Posted inଜାତୀୟ

ନିର୍ଭୟା ମାମଲାର ବିଚାର: ତଳ କୋର୍ଟରେ ୨୫୨ ଦିନ; ହାଇକୋର୍ଟରେ ୧୫୮ ଏବଂ ସୁପ୍ରିମ୍‌କୋର୍ଟରେ ହଜାରେ ୮ ଦିନ

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀରେ ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ଘଟିଥିବା ନିର୍ଭୟା ମାମଲାର ବିଚାର ପାଇଁ ୨ ହଜାର ୫ଶହ ୬୬ ଦିନ ଲାଗିଛି। ଘଟଣା ଘଟିବାର ୧୮ ଦିନ ମଧ୍ୟରେ ପୋଲିସ ପକ୍ଷରୁ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଥିଲା। ଏହାପରେ ତଳ କୋର୍ଟରେ ଏହି ମାମଲାର ବିଚାର ୨୫୨ ଦିନ ଧରି ହୋଇଥିଲା। ସେଥିମଧ୍ୟରୁ ୩୦ ଦିନ ଚାର୍ଜସିଟ୍‌ ଉପରେ ବିଚାର କରାଯାଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ୨୨୨ ଦିନ ରାୟ ପାଇଁ ଲାଗିଥିଲା। ତଳ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ। ୨୪ ଦିନ ପରେ ଦୋଷୀ ହାଇକୋର୍ଟ ପହଞ୍ଚିଥିଲେ। ହାଇକୋର୍ଟରେ ଏହି ମାମଲାର ବିଚାର ୧୫୮ ଦିନ ଧରି ଚାଲିଥିଲା। ସେଥିମଧ୍ୟରୁ ୮୯ ଦିନ ଶୁଣାଣି ଏବଂ ୬୯ ଦିନ ରାୟ ଦେବାରେ ଲାଗିଥିଲା। ହାଇକୋଟ ତଳ କୋର୍ଟଙ୍କର ଦଣ୍ଡାଦେଶକୁ କାଏମ୍‌ ରଖିଥିଲେ। ଏହାପରେ ୨୦ ଦିନ ପରେ ଦୋଷୀ ସୁପ୍ରିମ୍‌କୋର୍ଟ ପହଞ୍ଚିଥିଲେ। ସୁପ୍ରିମ୍‌କୋର୍ଟରେ ଏହାର ବିଚାର ହଜାରେ ୮ ଦିନ ଧରି ଚାଲିଥିଲା। ସେଥିମଧ୍ୟରୁ କେବଳ ୯୬୯ ଦିନ କେବଳ ମାମଲା ଉପରେ ବିଚାର ଜାରି ରହିଥିଲା। ଏହାପରେ ୩୯ ଦିନ ରାୟ ଦେବାରେ ବିତି ଯାଇଥିଲା। ସର୍ବୋଚ୍ଚ ଅଦାଲତ ଫାଶୀ ଦଣ୍ଡାଦେଶକୁ କାଏମ୍‌ ରଖିଥିଲେ। ୧୮୮ ଦିନ ପରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ପୁନର୍ବିଚାର ଆବେଦନ କରିଥିଲେ। ଏହାପରେ ଚତୁର୍ଥ ଦୋଷୀ ପୁନର୍ବିଚାର ଆବେଦନ କରିଥିଲେ। ଏବେ ଏହି ମାମଲାର ଚୂଡ଼ାନ୍ତ ରାୟ ଜାନୁୟାରୀ ୭ରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ: ଚର୍ଚ୍ଚାରେ ସମ୍ବିତ ପାତ୍ରଙ୍କ ମନ୍ତବ୍ୟ

ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍‌ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର…

ହଠାତ ଏମିତି ଏକ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଲେ ଏହି କ୍ରିକେଟର, ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଲେ…

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?