚନାରେ ଭାରତର ଦାବି

ନୂଆଦିଲ୍ଲୀ,୬ା୬(ପି.ଟି./ଆଇଏଏନ୍‌ଏସ୍‌)-ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର ଭାରତ ଓ ଚାଇନା ସୈନ୍ୟବାହିନୀର ଲ୍ୟୁଟ୍‌ନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଲେହସ୍ଥିତ ୧୪ କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡିଂ ଲ୍ୟୁଟ୍‌ନାଣ୍ଟ ଜେନେରାଲ ହରିନ୍ଦର ସିଂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ଚାଇନା ପକ୍ଷର ନେତୃତ୍ୱ ନେଇଛନ୍ତି ତିବ୍ବତ୍‌ ମିଲିଟାରି ଜିଷ୍ଟିକ୍ଟର କମାଣ୍ଡର। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଚାଇନା ପାର୍ଶ୍ୱରେ ଥିବା ମାଲ୍‌ଡୋ ସୀମାନ୍ତ ସୈନ୍ୟ ମିଟିଙ୍ଗ୍‌ ପଏଣ୍ଟରେ ଏହି ଆଲୋଚନା ହୋଇଥିଲା। ପଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ପାର୍ଶ୍ୱରେ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ପୂର୍ବ ସ୍ଥିତିରେ ପରିବର୍ତ୍ତନ ପାଇଁ ଉଦ୍ୟମ ଚଳାଇଛି। ସେଥିପାଇଁ ଉକ୍ତ ଅଞ୍ଚଳରେ ପିଏଲ୍‌ଏ କ୍ୟାମ୍ପ୍‌ ନିର୍ମାଣ କରିଛି। ସେଠାରୁ ଚାଇନା ଏହାର ସୈନ୍ୟ ପ୍ରତ୍ୟାହାର କରିନେବା ସହ କ୍ୟାମ୍ପ୍‌ ହଟାଇନେବାକୁ ଭାରତ ପକ୍ଷରୁ ଦାବି କରାଯାଇଥିବା ଜଣାପଡିଛି।
ସୀମାନ୍ତ ଅଞ୍ଚଳରେ ଉପୁଜିଥିବା ସଙ୍କଟର ସମାଧାନ ପାଇଁ ଦୁଇ ଦେଶର ଅଧିକାରୀମାନେ ଉଭୟ ସାମରିକ ଓ କୂଟନୈତିକ ଚ୍ୟାନେଲରେ ସମାଧାନ ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ବୋଲି ଭାରତୀୟ ସେନା ମୁଖପାତ୍ର ସୂଚନା ଦେଇଛନ୍ତି। ଭାରତ-ଚାଇନା ସୀମା ପ୍ରସଙ୍ଗରେ ତୃତୀୟ ପକ୍ଷର ସ୍ଥାନ ନାହିଁ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିଦେଇଛନ୍ତି। ଗତ ୨ ତାରିଖରେ ଦୁଇଦେଶର ମେଜର ଜେନେରାଲ ପାହ୍ୟାର ଅଧିକାରୀସ୍ତରୀୟ ଆଲୋଚନା ହୋଇଥିଲା। ତେବେ ଏଥିରେ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ବହୁସଂଖ୍ୟାରେ ଚାଇନା ସୈନ୍ୟ ପଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ ଅଞ୍ଚଳରେ କ୍ୟାମ୍ପ ପକାଇଛନ୍ତି। ଭାରତ ପକ୍ଷରୁ ମଧ୍ୟ ସେଠାକୁ ଅନୁରୂପ ସଂଖ୍ୟକ ଯବାନ ପଠାଯାଇଛି। ପଙ୍ଗୋଙ୍ଗ ହ୍ରଦକୁ ୮ଟି ଫିଙ୍ଗରରେ ବିଭକ୍ତ କରାଯାଇଛି। ୧ରୁ ୪ ପର୍ଯ୍ୟନ୍ତ ଫିଙ୍ଗର ଭାରତ ନିୟନ୍ତ୍ରଣରେ ଥିବାବେଳେ ୫ରୁ ୮ ଫିଙ୍ଗର ଚାଇନା ଅଧୀନରେ ରହିଛି। ଫିଙ୍ଗର ୪ ନିକଟରେ ଭାରତୀୟ ଘାଟି ରହିଥିବାବେଳେ ଫିଙ୍ଗର ୮ ପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଭାରତ ଦାବି କରୁଛି। ଫଳରେ ଫିଙ୍ଗର ୪ରୁ ୮ ପର୍ଯ୍ୟନ୍ତ ଅଞ୍ଚଳ ବିବାଦୀୟ ହୋଇରହିଛି ଏବଂ ଏହାକୁ ନେଇ ବେଳେବେଳେ ଦୁଇ ସେନା ମୁହାଁମୁହିଁ ହେଉଛନ୍ତି। ମେ’ ୫ରେ ଉକ୍ତ ଅଞ୍ଚଳରେ ଭାରତ ଓ ଚାଇନ ସୈନ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିଲେ।
ଶୁକ୍ରବାର ଦୁଇଦେଶ ମଧ୍ୟରେ କୂଟନୈତିକ ସ୍ତରୀୟ ଆଲୋଚନା ହୋଇଥିଲା। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ମତପାର୍ଥକ୍ୟ ଦୂର କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ। ୨୦୧୮ରେ ଉହାନ ସହରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଅନୁଷ୍ଠିତ ଅନୌପଚାରିକ ସମିଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ଓ ମାର୍ଗଦର୍ଶିକା ଅନୁଯାୟୀ ବିବାଦ ସମାଧାନ କରିବାକୁ ଦୁଇ ପକ୍ଷ ସହମତ ହୋଇଥିଲେ। ଏହା ବ୍ୟତୀତ ଦୁଇ ସେନାର ସ୍ଥାନୀୟ କମାଣ୍ଡରଙ୍କ ମଧ୍ୟରେ ୧୨ ଥର ଏବଂ ମେଜର ଜେନେରାଲ ସ୍ତରରେ ୩ ଥର ବୈଠକ ଅନୁଷ୍ଠିତ ହୋଇସାରିଥିଲେ ମଧ୍ୟ ସମାଧାନର ବାଟ ବାହାରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୮ ବର୍ଷ ପରେ ପଦକ ଜିତି ଇତିହାସ ସୃଷ୍ଟି କଲେ ମୀରାବାଇ ଚାନୁ

ନୂଆଦିଲ୍ଲୀ,୨୩।୯: ମୀରାବାଇ ଚାନୁ ୨୦୨୬ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ଫାଇନାଲରେ ମୋଟ ୧୯୮ କିଲୋଗ୍ରାମ ଓଜନ ଉଠାଇ ସେ ଏହି ରୌପ୍ୟ ପଦକ ହାସଲ…

ବମ୍ବେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ରାସ୍ତାରେ ବାଣ ଫୁଟାଇଲେ ହେବ…

ମୁମ୍ବାଇ,୨୩ା୯: ପର୍ବପର୍ବାଣୀ ସମୟରେ ହେଉଥିବା ପ୍ରବଳ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବମ୍ବେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲୀପଶି ବିଟ୍‌ ଅନ୍ତର୍ଗତ ବଡ଼ନୂଆଗାଁ ଅଞ୍ଚଳରେ ବୁଧବାର ସକାଳେ ଭାଲୁ ଆକ୍ରମଣରେ ଜଣେ ଯୁବକ…

ଲଗାଣ ବର୍ଷାରେ ଉପୁଡ଼ି ପଡ଼ିଲା ବିରାଟକାୟ ଗଛ: ଯାତାୟାତ ବାଧାପ୍ରାପ୍ତ

ମୋହନା, ୨୩।୯ (ମନ୍ମଥ ମିଶ୍ର): କିଛିଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ମୋହନା ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ଏହି ବର୍ଷା ଯୋଗୁଁ ମୋହନା ଅନ୍ତର୍ଗତ…

ସୁନିତା ଆହୁଜା ନୁହେଁ ବରଂ କୋମଲ ରାଣୀଙ୍କ ସହ ‘ଲାଲବାଗଚା ରାଜା’ ଦର୍ଶନ କରିବାକୁ ଯାଇଥିଲେ ଗୋବିନ୍ଦା, ୟୁଜର୍ସ କହିଲେ…

ମୁମ୍ବାଇ,୨୩।୯: ଗତ କିଛି ସମୟ ଧରି ଗୋବିନ୍ଦା ଏବଂ ସୁନିତା ଆହୁଜାଙ୍କ ମଧ୍ୟରେ ଏକ ବିବାଦ ଚାଲିଆସୁଛି। ଗୋବିନ୍ଦାଙ୍କର ତାଙ୍କ ସହ-କଳାକାର କୋମଲ ରାଣୀଙ୍କ ସହ ସମ୍ପର୍କ…

ହାଡୁ ନାଏକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୨୩।୯(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ପୌରାଞ୍ଚଳ ରଜାମୁଣ୍ଡା ସାହିରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ନେଇ ଉତ୍ତେଜନା। ରଜାମୁଣ୍ଡା ଛକ ନିକଟ ପୁରୁଣା ଏନଏଚରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା…

ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ): ଛତ୍ରପୁର କୋର୍ଟ ଷ୍ଟେଶନ ସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଶରତ ଚନ୍ଦ୍ର ପଟ୍ଟନାୟକ (୮୯)ଙ୍କ ବୁଧବାର ସକାଳେ ନିଜ ବାସଭବନରେ…

୨ ସୁଯୋଗ୍ୟ ସନ୍ତାନ ସରସ୍ବତୀ-ଜିତେନ୍ଦ୍ର ସମ୍ବର୍ଦ୍ଧିତ: ଅଞ୍ଚଳ ପାଇଁ ଆଣିଲେ ଗୌରବ

କର୍ଲାମୁଣ୍ଡା,୨୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପୌରକେଲା ଗ୍ରାମର ଶ୍ରୀରାମ ମଣ୍ଡପ ପରିସରରେ ମା’ ସୁନାମୁଖୀ ଯୁବ ସଂଗଠନ, ପୌରକେଲା ପକ୍ଷରୁ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?