ନିଦ ହେଉ ନ ଥିଲେ ଆପଣାନ୍ତୁ ଏହିସବୁ ଉପାୟ

ଆଜିକାଲି ନିଦ ନହେବା ଏକ ବଡ ସମସ୍ୟା ରୂପେ ଦେଖାଯାଉଛି। ମାନସିକ ଚାପ, କାର୍ଯ୍ୟ ଭାର, ଦୁଶ୍ଚିନ୍ତା, କୋଳାହଳଯୁକ୍ତ ପରିବେଶ ଆଦି ପାଇଁ ଏଭଳି ସମସ୍ୟା ଉପୁଜୁଥିବା ନାନା ଗବେଷଣାରୁ ଜଣାପଡିଛି। ସାଧାରଣତଃ ୬୫ ବର୍ଷରୁ ଉର୍ଦ୍ଧ୍ୱ, ବୟସ୍କ ବ୍ୟକ୍ତିଙ୍କୁ ଏହି ସମସ୍ୟା ଦେଖାଯାଉଯାଏ। କିନ୍ତୁ ଏହି ସମସ୍ୟା ଯୁବ ବର୍ଗ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହେଲାଣି। ଏହି ସମସ୍ୟାକୁ କେମିତି ନିରାକରଣ କରାଯାଇ ପାରିବ ଜାଣନ୍ତୁା
ପ୍ରତ୍ୟେକ ଦିନ ଆପଣ ଠିକ୍‌ ସମୟରେ ଶୋଇବା ଉଚିତ୍‌। ଠିକ୍‌ ସମୟରେ ମଧ୍ୟ ଉଠିବା ଉଚିତ୍‌। ନିଦ୍ରା ହେବାକୁ ହେଲେ ଆପଣଙ୍କୁ ଏକ ଉପଯୁକ୍ତ ସ୍ଥାନର ଆବଶ୍ୟକତା ଥାଏ। ଯାହାକି ଆପଣ ଆରାମଦାୟକ ରୂପେ ଶୟନ କରି ପାରିବେ। ଖାଇବା କିମ୍ବା ପିଇବା ପରେ ସଙ୍ଗେ ସଙ୍ଗେ ବିଛଣାକୁ ଗଲେ ନିଦ ହୋଇ ନ ଥାଏ। ଆପଣ ଯଦି କିଛି ମାଦକ ଦ୍ରବ୍ୟ ସେବନ କରୁଛନ୍ତି ତେବେ ଏହାକୁ ପରିତ୍ୟାଗ କରିବା ଉଚିତ୍‌ କାରଣ ନିଶା ନିଦର ପରମ ଶତ୍ରୁ ଭଳି କାର୍ଯ୍ୟ କରିଥାଏ। ବୋଧ ଶକ୍ତି ଚିକିତ୍ସା କିଛି ଲୋକଙ୍କ କ୍ଷେତ୍ରରେ ନିଦା୍ରହୀନତାର ସମସ୍ୟା ହୋଇଥାଏ। ଶୋଇବା ପୂର୍ବରୁ ଆସନ୍ତାକାଲି ପାଇଁ ବିଧିବଦ୍ଧ ଯୋଜନା ପରିକଳ୍ପନା କରିବା ଅନୁଚିତ୍‌। କୌଣସି ଫୋନ୍‌ କଲ୍‌, ଟିଭି, ରେଡ଼ିଓ ଶୋଇବା ପୂର୍ବରୁ ବାରଣ କଲେ ଭଲ। କାହିଁକି ନା ଏସବୁ ମନକୁ ଚଳଚଞ୍ଚଳ କରିଥାଏ। ମନ ଅସ୍ଥିର ରହିଲେ ନିଦ ହୋଇ ନ ଥାଏ। ନିୟମିତ ଭାବେ ଯୋଗ କଲେ ଭଲ। କାରଣ ଯୋଗ ମନକୁ ଶାନ୍ତ ରଖିବା ସଙ୍ଗେ ସଙ୍ଗେ ଭଲ ନିଦ ମଧ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ଗହମକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି: ବର୍ଷେ ପରେ ହଟିଲା କଟକଣା

ନୂଆଦିଲ୍ଲୀ,୨୪।୮: ଭାରତ ସରକାର ଗହମ ରପ୍ତାନି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି। ଡାଇରେକ୍ଟରେଟ ଜେନେରାଲ ଅଫ ଫରେନ ଟ୍ରେଡ (DGFT) ପକ୍ଷରୁ ଜାରି ନୋଟିଫିକେସନରେ ଏହି…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ବଜାରରେ ସରିଯିବ ପିଆଜ! ଦର ବଢ଼ିବା ମଧ୍ୟରେ ସରକାର କହିଲେ…

ନୂଆଦିଲ୍ଲୀ,୨୪।୮: ପିଆଜ ଦର ବଢ଼ୁଥିବା ମଧ୍ୟରେ ଏହାର ଯୋଗାଣ ବଢ଼ାଇବା ପାଇଁ ସରକାର ପଦକ୍ଷେପ ତ୍ୱରାନୱିତ କରିଛନ୍ତି। ସରକାର କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ପିଆଜର ପର୍ଯ୍ୟାପ୍ତ…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri