ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟଚାଲାଣ ଘଟଣା : ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଲେ ସିପି

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : କ୍ୟାପିଟାଲ ଥାନା ପୋଲିସର ଖାମଖିତ୍ଆଲ ତଦନ୍ତ ପାଇଁ ଜଣେ ନାବାଳକ ଛାତ୍ରଙ୍କୁ ଜେଲ୍‌ ଯିବାକୁ ପଡିଛି। ସମ୍ପୃକ୍ତ ଛାତ୍ରଙ୍କ ବୟସ ୧୭ବର୍ଷ ୪ମାସ ୧୭ ଦିନ ହୋଇଥିବାବେଳେ ପୋଲିସ ଏକ ମାମଲାରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ସହ ୧୯ବର୍ଷ ବୋଲି ଦର୍ଶାଇ ଭୁଲ୍‌ ରିପୋର୍ଟ ଦାଖଲ କରିଥିଲା। ଫଳରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦେଇଥିଲେ। ଏନେଇ ରବିବାର ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଘଟଣାର ଖୋଳତାଡ଼ ଆରମ୍ଭ କରିଛନ୍ତି। ଏଥିସହ ତଦନ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। କେଉଁ ପରିସ୍ଥିତିରେ ସେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କଲେ ସେସଂକ୍ରାନ୍ତ କାଗଜପତ୍ର ପ୍ରଦାନ କରିବାକୁ କୁହାଯାଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, କୌଣସି ଏକ ମାମଲାରେ ତଦନ୍ତବେଳେ ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ବୟସ, ପରିଚୟ ଆଦି ସଂକ୍ରାନ୍ତରେ ଟିକିନିଖି ଯାଞ୍ଚ କରିଥାନ୍ତି। ଏମିତି ଭୁଲ୍‌ ହେବା କଥା ନୁହେଁ। ଯଦି ଜେଲ ଯାଇଥିବା ନାବାଳକଙ୍କ ପରିବାର ଲୋକେ ମୋ ନିକଟରେ ଅଭିଯୋଗ କରନ୍ତି, ଅଭିଯୋଗ ସତ୍ୟ ବୋଲି ଜଣାପଡ଼ିବ, ତେବେ ତଦନ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଭୁଲ୍‌ କରି ଦୋଷକୁ ସ୍ବୀକାର ନ କରି ସିଆଣିଆ ହେଉଛି କ୍ୟାପିଟାଲ ଥାନା ପୋଲିସ। ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏସଂକ୍ରାନ୍ତରେ କହିଛନ୍ତି, ସେହି ପିଲା ତା’ର ବୟସ ଯାହା କହିଲା, ଆମେ ସେହି ଅନୁଯାୟୀ କେସ୍‌ କରି ଗିରଫ କଲୁ। ଆମର କ’ଣ ଭୁଲ ରହିଲା ବୋଲି ସେ ସଫେଇ ଦେଇଛନ୍ତି। ଅନ୍ୟପକ୍ଷରେ ପୋଲିସର ଏଭଳି ଭୁଲ୍‌ ପାଇଁ ପରିବାର ଲୋକେ ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି। ନାବାଳକଙ୍କ ମା’ ମଧ୍ୟ ସମାନ ଅଭିଯୋଗକୁ ଦୋହରାଇଛନ୍ତି, ଗତ ୩ ତାରିଖରେ ୩୦ରୁ ଊର୍ଦ୍ଧ୍ୱ ଯୁବକ ଓ ମହିଳା ତାଙ୍କ ସହ ନାବାଳକ ପୁଅକୁ ଆକ୍ରମଣ କଲେ। ପୁଅକୁ ଚିକିତ୍ସା କରାଇ ପରଦିନ କ୍ୟାପିଟାଲ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲି। ପୋଲିସ ଅଭିଯୋଗପତ୍ରକୁ ଛଡ଼ାଇ ନେଇ ଥାନାରେ ବସାଇଥିଲା। ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନ ଦେଇ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମିଥ୍ୟା ଅଭିଯୋଗ ଆଧାରରେ ତାଙ୍କ ପୁଅକୁ ଗିରଫ କଲା। ପୁଣି ବାଳସୁଧାର ଗୃହକୁ ପଠାଇବା ବଦଳରେ କୋର୍ଟ ଚାଲାଣ କରିଥିଲା। ଏପରିକି ଏ ସଂକ୍ରାନ୍ତରେ ତାଙ୍କୁ ଜଣାଇ ନ ଥିଲା ବୋଲି ନାବାଳକଙ୍କ ମା’ କହିବା ସହ ଏ କି ଆଇନ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି।
କେବଳ ଏହି ଗୋଟିଏ ଘଟଣା ନୁହେଁ, କ୍ୟାପିଟାଲ ଥାନା ପୋଲିସ ପୂର୍ବରୁ ମଧ୍ୟ ତଦନ୍ତରେ ଅନେକ ଭୁଲ୍‌ କରିଥିବା ନଜିର ରହିଛି। ଗତବର୍ଷ କ୍ୟାପିଟାଲ ଥାନା ପୋଲିସ ଏକ ଚେନ୍‌ ଲୁଟ ମାମଲାରେ ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଗିରଫ କରିଥିଲା। ହେଲେ ଯେଉଁ ସମୟରେ ଲୁଟ୍‌ ହୋଇଥିଲା ସେହି ସମୟରେ ଉକ୍ତ ଯୁବକ ଜଣକ ଜେଲ୍‌ରେ ଥିଲେ। ଏନେଇ ଅଭିଯୋଗ ଉଠିବା ପରେ କ୍ୟାପିଟାଲ ଥାନା ପୋଲିସର ଅସଲ ଚେହେରା ପଦାରେ ପଡିଥିଲା। କେତେଜଣ ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟଧାରା ପାଇଁ କେବଳ କମିଶନରେଟ ପୋଲିସ ନୁହେଁ, ପୂରା ରାଜ୍ୟ ପୋଲିସ ବଦନାମ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

ଭୟଙ୍କର ହତ୍ୟାକାଣ୍ଡ….ପ୍ରେମିକ ପାଇଁ ଟଏଲେଟ୍ କ୍ଲିନର୍ ଇଞ୍ଜେକ୍ସନ ଦେଇ ସ୍ବାମୀଙ୍କୁ ହତ୍ୟା, ପୂର୍ବରୁ ବିଲ୍ଡିଂରୁ ଠେଲି ଦେଇଥିଲେ

ହାଇଦ୍ରାବାଦ,୭।୭: ତେଲେଙ୍ଗାନାର ନିଜାମାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମ ସମ୍ପର୍କ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । ହତ୍ୟାର ପଦ୍ଧତି…

କାହିଁକି ଫୋନ୍‌ ଉଠାନ୍ତି ନାହିଁ ଧୋନୀ: ଜନ୍ମଦିନରେ ଜାଣନ୍ତୁ ‘କ୍ୟାପ୍ଟେନ କୁଲ’ଙ୍କ ବିଷୟରେ ୭ ଅଜଣା କଥା

ନୂଆଦିଲ୍ଲୀ,୭।୭: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କୁ ବିଶ୍ୱର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣନା କରାଯାଏ।…

ନିରବତା ମଧ୍ୟରେ ପୁଣି ବିସ୍ଫୋରଣର ପ୍ରତିଧ୍ୱନି? ହର୍ମୁଜରେ ଆକ୍ରମଣ କଲା ଇରାନ? ଦୁଇ ଜାହାଜ ଉପରେ ମିଶାଇଲ ଆଟାକ

ତେହରାନ,୭।୭: ଇରାନ ତା’ର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛି; ସମଗ୍ର ଦେଶ ଏବେ ଶୋକରେ ଅଛି। ଏହି ସମୟରେ, ହର୍ମୁଜ ପ୍ରଣାଳୀରେ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଆଜି ପଡ଼ଆକୁ ଓହ୍ଲାଇ ସଭିଙ୍କୁ ଚକିତ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ…, ଭାରତ ବନାମ ଇଂଲଣ୍ଡ ତୃତୀୟ ଟି-୨୦ ଉପରେ ରହିଛି ନଜର

ନୂଆଦିଲ୍ଲୀ,୭।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ଆଜି (ମଙ୍ଗଳବାର) ନଟିଂହାମର ଟ୍ରେଣ୍ଟ ବ୍ରିଜ ଗ୍ରାଉଣ୍ଡରେ ଖେଳାଯିବ। ସିରିଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri