ନିର୍ବାଚନ ଫଳାଫଳ ଉପରେ ନିବେଶକଙ୍କ ନଜର

ମୁମ୍ବାଇ,୨୦।୫: ଚଳିତ ମାସ ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଦେଶର ପୁଞ୍ଜି ବଜାର ନଜର ଏବେ ଏହା ଉପରେ ରହିଛି। ସେହିଭଳି ବଜାର ଉପରେ ଏକଜିଟ୍‌ ପୋଲ ପ୍ରଭାବ ମଧ୍ୟ ପରିଲକ୍ଷିତ ହେବ। ଅପରପକ୍ଷରେ କମ୍ପାନୀଗୁଡିକର ବିତ୍ତୀୟ ନିଷ୍ପତ୍ତି ବଜାର ଉପରେ କିପ୍ରଭାବ ପକାଇବ ତାହା ଦେଖିବାକୁ ବାକି ରହିଛି। ନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ଘଟଣାର ପ୍ରଭାବ ବଜାର ଉପରେ ଦେଖାଯିବ। ଫଳରେ ଶେୟାର ବଜାରର ସୂଚକାଙ୍କରେ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇ ପାରେ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିିଛନ୍ତି। ନିର୍ବାଚନ ଫଳାଫଳ ଶେୟାର ବଜାରର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ଏପିକ୍‌ ରିସର୍ଚ୍ଚର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମୁସ୍ତାଫା ନଦୀମ କହିଛନ୍ତି। ଏହି ରେଜଲ୍ଟ ଅର୍ଥ ବ୍ୟବସ୍ଥା ତଥା ନିବେଶକଙ୍କ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ବର୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ ସପ୍ତାହ
ଚଳିତ ସପ୍ତାହରେ ଶେୟାର ବଜାରରେ ବ୍ୟାପକ ହାରରେ ସୂଚକାଙ୍କ ହ୍ରାସ-ବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଛି। ମାତ୍ର ଏକଜିଟ୍‌ ପୋଲ୍‌ର ଫଳାଫଳକୁ ନେଇ ବଜାରର ଅବସ୍ଥା କିଭଳି ରହିବ ତାହା ଅନୁମାନ କରିବା ଅସମ୍ଭବ ହେଉଛି। ସେମକୋ ସିକ୍ୟୁରିଟିର ପ୍ରତିଷ୍ଠାତା ଜିମତ ମୋଦି କହିଛନ୍ତି ଯେ, ଚଳିତ ସପ୍ତାହ ବର୍ଷର ଶେୟାରବଜାର ଲାଗି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ ଲୋକଙ୍କ ଉତ୍କଣ୍ଠା ବୃଦ୍ଧି ହେଉଥିବା ସେ କହିଛନ୍ତି।
ବଡ କମ୍ପାନୀଗୁଡିକର କାରବାର
ଶେୟାର ବଜାରରେ ସୂଚିଭୁକ୍ତ ଦେଶର ବଡ ବଡ କମ୍ପାନୀଗୁଡିକର କାରବାର ଉପରେ ମଧ୍ୟ ନଜର ରହିଛି। ଟାଟା ମୋଟର୍ସ, କାନାରା ବ୍ୟାଙ୍କ, ସିପ୍ଲା ଭଳି କମ୍ପାନୀଗୁଡିକର ଫରଫରମାନ୍ସ ନିକଟରେ ସାମ୍ନାକୁ ଆସିଛି। ସେହିଭଳି କମ୍ପାନୀଗୁଡିକର ତ୍ରୈମାସିକ ଫଳାଫଳ ବଜାରର ମୋଡକୁ ନିର୍ଦ୍ଧାରଣ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅପରପକ୍ଷରେ ଅଶୋଧିତ ତୈଳ ଦର, ଆମେରିକା-ଚାଇନା ବାଣିଜ୍ୟ ଲଢେଇ, ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସ-ବୃଦ୍ଧି ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ବଜାର ଉପରେ ପ୍ରଭାବ ପକାଇବ।

ଗତ ସପ୍ତାହରେ ବଢିଥିଲା ବଜାର
ଗତ ସପ୍ତାହରେ ଶେୟାର ବଜାର ସୂଚକାଙ୍କ ୪୬୭.୭୮ (୧.୨୪%) ବଢିଥିଲା। ଶୁକ୍ରବାର ସେନସେକ୍ସରେ ୫୩୭.୨୯ ପଏଣ୍ଟ ବା ୧.୪୪% ବୃଦ୍ଧି ଘଟି ୩୭.୯୩୦.୭୭ ସ୍ତରରେ ପହଞ୍ଚି ଯାଇଥିଲା। ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ବା ନିଫ୍ଟି ୧୫୦.୦୫ ପଏଣ୍ଟ ବୃଦ୍ଧି ଘଟି ୧୧,୪୦୭.୧୫ ସ୍ତରରେ ପହଞ୍ଚି ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri