ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର ପ୍ରଗତିକୁ ସୁନିଶ୍ଚିତ କରିବା କ୍ଷେତ୍ରରେ ୨୦୧୯ ବର୍ଷ ଲାଗି ନାଲ୍‌କୋକୁ ଏଭଳି ପୁରସ୍କାର ମିଳିଛି। ଏକବିଂଶତମ ପରିବେଶ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ କଂଗ୍ରେସ ଅବସରରେ କମ୍ପାନୀ ଏହି ଆଓ୍ବାର୍ଡ ଲାଭ କରିଥିବା ସୂଚନା ଦେଇଛି। କୋରାପୁଟ ଜିଲାର ପଞ୍ଚପଟମାଳି ବକ୍ସାଇଟ ଖଣି ପରିବେଶ ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ଏହାର କାର୍ଯ୍ୟ ସହ ଗୋଷ୍ଠୀ ବିକାଶ ଓ ଅଂଶୀଦାରଙ୍କ ଉନ୍ନତି ଦିଗରେ କମ୍ପାନୀ ନିରନ୍ତର ଭାବେ କାର୍ଯ୍ୟ କରୁଛି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରକ ମଣ୍ଡଳୀ ନାଲ୍‌କୋକୁ ଉକ୍ତ ପୁରସ୍କାର ପ୍ରଦାନ ଲାଗି ଚୟନ କରିଛନ୍ତି। ୟୁଏଇ ସରକାରଙ୍କ କ୍ୟାବିନେଟ ସଦସ୍ୟ ତଥା ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ମନ୍ତ୍ରୀ ଡ.ଥାନି ବିନ ମହମ୍ମଦଙ୍କଠାରୁ ନାଲ୍‌କୋ ଏହି ପୁରସ୍କାର ଗ୍ରହଣ କରିଛି। ବିଶ୍ୱସ୍ତରରେ ଔଦ୍ୟୋଗିକ ଉତ୍କର୍ଷ ପାଇଁ ଏହି ପୁରସ୍କାର ମାନ୍ୟତା ହାସଲ କରିଛି। ପରିବେଶ ପରିଚାଳନା କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ଲାଗି ନାଲ୍‌କୋ ପରିବାରକୁ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଶୁଭେଚ୍ଛା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri