ନିଯୁକ୍ତି ସୁରକ୍ଷାରେ ସହାୟକ ନୁହେଁ ସଂରକ୍ଷଣବାଦ:ରାଜନ

ୟୁନାଇଟେଡ ନେସନ୍ସ,୧୮-୪: ବିଶ୍ୱର ଦେଶଗୁଡିକ ଆପଣାଉଥିବା ସଂରକ୍ଷଣବାଦ ନିଯୁକ୍ତି ସୁରକ୍ଷା ଦିଗରେ ବିଶେଷ ଭାବେ ସହାୟକ ହେବ ନାହିଁ। ଅପରପକ୍ଷରେ ଅଟୋମେଶନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ନିଯୁକ୍ତି ଉପରେ ପଡୁଥିବା ପ୍ରଭାବକୁ ଏହା ସାମାନ୍ୟ ପ୍ରତିହତ କରିବାକୁ ସକ୍ଷମ ହୋଇ ପାରେ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମଙ୍ଗଳବାର କହିଛନ୍ତି। ଏଠାରେ ଚାଲୁଥିବା ଇକୋସୋକ୍‌-୨୦୧୯ କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ରାଜନ କହିଛନ୍ତି ଯେ, ଉଦ୍ୟୋଗୀକରଣ ଏବଂ ଜଗତୀକରଣ ଲାଭରୁ ବଞ୍ଚିତ ହୋଇଥିବା ଲୋକଙ୍କ ଗଣତାନ୍ତ୍ରିକ ମତକୁ ଶିଳ୍ପୋନ୍ନତ ଦେଶଗୁଡ଼ିକ ଅଣଦେଖା କରି ପାରିବେ ନାହିଁ। ଏପରି କରିବା ଦେଶଗୁଡିକ ଲାଗି ଭାରି ପଡିବ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ମୁକ୍ତ ଏବଂ ଉଦାରଶୀଳ ବଜାର ବ୍ୟବସ୍ଥା ଯୋଗୁ ଗତ ୬ ଦଶନ୍ଧୀ ଧରି ବିଶ୍ୱ ଅନେକ ଲାଭ ପାଇଛି। ମାତ୍ର ଏହା ଉପରେ ଏବେ ବିଭିନ୍ନ ପ୍ରଭାବ ଆସିଛି। ରାଜନ ଆହୁରୀ ମଧ୍ୟ କହିଛନ୍ତି ଯେ, ପ୍ରତିଦ୍ୱନ୍ଦ୍ୱିତାମୂଳକ ବଜାର ବ୍ୟବସ୍ଥାରେ ସଂରକ୍ଷିତ କ୍ଷେତ୍ରରେ ନିଯୁକ୍ତିର ଫାଇଦା ନେଉଥିବା ଦେଶଗୁଡିକ ଅନ୍ୟ କ୍ଷେତ୍ରରେ ନିଯୁକ୍ତି ହରାଇଛନ୍ତି। ବର୍ଦ୍ଧିତ ଇନ୍‌ପୁଟ ଯୋଗୁ ଅଧିକ ଖର୍ଚ୍ଚ କରିବାକୁ ପଡୁଥିବାରୁ ଉକ୍ତ କ୍ଷେତ୍ରରେ ଦେଶଗୁଡିକ ପ୍ରତିଦ୍ୱନ୍ଦ୍ୱିତାଠାରୁ ଦୂରେଇ ଯାଇଛନ୍ତି। ଅଟୋମେଶନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଗୁ ଅନେକ ନିଯୁକ୍ତି ପ୍ରଭାବିତ ହେଉଛି। ଏଣୁ ସଂରକ୍ଷଣବାଦ ଏହି କ୍ଷେତ୍ରରେ ନିଯୁକ୍ତି ରକ୍ଷା ଦିଗରେ ବିଶେଷ ସହାୟକ ହେବନି। ଅପରପକ୍ଷରେ ଶିଳ୍ପୋନ୍ନତ ଦେଶଗୁଡିକର ଜନସଂଖ୍ୟାରେ ବୟସ୍କ ଲୋକଙ୍କ ସଂଖ୍ୟା ବଢୁଛି।  ଅଭିବୃଦ୍ଧି ଲାଗି ଏହି ଦେଶଗୁଡିକ ବିକାଶନ୍ମୋଖୀ ଦେଶଗୁଡିକର ଯୁବ ପ୍ରଫେସନାଲାଙ୍କ ଉପରେ ନିର୍ଭର କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

ସୁନା ୪୩୦୦-ରୁପା ୧୦ହଜାର ମହଙ୍ଗା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୨୧।୮: ସୁନା ଓ ରୁପା ଦରରେ ଆଜି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ୨୪ କ୍ୟାରେଟ୍ ଶୁଦ୍ଧ ସୁନା ଦର ୪,୩୦୦ ଟଙ୍କା ବଢ଼ି…

ରୁଫ୍‌ଟପ୍ ସୋଲାର ସ୍ଥାପନରେ ଓଡ଼ିଶାର ବଡ଼ ସଫଳତା, ଦେଶରେ ୭ମ ସ୍ଥାନ

ଭୁବନେଶ୍ୱର, ୨୧।୮: ‘ପିଏମ୍‌ ସୂର୍ଯ୍ୟଘର ମୁଫ୍‌ତ ବିଜ୍‌ଲି’ ଯୋଜନା ଅଧୀନରେ ରୁଫ୍‌ଟପ୍‌ ସୋଲାର ସ୍ଥାପନ କ୍ଷେତ୍ରରେ ଓଡ଼ିଶା ଜାତୀୟସ୍ତରରେ ୧୩ତମ ସ୍ଥାନରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛି…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri