ନୋବେଲ ଇତିହାସରେ ବିରଳ ପରମ୍ପରା

”ଡେନ୍‌ମାର୍କର ପଦାର୍ଥ ବିଜ୍ଞାନୀ ନେଲ୍‌ସ ବୋର୍‌ ‘ପରମାଣୁର ଗଠନ ଓ ବିକିରଣ’ ସମ୍ପର୍କରେ ଗବେଷଣାକରି ୧୯୨୨ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲାବେଳେ ୧୯୭୫ ମସିହାରେ ତାଙ୍କର ସୁଯୋଗ୍ୟ ପୁତ୍ର ଆଜେ ବୋର୍‌ ସେହି ପଦାର୍ଥ ବିଜ୍ଞାନରେ ଆଉ ଏକ ନୋବେଲ ପୁରସ୍କାର ଲାଭ କରିଥିଲେ।“

ପିତାଙ୍କ ନୋବେଲ ପୁତ୍ର ଜିନ୍‌ରେ
୧୯୫୯ ମସିହାରେ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଜଣେ ଆମେରିକୀୟ ବୈଜ୍ଞାନିକ ଆର୍ଥର କର୍ନବର୍ଗଙ୍କୁ ମିଳିଥିଲା। ତାଙ୍କ ଗବେଷଣାର ବିଷୟବସ୍ତୁ ଥିଲା ‘ମା’ କୋଷରୁ କନ୍ୟା କୋଷକୁ ଜିନୀୟ ସନ୍ଦେଶ ସଞ୍ଚରଣ’। ୨୦୦୬ ଅକ୍ଟୋବର ୩ରେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଗ୍ରହଣ ପାଇଁ ମଞ୍ଚରେ ଆଉ ଜଣେ କର୍ନବର୍ଗଙ୍କୁ ଦେଖିବାକୁ ମିଳିଥିଲା। ସେ ଥିଲେ ଆର୍ଥର କର୍ନବର୍ଗଙ୍କ ସୁଯୋଗ୍ୟ ପୁତ୍ର ରଜର କର୍ନବର୍ଗ। ଦିନେ ସେ ପିତାଙ୍କ ପୁରସ୍କାର ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ତାଙ୍କ ସହ ଯାଇଥିଲେ ଷ୍ଟକ୍‌ହୋମ୍‌। ସେତେବେଳେ ସେ ଥିଲେ ମାତ୍ର ୧୨ବୟସର ବାଳକ। ସେଦିନର ସେ ଘଟଣା ତାଙ୍କ ମନରେ ଗଭୀର ରେଖାପାତ କରିଥିଲା। ପରବର୍ତ୍ତୀ କାଳରେ, ସେ ପିତାଙ୍କ ଜିନ୍‌ ସଂକ୍ରାନ୍ତୀୟ ଗବେଷଣାକୁ ଆଉ କେଇ ପାଦ ଆଗେଇନେଇ ଜିନ୍‌ରେ ସଞ୍ଚିତ ମଣିଷର ସମସ୍ତ ଗୁଣାବଳୀର ସନ୍ଦେଶ କିପରି ପ୍ରତିଲିପୀକରଣ ଜରିଆରେ ପ୍ରୋଟିନ୍‌ରେ ରୂପାନ୍ତରିତ ହୋଇ ନୂଆ ଜୀବକୋଷ ସୃଷ୍ଟିକରେ, ତା’ ଉପରେ ଆଲୋକପାତ କରିଥିଲେ।
ପିତାଙ୍କ ମତକୁ କାଟି ପୁଅ
ଜିତିଲେ ନୋବେଲ
୧୯୦୬ ମସିହାରେ ଇଂଲଣ୍ଡର ବୈଜ୍ଞାନିକ ଜେ. ଜେ. ଟମ୍‌ସନ୍‌ ସ୍ବଳ୍ପ ଚାପଯୁକ୍ତ ଗ୍ୟାସ୍‌ ମଧ୍ୟରେ ବିଦ୍ୟୁତ୍‌ ପ୍ରବାହିତକରି ଏକ ରହସ୍ୟମୟ ଉପାଦାନ ଆବିଷ୍କାର କରିଥିଲେ। ସେ ଏହି ଉପାଦାନର ଚାର୍ଜ ଓ ବସ୍ତୁତ୍ୱର ଅନୁପାତ ନିରୂପଣକରି ଏହାକୁ ଏକ କଣିକା ରୂପେ ପ୍ରତିପାଦନ କରିଥିଲେ, ଯାହାର ନଁା ଦିଆଗଲା ଇଲେକ୍‌ଟ୍ରନ୍‌। ତାଙ୍କର ଏହି ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ସେ ବର୍ଷର ନୋବେଲ ପୁରସ୍କାର ମିଳିଥିଲା। ପରବର୍ତ୍ତୀ କାଳରେ ଏଭଳି ଅନେକ ଘଟଣା ନଜରକୁ ଆସିଲା, ଯାହାକୁ ଇଲେକ୍‌ଟ୍ରନ୍‌ର କଣିକାତତ୍ତ୍ୱ ବୁଝାଇପାରିଲା ନାହିଁ ଏବଂ ଏକ ନୂତନ ତତ୍ତ୍ୱର ଆବଶ୍ୟକତା ଦେଖାଗଲା। ପରବର୍ତ୍ତୀ ପରିସ୍ଥିତିରେ ତାଙ୍କର ସୁପୁତ୍ର ଜି.ପି. ଟମ୍‌ସନ୍‌ ଏକ ଉଚ୍ଚକୋଟୀର ପରୀକ୍ଷା ମାଧ୍ୟମରେ ଇଲେକ୍‌ଟ୍ରନ୍‌ର ତରଙ୍ଗ ଆଚରଣ ସମ୍ପର୍କରେ ସୂଚନା ଦେଇ ଉପୁଜିଥିବା ସମସ୍ୟାର ସମାଧାନ ନିମନ୍ତେ ମାର୍ଗଦର୍ଶନ କଲେ। ତାଙ୍କର ଏହି ବୈପ୍ଳବିକ ଆବିଷ୍କାର ପାଇଁ ତାଙ୍କୁ ୧୯୩୬ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଗଲା।
ପିତା-ପୁତ୍ର ନିଜ ମଧ୍ୟରେ
ପୁରସ୍କାର ବାଣ୍ଟିଲେ
ବ୍ରିଟେନର ଦୁଇଜଣ ପଦାର୍ଥ ବିଜ୍ଞାନୀ ଉଇଲିୟମ ହେନେରି ବ୍ରାଗ୍‌ (ପିତା) ଏବଂ ଉଇଲିୟମ ଲରେନ୍ସ ବ୍ରାଗ୍‌ (ପୁତ୍ର) ଏକ ସ୍ଫଟିକ ମଧ୍ୟରେ ରଞ୍ଜନରଶ୍ମି ଅତିକ୍ରମକରି ଗୋଟିଏ ଫଟୋଗ୍ରାଫି ଫିଲିମ୍‌ ଜରିଆରେ ଏହାର ପ୍ରତିଲିପି ଲକ୍ଷ୍ୟ କଲେ। ଏହି ରଶ୍ମି ସ୍ଫଟିକ ମଧ୍ୟରେ ଥିବା ପରମାଣୁ ସବୁ ଦ୍ୱାରା ବଙ୍କେଇଯାଇ ପ୍ରତିବିମ୍ବରେ ଛାଇ ଆଲୁଅର ରୂପରେଖମାନ ସୃଷ୍ଟିକଲା। ବ୍ରାଗ୍‌ ପିତା-ପୁତ୍ର ଦ୍ୱୟ ଏହି ରୂପରେଖ ସବୁକୁ ଆଲୋକର ଏକ ବିଶେଷ ଧର୍ମ ଡିଫ୍ରାକ୍ସନ୍‌ ସଙ୍ଗେ ସଂଶ୍ଳିଷ୍ଟ କରି ସ୍ପଟିକର ପରମାଣୁ ସବୁ ମଧ୍ୟରେ ଥିବା ସୂକ୍ଷ୍ମାତିସୂକ୍ଷ୍ମ ବ୍ୟବଧାନକୁ ନିରୂପଣ କଲେ। ଏହି ପଦ୍ଧତି ଦ୍ୱାରା କୌଣସି ସ୍ପଟିକର ଗଠନ ବିଶ୍ଳେଷଣ କରାଯାଇ ସ୍ଫଟିକ ମଧ୍ୟରେ ସ୍ଥାନ ବିଶେଷରେ ଖଞ୍ଜାଥିବା ପରମାଣୁ ସବୁର ତ୍ରୈମାତ୍ରିକ ସଂରଚନାର ସ୍ପଷ୍ଟ ଚିତ୍ର ମିଳିପାରିଲା। ଏହି ମହତ୍ତ୍ୱପୂର୍ଣ୍ଣ ଆବିଷ୍କାର ଯୋଗୁ ବ୍ରାଗ୍‌ ପିତା-ପୁତ୍ରଦ୍ୱୟଙ୍କୁ ୧୯୧୫ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ପଦାର୍ଥ ବିଜ୍ଞାନୀ ପିତା-ପୁତ୍ର
ଡେନ୍‌ମାର୍କର ପଦାର୍ଥ ବିଜ୍ଞାନୀ ନେଲ୍‌ସ ବୋର୍‌ ‘ପରମାଣୁର ଗଠନ ଓ ବିକିରଣ’ ସମ୍ପର୍କରେ ଗବେଷଣାକରି ୧୯୨୨ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲାବେଳେ ୧୯୭୫ ମସିହାରେ ତାଙ୍କର ସୁଯୋଗ୍ୟ ପୁତ୍ର ଆଜେ ବୋର୍‌ ସେହି ପଦାର୍ଥ ବିଜ୍ଞାନରେ ଆଉ ଏକ ନୋବେଲ ପୁରସ୍କାର ଲାଭ କରିଥିଲେ।
ପିତା-କନ୍ୟା
ଫ୍ରାନ୍ସର ବୈଜ୍ଞାନିକ ପିୟରେ କ୍ୟୁରି ୧୯୦୩ ମସିହାରେ ପ୍ରାକୃତିକ ତେଜଷ୍କ୍ରିୟ ପଦାର୍ଥ ଉପରେ ଗବେଷଣାକରି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ହାସଲ କରିଥିଲେ। ୧୯୩୫ ମସିହାରେ ତାଙ୍କର ସୁପୁତ୍ରୀ ଇରିନ୍‌ ଜୁଲିଅଟ୍‌ କ୍ୟୁରି ନିଜର କୃତ୍ରିମ ତେଜଷ୍କ୍ରିୟତା ସମ୍ପର୍କରେ ଗବେଷଣା ପାଇଁ ରସାୟନ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୋବେଲ ପୁରସ୍କାରପ୍ରାପ୍ତ ହୋଇ ଏକ ବିରଳ ପିତା-କନ୍ୟା ଯୋଡ଼ି ସୃଷ୍ଟି କରିଛନ୍ତି।
ସ୍ବାମୀ-ସ୍ତ୍ରୀ
୧୯୦୩ ମସିହାରେ ଫ୍ରାନ୍ସର ପିୟରେ କ୍ୟୁରି ଏବଂ ତାଙ୍କ ସ୍ତ୍ରୀ ମ୍ୟାରି କ୍ୟୁରି ପଦାର୍ଥ ବିଜ୍ଞାନରେ ମିଳିତ ଭାବେ ନୋବେଲ ପୁରସ୍କାର ଜିତିଥିଲାବେଳେ ୧୯୩୫ ମସିହାରେ ସେହି ଫ୍ରାନ୍ସର ଫ୍ରେଡ୍‌ରିକ୍‌ ଜୁଲିଅଟ କ୍ୟୁରି ଏବଂ ତାଙ୍କ ସ୍ତ୍ରୀ ଇରିନ୍‌ ଜୁଲିଅଟ୍‌ କ୍ୟୁରି ରସାୟନ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ନୋବେଲ ପୁରସ୍କାର ଲାଭ କରିଥିଲେ।
ଦାଦା-ପୁତୁରା
୧୯୩୦ ମସିହାରେ ଭାରତୀୟ ବୈଜ୍ଞାନିକ ସାର୍‌ ଚନ୍ଦ୍ରଶେଖର ଭେଙ୍କଟରମଣ ସ୍ପଟିକ ଦ୍ୱାରା ଆଲୋକର ବିଚ୍ଛୁରଣ ଉପରେ ଗବେଷଣାକରି ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଲାଭ କରିଥିଲାବେଳେ ତାଙ୍କ ପୁତୁରା ସୁବ୍ରମଣ୍ୟନ୍‌ ଚନ୍ଦ୍ରଶେଖର ଏକ ଶ୍ୱେତ ବାମନ ତାରକା ସମ୍ପର୍କରେ ଆଲୋକପାତକରି ୧୯୮୩ ମସିହାରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ନୋବେଲ ପୁରସ୍କାରପ୍ରାପ୍ତ ହୋଇଥିଲେ।
ଜଣକୁ ଦୁଇଥର ନୋବେଲ
ଫ୍ରାନ୍ସର ମ୍ୟାରି କ୍ୟୁରି ଥରେ ପଦାର୍ଥ ବିଜ୍ଞାନରେ (୧୯୦୩) ଏବଂ ଆଉ ଥରେ ରସାୟନ ବିଜ୍ଞାନରେ (୧୯୧୧) ଏହିଭଳି ସମୁଦାୟ ଦୁଇଟି ନୋବେଲେ ପୁରସ୍କାର ଲାଭକରି ଏକ ବିରଳ ପ୍ରତିଭାର ଅଧିକାରିଣୀ ହୋଇଛନ୍ତି। ସେହିପରି ଯୁକ୍ତରାଷ୍ଟ୍ର ଆମେରିକାର ଲିନ୍ସ ପାଉଲିଙ୍ଗ ମଧ୍ୟ ଥରେ ରସାୟନ ବିଜ୍ଞାନ (୧୯୫୪) କ୍ଷେତ୍ରରେ ଏବଂ ଆଉ ଥରେ ଶାନ୍ତି (୧୯୬୨) କ୍ଷେତ୍ରରେ ଏହିପରି ମୋଟ ଦୁଇଥର ନୋବେଲ ପୁରସ୍କାର ଜିତି ଇତିହାସ ରଚନା କରିଛନ୍ତି।
ନୋବେଲ ପରିବାର
ଫ୍ରାନ୍ସର କ୍ୟୁରି ପରିବାର ଏଭଳି ଏକ ପରିବାର ଯେଉଁଠି ପିତା, ମାତା, କନ୍ୟା ଓ ଜାମାତା ଏକାବେଳକେ ଚାରିଜଣ ବ୍ୟକ୍ତି ନୋବେଲ ପୁରସ୍କାର ଜିତି ଇତିହାସରେ ଏକ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି। ୧୯୦୩ ମସିହାରେ ପିୟରେ କ୍ୟୁରି (ପିତା) ଓ ମ୍ୟାରି କ୍ୟୁରି (ମାତା) ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ମିଳିତ ଭାବେ ନୋବେଲ ପୁରସ୍କାର ଲାଭ କରିଥିଲାବେଳେ ୧୯୩୫ ମସିହାରେ ଇରିନ୍‌ ଜୁଲିଅଟ୍‌ କ୍ୟୁରି(କନ୍ୟା), ଫ୍ରେଡ୍‌ରିକ୍‌ ଜୁଲିଅଟ କ୍ୟୁରି (ଜାମାତା) ରସାୟନ ବିଜ୍ଞାନ କ୍ଷେତ୍ରରେ ଏକାଠି ନୋବେଲ ପୁରସ୍କାର ପ୍ରାପ୍ତ ହୋଇଥିଲେ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?