ମୁମ୍ବାଇ,୨୧-୯: ସରକାରଙ୍କ ଦ୍ୱାରା କର୍ପୋରେଟ ଟିକସ ହ୍ରାସ ଓ ନିବେଶକଙ୍କ ସମ୍ପର୍କିତ ଘୋଷଣା ଦ୍ୱାରା ଶୁକ୍ରବାର ଶେୟାର ବଜାରରେ ରେକର୍ଡ ବୃଦ୍ଧି ଦେଖାଯାଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୧୯୨୧.୧୫ ପଏଣ୍ଟ ବୃଦ୍ଧି ପାଇ ୩୮,୦୧୪.୬୨ରେ ବନ୍ଦ ହୋଇଥିଲା। ଇଣ୍ଟ୍ରା-ଡେ ବା ଦିନର କାରବାର ମଧ୍ୟରେ ଗୋଟିଏ ସମୟରେ ଏହା ୨୨୮୪.୫୫ ପଏଣ୍ଟ ବୃଦ୍ଧି ପାଇଥିଲା। ସେହିପରି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ନିଫ୍ଟି ୫୬୯.୪୦ ପଏଣ୍ଟ ବୃଦ୍ଧି ପାଇ ୧୧,୨୭୪ରେ ବନ୍ଦ ହୋଇଛି। ଇଣ୍ଟ୍ରା-ଡେରେ ଏହା ୬୭୭ ପଏଣ୍ଟ ବୃଦ୍ଧି ପାଇଥିଲା। ୧୦ ବର୍ଷ ଭିତରେ ଗୋଟିଏ ଦିନରେ ସେନ୍ସେକ୍ସ ସର୍ବାଧିକ ପଏଣ୍ଟ ବୃଦ୍ଧି ପାଇଛି। ଫଳରେ ନିବେଶକ ଗୋଟିଏ ଦିନରେ ୬.୮୨ ଲକ୍ଷ କୋଟି ଟଙ୍କା ଫାଇଦା ପାଇଛନ୍ତି। ଏଥିପୂର୍ବରୁ ୨୦୦୯ ମେ ୧୮ରେ ବଜାରରେ ଗୋଟିଏ ଦିନରେ ୨୧୧୦ ପଏଣ୍ଟ ବୃଦ୍ଧି ପାଇଥିଲା। ସେତେବେଳେ ତତ୍କାଳୀନ ଉପା ସରକାର ପୁନର୍ବାର କ୍ଷମତାକୁ ଫେରିଥିଲେ। ମାର୍କେଟ ଏହାର ଉତ୍ସବ ପାଳନ କରିଥିଲା। କର୍ପୋରେଟ ସେକ୍ଟର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ପକ୍ଷରୁ ବ୍ୟାପକ ହାରରେ କିଣାକିଣି କରାଯିବାରୁ ଶୁକ୍ରବାର ସେନ୍ସେକ୍ସରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିିଳିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ସୀତାରାମନ୍ଙ୍କ ଘୋଷଣା ପରେ ବଜାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଫଳରେ ବଜାରର ମାର୍କେଟ କ୍ୟାପିଟାଲାଇଜେଶନ ୧୩୮.୫୪ ଲକ୍ଷ କୋଟି ଟଙ୍କାରୁ ଏକାଥରକେ ୧୪୩.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକ ୫ ଲକ୍ଷ କୋଟି ଟଙ୍କା ଫାଇଦା ହାସଲ କରି ମାଲାମାଲ ହୋଇଥିଲେ। ସେନ୍ସେକ୍ସର ୩୦ରୁ ୨୫ ଏବଂ ନିଫ୍ଟିର ୫୦ ମଧ୍ୟରୁ ୪୪ ଶେୟାର ବୃଦ୍ଧି ସହିତ ବନ୍ଦ ହୋଇଥିଲା। ଏନ୍ଏସ୍ଇରେ ୧୧ରୁ ୧୦ ସେକ୍ଟର ଫାଇଦାରେ ରହିଥିଲା। ଅଟୋ ଇଣ୍ଡେକ୍ସ ସବୁଠାରୁ ଅଧିକ ୯.୯% ବୃଦ୍ଧି ପାଇଥିଲା। ଏହା ୨୦୦୯ ମେ ପରେ ସର୍ବାଧିକ ବୃଦ୍ଧି କୁହାଯାଉଛି। ବଜାର ବିଶ୍ଳେଷକ ସେଣ୍ଟ୍ରାଲ ଓ୍ବେଲ୍ଥ ମ୍ୟାନେଜମେଣ୍ଟ ମୁଖ୍ୟ ଦେବାଙ୍ଗ ମେହଟା କହିଛନ୍ତି ଯେ ସରକାରଙ୍କ ଘୋଷଣା ଯୋଗୁ ଆର୍ଥିକ ବିକାଶ ଗତିଶୀଳ ହେବ। ଏଥିଯୋଗୁ କର୍ପୋରେଟ ଓ କ୍ୟାପିଟାଲ ମାର୍କେଟ ଉତ୍ସାହିତ। ମନୋଭାବରେ ସୁଧାର ହେବା ମୁଖ୍ୟ ପ୍ରସଙ୍ଗ। କାରଣ ମନୋଭାବ ବିଗିଡିଯିବା କାରଣରୁ ଗତ କିଛି ଦିନ ହେବ ବଜାର ନିମ୍ନଗାମୀ ହୋଇଚାଲିଥିଲା। ସୂଚନାଥାଉ କି, ଗୋଟିଏ ଦିନରେ ବଡ଼ ଧରଣର ବୃଦ୍ଧି ଚଳିତବର୍ଷ ଚତୁର୍ଥ ଥର ଦେଖିବାକୁ ମିଳିଛି। ଏଥିପୂର୍ବରୁ ସର୍ବାଧିକ ବୃଦ୍ଧି ମେ ୨୦ରେ ହୋଇଥିଲା। ମେ ୧୯ରେ ସାଧାରଣ ନିର୍ବାଚନ ଫଳାଫଳ ପୂର୍ବରୁ ଏକ୍ଜିଟ୍ ପୋଲ୍ ପ୍ରକାଶ ପାଇଥିଲା। ଫଳରେ ବଜାରରେ ଯଥେଷ୍ଟ ବୃଦ୍ଧି ଦେଖାଯାଇଥିଲା। ସେତେବେଳେ ସେନ୍ସେକ୍ସ ୧୪୮୨ ପଏଣ୍ଟ ବୃଦ୍ଧି ପାଇଥିଲା। ସୂଚନାଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଶୁକ୍ରବାର କର୍ପୋରେଟ ଟିକସକୁ ୨୫.୧୭%କୁ ହ୍ରାସ ଘୋଷଣା କରିଛନ୍ତି। ସେହିପରି ମିନିମମ୍ ଅଲ୍ଟରନେଟ୍ ଟ୍ୟାକ୍ସକୁ ୧୫%କୁ କମାଇବା ସହ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଉପରେ ଲାଗୁ ହୋଇଥିବା ଅତିରିକ୍ତ ସରଚାର୍ଜକୁ ପ୍ରତ୍ୟାହାର କରିନେଇଛନ୍ତି। ଏହାଛଡ଼ା ଅକ୍ଟୋବର ପହିଲା ପରେ ନୂଆ ଭାବେ ପ୍ରତିଷ୍ଠିତ ହେବାକୁ ଥିବା ମାନୁଫାକ୍ଚରିଂ ୟୁନିଟ୍ ପାଇଁ ଟିକସକୁ ୧୫%କୁ ହ୍ରାସ ଘୋଷଣା କରାଯାଇଛି। ଏହାଦ୍ୱାରା ନିବେଶ ବୃଦ୍ଧି ପାଇବ ଏବଂ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍ ହେବେ ହଇରାଣ
ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…
କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ
ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…
ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା
ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…
ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…
ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…
୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…
ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…
ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍
ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…
ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ
ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…
ATM ଟଙ୍କା ଉଠାଇବା ଫେଲ୍ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ
ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…
Archives

