ନିବେଶକଙ୍କ ଉପରେ ଚଡ଼କ;ଏଫ୍‌ପିଆଇ ଉଠାଇ ନେଲେ ୧୫ ଲକ୍ଷ କୋଟି

ମୁମ୍ବାଇ,୬-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ବଜେଟ ଓ ଫାଇନାନ୍ସିଆଲ ବିଲ୍‌ ଉପସ୍ଥାପନ କରିଥିଲେ। ଏଥିରେ ଅତି ଧନୀ ଓ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ଉପରେ ସରଚାର୍ଜ ଆଦାୟ ପାଇଁ ବ୍ୟବସ୍ଥା ରହିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଏଫ୍‌ପିଆଇ ବଜେଟ ପରେ ୩୦ ଦିନ ମଧ୍ୟରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ବଜାରରୁ ପ୍ରତ୍ୟାହାର କରିନେଇଛନ୍ତି। ଏହା ବଡ଼, ଛୋଟ ନିବେଶକଙ୍କ ଉପରେ ବଜ୍ରପାତ ସଦୃଶ ହୋଇଛି।
ଡାଟା ବିଶ୍ଲେଷଣରୁ ଜଣାପଡୁଛି ଯେ, ବଜେଟର ଦିନକ ପୂର୍ବରୁ ଆରମ୍ଭ କରି ଆଜି ଯାଏ ସେନ୍‌ସେକ୍ସ ୬.୯୯ ଓ ନିଫ୍ଟି ୮ ପ୍ରତିଶତ ହ୍ରାସ ଘଟିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମିଡ୍‌ ଓ ସ୍ମଲ କ୍ୟାପ୍‌ ସେଗମେଣ୍ଟ ଶେୟାର ଉପରେ ପଡିଛି। ତେବେ ଲାର୍ଜ କ୍ୟାପ୍‌ ଶେୟାରରେ ମଧ୍ୟ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ବିଏସ୍‌ଇ ସ୍କଲ୍‌ କ୍ୟାପ୍‌ ଇଣ୍ଡେକ୍ସ ଇତିମଧ୍ୟରେ ୧୩ ପ୍ରତିଶତ ଏବଂ ମିଡ଼୍‌ କ୍ୟାପ୍‌ ଇଣ୍ଡେକ୍ସ ୯.୨୫ ପ୍ରତିଶତ କମିଥିବା ଦେଖାଯାଇଛି। ସରକାରଙ୍କ ନିଷ୍ପତ୍ତି, କମ୍ପାନୀଙ୍କ ଅଭିବୃଦ୍ଧି ଧିମା ହେବା, ମୌସୁମୀର ଲୁଚକାଳି, ଚାହିଦା ହ୍ରାସ ପାଇବା ଓ ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବିଦେଶୀ ନିବେଶକଙ୍କ ମନ ଭାଙ୍ଗିଦେଇଛି। ବିଶେଷ କରି ବଜେଟ ଘୋଷଣା ସେମାନଙ୍କୁ ଭାରତରୁ ଚାଲିଯିବା ପାଇଁ ବାଧ୍ୟ କରୁଛି।
ବଜେଟ ପରେ ଶେୟାର ବିକ୍ରି ଆରମ୍ଭ
ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ଆର୍ଥିକ ବିକାଶ ହାର ୫.୮ ପ୍ରତିଶତ ସହିତ ୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ବିଶେଷକରି ଚାହିଦା ଅଭିବୃଦ୍ଧି ହ୍ରାସ ପାଇବା ନିବେଶକଙ୍କୁ ବିଚଳିତ କରିଛି। ସେମାନେ ମନେ କରୁଥିଲେ ଯେ, ସରକାର ବଜେଟରେ ଏଭଳି କିଛି ଉପାୟ ଘୋଷଣା କରିବେ, ଯାହାଦ୍ୱାରା ଦେଶର ଆର୍ଥିକ ବିକାଶ ଗତିଶୀଳ ହେବ। ତେବେ ସବୁ ଆଶା ପାଣିଫୋଟକା ପରି ମିଳାଇଗଲା। ଅତି ଧନୀଙ୍କ ଉପରେ ସରଚାର୍ଜ ବୃଦ୍ଧି ଯୋଗୁ ଦେଶରେ ଟ୍ରଷ୍ଟ ରୂପେ କାର୍ଯ୍ୟ କରୁଥିବା ଏଫ୍‌ପିଆଇ ଟିକସ ଦେବାକୁ ବାଧ୍ୟ ହେବେ। ପୂର୍ବରୁ ସେମାନଙ୍କୁ ଏଥିରୁ ଛାଡ଼ ମିଳିଥିଲା। ଏହା ନକରାମତ୍କ ହେଉଥିବା ମନେ କରି ବିଦେଶୀ ନିବେଶକ ବଜେଟ ପରେ ଶେୟାର ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଏଫପିଆଇଙ୍କ ଏଭଳି ମନୋଭାବ ସମ୍ପର୍କରେ ଜାଣିପାରି କେନ୍ଦ୍ର ସରକାର ଏବେ ସେମାନଙ୍କ ଚିନ୍ତା ଦୂର କରିବେ ବୋଲି ସଙ୍କେତ ଦେଲେଣି। ସରକାରଙ୍କ ଆଶ୍ୱାସନାରେ ବିଦେଶୀ ନିବେଶକ ବିଶେଷ ପ୍ରଭାବିତ ହୋଇଥିବା ମନେ ହେଉ ନାହିଁ। ନିକଟ ଭବିଷ୍ୟତରେ ଷ୍ଟକ୍‌ ବଜାର ପୁଣି ବୃଦ୍ଧି ପାଇବ ବୋଲି ଆଶା କରାଯାଉନି।
ବିକାଶ ଅଭିବୃଦ୍ଧି ଜରୁରୀ
ବିଶେଷଜ୍ଞଙ୍କ କହିବାନୁଯାୟୀ, କେବଳ ଏଫ୍‌୍‌ପିଆଇଙ୍କ ଚିନ୍ତା ଦୂର କରିଦେଲେ ଯେ, ଷ୍ଟକ୍‌ ବଜାରରେ ନିବେଶ ବଢ଼ିବ, ଏହା ଭାବିବା ଭୁଲ୍‌। ଦେଶର ଅର୍ଥନୀତିର ଅଭିବୃଦ୍ଧି ଏଥିପାଇଁ ଜରୁରୀ ହୋଇପଡିଛି। ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ନିକଟରେ ଚଳିତ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ୭ ପ୍ରତିଶତକୁ ହ୍ରାସ କରିଛି। ସରକାର ଓ ରିଜର୍ଭ ବ୍ୟାଙ୍କ ୨୦୨୦ ଆର୍ଥିକ ବର୍ଷ ଲାଗି ସମାନ ଅନୁମାନ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ରେଟିଂ ଏଜେନ୍ସି କ୍ରିସିଲ୍‌ ପକ୍ଷରୁ ଦେଶର ବିକାଶ ହାର ୬.୯ ପ୍ରତିଶତ ରହିବ ବୋଲି ଦର୍ଶାଇଛି। ଦେଶର ଗତ ୧୪ ବର୍ଷର ହାରାହାରି ବିକାଶ ହାର ୭ ପ୍ରତିଶତ ରହିଛି। ଉଦ୍ୟୋଗ ଜଗତର ଭବିଷ୍ୟବାଣୀକୁ ହିସାବକୁ ଧରିଲେ ଆର୍ଥିକ ବର୍ଷ ୨୦୨୦ରେ ଦେଶର ଜିଡିପି ଅଭିବୃଦ୍ଧି ଏହାଠାରୁ ତଳକୁ ଖସିଯିବ। ଏଲ୍‌ଆଣ୍ଡଟିର ନନ୍‌ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ୍‌ କହିଛନ୍ତି ଯେ, ଦେଶର ବିକାଶ ହାର ଯଦି ୬.୫% ରହେ ତେବେ ଦେଶକୁ ଭାଗ୍ୟଶାଳୀ ମନେ କରିବା ଉଚିତ୍‌।
ଉଦ୍ୟୋଗ ଜଗତର ପ୍ରଦର୍ଶନ
ଜୁନ୍‌ରେ ଶେଷ ହୋଇଥିବା ତ୍ରୈମାସରେ ଗତ ସପ୍ତାହ ଶେଷ ସୁଦ୍ଧା ୬୫୬ କମ୍ପାନୀର ଫଳାଫଳ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୫୮୩ କମ୍ପାନୀଙ୍କ ଆୟ ୯.୨ ପ୍ରତିଶତ ବଢ଼ିଥିବା ବେଳେ ଲାଭ ଏହି ତ୍ରୈମାସରେ ୩% ହ୍ରାସ ପାଇଛି। ଅର୍ଥନୀତି ଧିମା ହେବା କାରଣରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବାର ଆଶା କମିଛି। ଚଳିତ ବର୍ଷ ଭାରତୀୟ କମ୍ପାନୀଙ୍କ ଅଭିବୃଦ୍ଧି ୧୦ ପ୍ରତିଶତରୁ କମ ରହିବ ବୋଲି କ୍ରିସିଲ୍‌ କହିଛି।
ବାଣିଜ୍ୟ ଯୁଦ୍ଧର ପ୍ରଭାବ
ଚାଇନା-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବନ୍ଦ କରିବା ଲାଗି ଗତ ସପ୍ତାହରେ ଆରମ୍ଭ ହୋଇଥିବା ଆଲୋଚନା ବିଫଳ ହୋଇଛି। ସେପ୍ଟେମ୍ବର ପହିଲାରୁ ଚାଇନାରୁ ଆମଦାନୀ ହେଉଥିବା ୩୦୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଉରେ ଅଧିକ ୧୦ ପ୍ରତିଶତ ଟାରିଫ ବୃଦ୍ଧି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ପରେ ଏହି ଯୁଦ୍ଧ ଯେ ଆହୁରି ଘନୀଭୁତ ହେବ ଏହା ସହଜେ ଅନୁମେୟ। ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡୁଥିବାରୁ ତୁରନ୍ତ ଏହାର ସମାଧାନ ଜରୁରୀ। ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି ଯେ, ବାଣିଜ୍ୟ ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି କମିବାରେ ଲାଗିଛି। ବିଶ୍ୱ ଓ ଘରୋଇ ବଜାରରେ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଉଥିବା ବେଳେ ଏବେ ନିବେଶକଙ୍କ ଦୃଷ୍ଟି ଦେଶର ମୁଦ୍ରାନୀତି ଉପରେ ରହିଛି। ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତିନିଥରରେ ୦.୨୫%ରେ ରେପୋ ରେଟ୍‌ ହ୍ରାସ କରିଛନ୍ତି। ତଥାପି ଏହା ଅର୍ଥନୀତିକୁ ଗତିଶୀଳ କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

କାଲିଠୁ ୩ହଜାର ଟଙ୍କାରେ କିଣିବେ ସିଲିଣ୍ଡର! ଆଜି ରାତି ୧୨ଟା ପୂର୍ବରୁ କରନ୍ତୁ ଏହି କାମ; ନହେଲେ…

ଯଦି ଆପଣ ଏପର୍ଯ୍ୟନ୍ତ ନିଜର ଏଲ୍‌ପିଜି (LPG) କନେକ୍ସନର ଇ-କେୱାଇସି (e-KYC) କରିନାହାନ୍ତି, ତେବେ ୧୬ ଅଗଷ୍ଟ ୨୦୨୬ ପୂର୍ବରୁ ଏହି କାମ ନିଶ୍ଚୟ ଶେଷ କରିନିଅନ୍ତୁ।…

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଟାଟା ଗ୍ରୁପ୍‌ର ପ୍ରକୃତ ମାଲିକ କିଏ? କେଉଁଠାକୁ ଯାଏ ଏତେ ବଡ଼ କମ୍ପାନୀର ଆୟ…ଜାଣିଲେ ହେବେ ତାଜୁବ

ନୂଆଦିଲ୍ଲୀ,୧୩।୮: ଭାରତର ସର୍ବବୃହତ୍ ଏବଂ ସବୁଠାରୁ ଭରସାଯୋଗ୍ୟ ବ୍ୟବସାୟିକ ଗ୍ରୁପ୍‌ଗୁଡ଼ିକ ମଧ୍ୟରେ ‘ଟାଟା ଗ୍ରୁପ୍’ (Tata Group) ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri