ନୀତି ଆୟୋଗର ଏସ୍‌ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା

ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ ରହିଥିବା ବେଳେ ବିହାରର ପ୍ରଦର୍ଶନ ଅତ୍ୟନ୍ତ ନିକୃଷ୍ଟ ରହିଥିବା ଜଣାପଡିଛି। ଏହି ରିପୋର୍ଟରେ ସାମାଜିକ, ଅର୍ଥନୈତିକ ଏବଂ ପରିବେଶ ମାପଦଣ୍ଡକୁ ବିଚାର କରି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ବିକାଶକୁ ମୂଲ୍ୟାଙ୍କନ କରାଯାଇଥାଏ। ଓଡିଶା, ଉତ୍ତରପ୍ରଦେଶ ଏବଂ ସିକିମ ନିରନ୍ତର ବିକାଶ କ୍ଷେତ୍ରରେ ସର୍ବାଧିକ ଉନ୍ନତି ହାସଲ କରିଥିବା ବେଳେ ଗୁଜରାଟ ଭଳି ରାଜ୍ୟ ଉନ୍ନତି କରି ନ ଥିବା କୁହାଯାଇଛି। ୭୦ ସ୍କୋର ସହିତ କେରଳ ଏହାର ଶୀର୍ଷ ସ୍ଥାନକୁ ବଜାୟ ରଖିଛି। କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଚଣ୍ଡିଗଡ ଶୀର୍ଷ ସ୍ଥାନରେ ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ହିମାଚଳ ପ୍ରଦେଶ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟଗୁଡିକ ମଧ୍ୟରେ ବିହାର,ଝାଡଖଣ୍ଡ ଏବଂ ଅରୁଣାଞ୍ଚଳ ପ୍ରଦେଶ ରହିଛି। ମିଳିତ ଜାତିସଂଘର ଏସ୍‌ଡିଜି ଲକ୍ଷ୍ୟ-୩୦ ଭାରତ ବିନା ହାସଲ କରାଯାଇ ପାରିବ ନାହିଁ। ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ବୋଲି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି। ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି। ୧୪ ସ୍ଥାନରେ ଥିବା ପଶ୍ଚିମବଙ୍ଗ ଚଳିତ ବର୍ଷର ଏସ୍‌ଡିଜି ସୂଚୀରେ ଉନ୍ନତ ପ୍ରଦର୍ଶନ ଜାରି ରଖିଛି। ମାତ୍ର ଶିକ୍ଷା ପ୍ରସଙ୍ଗକୁ ବିଚାର କଲେ ଏହା ଶୀର୍ଷ ୩ ଉନ୍ନତ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ସାମିଲ ହେବା କଥା ବୋଲି କୁମାର ମତ ରଖିଛନ୍ତି। ରିପୋର୍ଟ ମୁତାବକ, ୨୦୧୮ରେ ଭାରତର ସାମଗ୍ରିକ ସ୍କୋର ୫୭ ରହିଥିବା ବେଳେ ୨୦୧୯ରେ ଏହା ୬୦କୁ ବଢିଛି। ଜଳ, ପରିମଳ, ଶକ୍ତି ଏବଂ ଶିଳ୍ପ କ୍ଷେତ୍ରରେ ସଫଳତା ଯୋଗୁ ସ୍କୋରରେ ଉନ୍ନତି ହୋଇଥିବା କୁହାଯାଇଛି। ଏଭଳି ସ୍ଥିତିରେ ପୋଷଣ ଏବଂ ଲିଙ୍ଗଭେଦ ଏବେ ମଧ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହି ଦିଗରେ ସରକାର ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି।
୧୨ ଗୋଲ୍‌ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ଥିବା ୫ ରାଜ୍ୟ ମଧ୍ୟରୁ ୩ର ପରଫରମାନ୍ସ ସମାନ କିମ୍ବା ଦେଶର ହାରାହାରି ପର୍‌ଫର୍‌ମାନ୍ସ ଠାରୁ ଉନ୍ନତ ରହିଛି। ଅନ୍ୟ ୨ ରାଜ୍ୟ ୧୧ ଗୋଲ୍‌ କ୍ଷେତ୍ରରେ ସମାନ ପର୍‌ଫର୍‌ମାନ୍ସ କରିଛନ୍ତି। ଫ୍ରଣ୍ଟ ରନର ବର୍ଗରେ ୩ ରାଜ୍ୟ ସାମିଲ ରହିଛନ୍ତି। ଏହି ରାଜ୍ୟଗୁଡିକ ୬୫ରୁ ୯୯ ସ୍କୋର କରିଛନ୍ତି। ରାଜ୍ୟଗୁଡିକ ମଧ୍ୟରେ ହିମାଚଳ ପ୍ରଦେଶ, କେରଳ ଏବଂ ତାମିଲନାଡୁ ରହିଛନ୍ତି। ଏହି ଲିଗ୍‌ରେ ଅଧିକ ୫ ରାଜ୍ୟ ସାମିଲ ହୋଇଛନ୍ତି। ଉକ୍ତ ରାଜ୍ୟଗୁଡିକ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ନାଟକ, ସିକିମ ଏବଂ ଗୋଆ ରହିଛନ୍ତି। ଫଳରେ ସମୁଦାୟ ୮ ରାଜ୍ୟ ଫ୍ରଣ୍ଟ ରନର୍‌ ଲିଗରେ ଯୋଗ ଦେଇଛନ୍ତି। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ତାମିଲନାଡୁ, ତ୍ରିପୁରା, ଆନ୍ଧ୍ରପ୍ରଦେଶ, ମେଘାଳୟ, ମିଜୋରାମ ଏବଂ ସିକିମ ଭଳି ରାଜ୍ୟର ଭଲ ପ୍ରଦର୍ଶନ କରିଛି। ଏହାବାଦ ଜିରୋ ହଙ୍ଗର ବା ଶୂନ କ୍ଷୁଧା ମାନଦଣ୍ଡରେ ଗୋଆ, ମିଜୋରାମ, କେରଳ, ନାଗାଲାଣ୍ଡ, ମଣିପୁର ଭଳି ରାଜ୍ୟ ଅଗ୍ରଣୀ ସ୍ଥାନରେ ରହିଛନ୍ତି।
ମିଳିତ ଜାତି ସଂଘ ପକ୍ଷରୁ ନିର୍ଦ୍ଧାରଣ କରାଯାଇଥିବା ୧୭ ଗୋଲ୍‌ ଏସ୍‌ଡିଜି ଆଧାରରେ ନୀତି ଆୟୋଗ ପକ୍ଷରୁ ୧୬ଟି ଗୋଲ୍‌କୁ ବିଚାରକୁ ନେଇ ଭାରତୀୟ ସୂଚୀ ଗତ ବର୍ଷ ପ୍ରକାଶ ପାଇଥିଲା। ମିଳିତ ଜାତିସଂଘ ପକ୍ଷରୁ ନିର୍ଦ୍ଧାରିତ ୩୦୬ ପ୍ରସଙ୍ଗ ମଧ୍ୟରୁ ୧୦୦ ଇଣ୍ଡିକେଟର୍ସର ୫୪ ଲକ୍ଷ୍ୟକୁ ନେଇ ଭାରତୀୟ ରାଜ୍ୟଗୁଡିକୁ ର଼୍ୟାଙ୍କିଙ୍ଗ କରାଯାଇଛି। ୨୦୧୮ରେ ନୀତି ଆୟୋଗ ୩୯ ଇଣ୍ଡିକେଟର୍ସକୁ ନେଇ ପ୍ରଥମ ରିପୋର୍ଟ ପ୍ରକାଶ କରିଥିଲା। ୧୯୩ ଦେଶକୁ ନେଇ ମିଳିତ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ଏସ୍‌ଡିଜି କାର୍ଯ୍ୟକାରୀ କରାଇବାର ଚଳିତ ବର୍ଷ ହେଉଛି ପଞ୍ଚମ ପୂର୍ତ୍ତି। ୨୦୩୦ ସୁଦ୍ଧା ୧୬୯ ବର୍ଗରେ ୧୭ ପ୍ରମୁଖ ଲକ୍ଷ୍ୟ ଆଧାରରେ ଏସ୍‌ଡିଜି କାର୍ଯ୍ୟକାରୀ କରାଯାଇଛି। ସମାଜର ବିକାଶକୁ ଆଧାର କରି ଏଭଳି ଏକ ପଦକ୍ଷେପ ବିଶ୍ୱ ଲିଡରଙ୍କ ଦ୍ୱାରା ହାତକୁ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲାବାରର ଅକ୍ଷୟ ତୃତୀୟା କଲେକ୍ସନ

ଭୁବନେଶ୍ୱର,୪।୫: ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା କଲେକ୍ସନ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶହୀଦ ନଗରସ୍ଥିତ ମାଲାବାରର ଏକ୍ସକ୍ଲୁସିଭ...

ଲାକ୍‌ମୀ ଏକାଡେମୀର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୪।୫: ଲାକ୍‌ମୀ ଏକାଡେମୀର ୨ୟ ବାର୍ଷିକ ଉତ୍ସବ ଶୁକ୍ରବାର ଶହୀଦ ନଗରସ୍ଥିତ ଏକାଡେମୀ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର...

ଖିମ୍‌ଜୀ ଜୁଏଲର୍ସର ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌

ଭୁବନେଶ୍ୱର,୪।୫ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ତଥା ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ‘ଖିମ୍‌ଜୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ଗ୍ରେଟ୍‌ ଅକ୍ଷୟ ତୃତୀୟା ସେଲ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି।...

ରଣଜିତ ମାଝିଙ୍କୁ ୧୧ତମ ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର,୪।୫: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ (ବିଆଇପିଏଫ୍‌) ପକ୍ଷରୁ ଶୁକ୍ରବାର ଆୟୋଜିତ ୧୧ତମ ଶାମ୍ଭବୀ ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ

ଭୁବନେଶ୍ୱର,୪।୫: ୟୁକୋ ବ୍ୟାଙ୍କର ବାର୍ଷିକ ଆର୍ଥିକ ଫଳାଫଳ ନିକଟରେ ପ୍ରକାଶ ପାଇଛି। ବ୍ୟାଙ୍କର ଗ୍ରସ୍‌ ଅଗ୍ରିମ ୧୫.୬୨% ବୃଦ୍ଧି ପାଇ ୧,୮୬,୮୭୭ କୋଟି ଟଙ୍କାରେ ପହଞ୍ଚତ୍ଛି।...

ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ସହ ପତଞ୍ଜଳିର ଚୁକ୍ତି

ଭୁବନେଶ୍ୱର,୪।୫(ଅନୁରାଧା ମହାରଣା): ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେଶନ (ପିଆର୍‌ଏଫ୍‌) ଏବଂ ଚେନ୍ନାଇର ଏସ୍‌ଆର୍‌ଏମ୍‌ ସେଣ୍ଟର ଫର୍‌ କ୍ଲିନିକାଲ ଟ୍ରାଏଲ ଆଣ୍ଡ ରିସର୍ଚ୍ଚ ବା ଏସ୍‌ଆର୍‌ଏମ୍‌-ସିସିଟିଆର୍‌ ମଧ୍ୟରେ ଏକ...

କମିଲା ଅଶୋଧିତ ତୈଳ ଦର: ରୁଷିଆରୁ ଅଶୋଧିତ ତୈଳ ଆମଦାନୀ

ଭୁବନେଶ୍ୱର,୪।୫ (ଅନୁରାଧା ମହାରଣା): ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ ତଳକୁ ଖସିଛି। ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୮.୯୯...

ରେକର୍ଡ ପରିମାଣର ବିଦ୍ୟୁତ୍‌ ଚାହିଦା ପୂରଣ

ଭୁବନେଶ୍ୱର,୪।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ‘ଟିପିସିଓଡିଏଲ୍‌’ ଚଳିତ ବର୍ଷ ଏପ୍ରିଲରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ୍‌ ଚାହିଦାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri